Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଅନିଲ କପୁରଙ୍କ ମା’ ନିର୍ମଳାଙ୍କ ଦେହାନ୍ତ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ମନୋରଞ୍ଜନ

ଅନିଲ କପୁରଙ୍କ ମା’ ନିର୍ମଳାଙ୍କ ଦେହାନ୍ତ

utkala khabar
Last updated: May 3, 2025 5:17 pm
utkala khabar
Published May 3, 2025
Share
SHARE

ଅନିଲ କପୁରଙ୍କ ମା’ ନିର୍ମଳାଙ୍କ ପରଲୋକ । ଗତକାଲି ଅର୍ଥାତ୍ ମେ ୨ରେ ତାଙ୍କର ଦେହାନ୍ତ ଘଟିଛି । ନିର୍ମଳା ୯୦ବର୍ଷ ବୟସରେ ଦେହ ତ୍ୟାଗ କରିଛନ୍ତି । ଚିକିତ୍ସିତ ସମୟରେ କୋକିଲାବେନ ଅମ୍ବାନୀ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମା’ଙ୍କ ପରଲୋକ ପରେ ମର୍ମାହତ ହୋଇ କପୁର  ପରିବାରର ସଦସ୍ୟମାନେ ସୋସିଆଲ ମିଡିଆରେ ନିର୍ମଳାଙ୍କ ଫଟୋ ପୋଷ୍ଟ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ନିର୍ମଳା ଗତକାଲି ଅର୍ଥାତ୍ ମେ୨ ତାରିଖ ସନ୍ଧ୍ୟା ୫.୨୫ମିନିଟରେ ମୁମ୍ବାଇ କୋକିଲାବେନ ଅମ୍ବାନୀ ହସ୍ପିଟାଲରେ ପ୍ରାଣତ୍ୟାଗ କରିଛନ୍ତି ବୋଲି ସିଇଓ ଡ଼ା.ସନ୍ତୋଷ ସେଟ୍ଟୀ ସ୍ପଷ୍ଟ କରିଛନ୍ତି । ଫିଲ୍ମ ନିର୍ମାତା ସୁରିନ୍ଦର କପୁରଙ୍କ ସ୍ତ୍ରୀ ନିର୍ମଳା ତାଙ୍କର ପୁଅ, ବୋହୂ ଏବଂ ନାତିନାତୁଣୀଙ୍କ ସହ ଆନନ୍ଦପୂର୍ଣ୍ଣ ଜୀବନ ଅତିବାହିତ କରିଥିଲେ । କିଛି ଦିନ ପୂର୍ବରୁ ମଧ୍ୟ ପୁରା କପୁର ନିର୍ମଳାଙ୍କ ୯୦ତମ ଜନ୍ମୋତ୍ସବ ପାଳନ କରିଥିଲେ । କିନ୍ତୁ ଗତକାଲିଠାରୁ ସେ କପୁର ପରିବାର ଗହଣରେ ଆଉ ନାହାଁନ୍ତି । ଯାହା ପରେ ପୁରା କପୁର ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି ।

ଏହାରି ମଧ୍ୟରେ ମା’ଙ୍କ ଦେହାନ୍ତ ପରେ ଶେଷକୃତ୍ୟ ପାଇଁ କପୁରର ପୁରା ପରିବାର ଅନିଲ କପୁରଙ୍କ ଘରେ ପହଞ୍ଚିଛନ୍ତି । ବୋନି କପୁର ଆଜି ସକାଳେ ଦୁଃଖ ପ୍ରକାଶ କରି ମା’ଙ୍କୁ ମନେପକାଇ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ନୋଟ୍ ସେୟାର କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହା ମଧ୍ୟ କ୍ୟାପସନରେ ଲେଖିଛନ୍ତି ଯେ, ମା’ ଆମ ହୃଦୟରେ ରହିବେ ଏବଂ ସବୁବେଳ ପାଇଁ ମନେପଡିବେ । ଭାବପ୍ରବଣ ହୋଇ ଆହୁରି ମଧ୍ୟ ଲେଖିଛନ୍ତି ଆମ ସମସ୍ତଙ୍କ ତରଫରୁ ତୁମକୁ ଅନେକ ଭଲପାଇବା ମା’ । ତାଙ୍କ ସମେତ ଅର୍ଜୁନ କପୁର ତାଙ୍କ କାକାଙ୍କ ଘରେ ପହଞ୍ଚିବା ସହିତ ଜେଜେ ମା’ଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

You Might Also Like

ମୋଦିଙ୍କୁ କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ ସଲମାନ ଏମିତି କରିଥିଲା ନିମନ୍ତ୍ରଣ, ସାଉଦି ଏୟାର ଫୋର୍ସ F-15 ଫାଇଟର ଜେଟ କରିଥିଲା ଏସ୍କର୍ଟ

କେମିତି ହୋଇଥିଲା ଏୟାରଷ୍ଟ୍ରାଇକ; କହିଲେ ୱିଙ୍ଗ କମାଣ୍ଡର ବ୍ୟୋମିକା ଓ କର୍ଣ୍ଣେଲ ସୋଫିଆ କ୍ୟୁରେସୀ

ବେଙ୍ଗାଲୁରେ ୩ ମୃତ , ୨୦ରୁ ଊର୍ଦ୍ଧ୍ବ ହ୍ରଦରେ ବନ୍ୟା, ରାସ୍ତା ପାଲଟିଲା ପୋଖରୀ

୫ ଥର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସ ଏଥର ସୁପର୍ ଫ୍ଲପ୍ ହୋଇଛି

ଟ୍ୱିନ ସିଟିରେ କାର୍ଯ୍ୟକାରୀ ହେବାକୁ ଥିବା ପୂର୍ତ୍ତ ବିଭାଗ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

TAGGED:#entertainment news#UTKALA KHABARAnil kapoorBoney KapoorDied in MumbaiNirmal Kapoor
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?