ମୁମ୍ବାଇ ୧୬/୫ : ବଲିଊଡ଼ର ୬୦ ବର୍ଷୀୟ ଅଭିନେତା ଆମିର ଖାନ୍ ଗତ କିଛି ଦିନ ଧରି ତାଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି। କିଛିଦିନ ତଳେ ଅମିର ଖାନ ତାଙ୍କ ସ୍ତ୍ରୀ କିରଣଙ୍କୁ ଛାଡପତ୍ର ଦେଇଥିଲେ ବୋଲି ଚର୍ଚା ହେଉଥିଲା ଏବେ ଶୁଣିବାକୁ ମିଳୁଛି କି ସେ ଜଣେ ଯୁବତୀଙ୍କ ପ୍ରେମରେ ପଡିଛନ୍ତି । ଦୁନିଆ ଆଗରେ ସ୍ଵୀକାର କରିଛନ୍ତି ଯେ, ସେ ଗୌରୀ ସ୍ପ୍ରାଟ୍ଙ୍କୁ ଡେଟ୍ କରୁଛନ୍ତି।
ଗୌରୀଙ୍କ ସହ ତାଙ୍କ ସମ୍ପର୍କ ଘୋଷଣା କରିବା ପରେ ଆମିର ଅଧିକାଂଶ ସମୟ ନିଜ ପ୍ରେମିକାଙ୍କ ସହ ସମୟ ଅତିବାହିତ କରୁଥିବା ନଜରରେ ଆସିଛନ୍ତି। ନିକଟରେ ମାତୃ ଦିବସ ଅବସରରେ ଆମିର ତାଙ୍କ ଗର୍ଲଫ୍ରେଣ୍ଡ ଗୌରୀଙ୍କୁ ନିଜ ମାଆ ଜୀନତ ହୁସୈନଙ୍କ ସହ ଭେଟ କରାଇଛନ୍ତି। ଏହି ସମୟରେ ଆମିରଙ୍କ ଭଉଣୀ ନିଖତ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।
ମାଆ ଓ ଭଉଣୀଙ୍କ ସହ ଆମିର ଖାନଙ୍କ ପ୍ରେମିକା ଗୌରୀ ସ୍ପ୍ରାଟ୍ଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ମଦର୍ସ ଡେ’ ଅବସରରେ ସମସ୍ତେ ଏକାଠି ହସଖୁସି କରୁଥିବା ଦେଖିବାକୁ ମିିଳିଛି।
ଆମିରଙ୍କ ମାଆଙ୍କ ସହ ତାଙ୍କ ପ୍ରେମିକାଙ୍କୁ ଦେଖି ଏହା ସ୍ପଷ୍ଟ ହୋଇଛି ଯେ, ଗୌରୀଙ୍କ ସହ ଅଭିନେତାଙ୍କ ସମ୍ପର୍କକୁ ମାଆଙ୍କ ମଞ୍ଜୁରୀ ମଧ୍ୟ ମିଳିସାରିଛି। ଏଠାରେ ସୂଚନାଯୋଗ୍ୟ, ଆମିରଙ୍କ ଭଉଣୀ ପୂର୍ବରୁ ତାଙ୍କର ଓ ଗୌରୀଙ୍କ ସମ୍ପର୍କକୁ ମଞ୍ଜୁରୀ ଦେଇ ସାରିଛନ୍ତି। କିଛି ଦିନ ପୂର୍ବେ ଆମିର ତାଙ୍କ ପୁଅ ଜୁନୈଦ ଓ ଗର୍ଲଫ୍ରେଣ୍ଡ ଗୌରୀଙ୍କ ସହ ନଜର ଆସିଥିଲେ। ଏଥିରୁ ସ୍ପଷ୍ଟ ଯେ, ଆମିରଙ୍କ ପୂରା ପରିବାର ତାଙ୍କର ଓ ଗୌରୀଙ୍କ ସମ୍ପର୍କକୁ ନେଇ ଖୁସି ଅଛନ୍ତି।