Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ବଡ ପରଦାରେ ଦେଖିବାକୁ ମିଳିବ ଏପିଜେ ଅବଦୁଲ କଲାମଙ୍କ ବାୟୋପିକ୍
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ମନୋରଞ୍ଜନ

ବଡ ପରଦାରେ ଦେଖିବାକୁ ମିଳିବ ଏପିଜେ ଅବଦୁଲ କଲାମଙ୍କ ବାୟୋପିକ୍

utkala khabar
Last updated: April 15, 2025 5:11 pm
utkala khabar
Published April 15, 2025
Share
SHARE

ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ବୈଜ୍ଞାନିକ ଡକ୍ଟର ଏପିଜେ ଅବଦୁଲ କଲାମ। ବର୍ତ୍ତମାନ ତାଙ୍କ ଜୀବନୀ ଉପରେ ଏକ ବାୟୋପିକ୍‌ ଖୁବଶୀଘ୍ର ରିଲିଜ୍‌ ହେବାକୁ ଯାଉଛି । ଯାହାର ପୋଷ୍ଟର ଏବେ ସାମ୍ନାକୁ ଆସିଛି । ଏହି ଫିଲ୍ମରେ ଡକ୍ଟର କଲାମଙ୍କ ଜୀବନ ଯାତ୍ରାକୁ ବଡ଼ ପରଦାରେ ଆଣିବାକୁ ଯାଉଛନ୍ତି ଫିଲ୍ମ ନିର୍ମାତା । ରାମେଶ୍ୱରମ ତାମିଲନାଡୁଠୁ ନେଇ ରାଷ୍ଟ୍ରପତି ଭବନ, ତା’ସହ ରାଷ୍ଟ୍ରପତି ହେବା ପଛର ପ୍ରେରଣାଦାୟୀ କାହାଣୀ ଖୁବଶୀଘ୍ର ବଡ଼ ପରଦା ଉପରେ ଦେଖିବାକୁ ପାଇବେ ଦର୍ଶକ ।

ଅଭିଷେକ ଅଗ୍ରୱାଲ ଏବଂ ଏ.କେ. ଏଣ୍ଟରଟେନମେଣ୍ଟସ୍ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରଟି ଏ.ପି.ଜେ. ଅବଦୁଲ କଲାମ ଇଣ୍ଟରନେସନାଲ ଫାଉଣ୍ଡେସନର ସହଯୋଗରେ ନିର୍ମାଣ କରାଯାଉଛି । ଭାରତର ଏହି ପ୍ରିୟ ଏବଂ ସମ୍ମାନିତ ବ୍ୟକ୍ତିତ୍ୱଙ୍କ ଚରିତ୍ର ସମ୍ପୂର୍ଣ୍ଣ ସତ୍ୟ ଏବଂ ଗାରିମା ସହ ଉପସ୍ଥାପନ କରାଯିବ ।

୨୦୨୫ରେ ମୁକ୍ତିଲାଭ କରିବାକୁ ଯୋଜନା କରାଯାଇଥିବା ଏହି ଚଳଚ୍ଚିତ୍ରଟିର ନାଁ ରହିଛି ‘ଜନତା କେ ରାଷ୍ଟ୍ରପତି’ । ଏଥିରେ ଡକ୍ଟର କଲାମଙ୍କର ଜୀବନ ଯାତ୍ରା ,ତାଙ୍କର ଜ୍ଞାନ, ତାଙ୍କର ନମ୍ରତା ଏବଂ ଦେଶ ପ୍ରତି ତାଙ୍କର ସେବା ମନୋଭାବକୁ ଦେଖାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ଚଳଚିତ୍ର ନିର୍ମାତା । ସେୟାର କରାଯାଇଥିବା ଏହି ବାୟୋପିକ୍‌ର ପୋଷ୍ଟରରେ ତାଙ୍କ ଚରିତ୍ରର ଝଲକ ପ୍ରତିପାଦିତ ହେଉଛି । ଏହି ବାୟୋପିକ୍‌ଟି ପରଦାରେ ଆସିବା ପରେ ଖୁବ୍‌ ଲୋକପ୍ରିୟତା ସାଉଁଟିବ ବୋଲି ଆଶା ରଖିଛନ୍ତି ଫିଲ୍ମ ନିର୍ମାତା ।

 

You Might Also Like

ବେଙ୍ଗାଲୁରୁର ବିଜୟ ଉତ୍ସବ ବେଳେ ଦଳାଚକଟାରେ ୧୧ଜଣ ମୃତ

ଚୋରା ମଦ ବିକ୍ରି ବିରୁଦ୍ଧରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା!

କିଟରେ ପୁଣି ଜଣେ ଛାତ୍ରୀଙ୍କ ମୃତ୍ୟୁ ସାରା ରାଜ୍ୟରେ ଖେଳିଯାଇଛି ଚାଞ୍ଚଲ୍ୟ

ଘଣ୍ଟାପ୍ରତି ୧୮ କିମି ବେଗରେ ଗତି କରୁଛି ଗଭୀର ଅବପାତ

ପ୍ରଥମେ କାହା ପାଖରେ ଥିଲା କୋହିନୂର ହୀରା? ଜାଣନ୍ତୁ ଏହାର ପୂରା ଇତିହାସ

TAGGED:#bollywood movie#entertainment news#UTKALA KHABARDr. A. P. J. Abdul Kalam
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?