Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ୨୫ ବର୍ଷ ପରେ ବଡ଼ ପରଦାରେ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ଧଡ଼କନ’
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ମନୋରଞ୍ଜନ

୨୫ ବର୍ଷ ପରେ ବଡ଼ ପରଦାରେ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ଧଡ଼କନ’

utkala khabar
Last updated: May 17, 2025 3:40 pm
utkala khabar
Published May 17, 2025
Share
SHARE

ବଲିଉଡ଼ ୧୭/୫ : ହିନ୍ଦୀ ସିନେମା ଜଗତରେ ୨୦୦୦ ମସିହାରେ  ରିଲିଜ୍ ହୋଇଥିଲା ଫିଲ୍ମ ଧଡକନ । ଏହି ଫିଲ୍ମକୁ ଧର୍ମେଶ ଦର୍ଶନଙ୍କ ନିର୍ଦ୍ଦେଶିତ ହୋଇଥିବା ଏକ ସଫଳ ପ୍ରେମ କାହାଣୀ । ପୁଣି ଥରେ ଏହି ଫିଲ୍ମ ଦୀର୍ଘ ୨୫ ବର୍ଷ ପରେ ସିନେମା ହଲରେ ଆସିବାକୁ ଯାଉଛି । ଏହି ଫିଲ୍ମରେ ଶିଲ୍ପା ସେଟ୍ଟୀ, ଅକ୍ଷୟ କୁମାର, ଏବଂ ସୁନିଲ ସେଟ୍ଟୀଙ୍କୁ ନେଇ ଏହି ମାସରେ ଖୁବଶୀଘ୍ର ରିଲିଜ୍ ହେବାକୁ ଯାଉଛି ।

ତେବେ ଏନେଇ ଅକ୍ଷୟ କୁମାର ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟର ସେୟାର କରିଛନ୍ତି । ଏହା ସହ ଅକ୍ଷୟ ଏକ କ୍ୟାପସନ ଲେଖିଛନ୍ତି ‘ପ୍ରେମ ଓ ଭାବନାର କାହାଣୀ ହେଉଛି ଧଡକନ’ । ଯାହାକି ମେ ମାସ ୨୩ ତାରିଖରେ ପୁଣି ଥରେ ବଡ ପରଦାରେ ଆସୁଛି । ନିଜ ହଦୟକୁ ପୁଣିଥରେ ଏହି ଫିଲ୍ମରେ ଦିଅନ୍ତୁ ତାହେଲେ ଫିଲ୍ମକୁ ଆପଣ ଏହାର ମଜା ଉଠାଇ ପାରିବେ।

ଅକ୍ଷୟ କୁମାରଙ୍କ ପୂର୍ବରୁ ସୁନୀଲ ଶେଟ୍ଟୀ ମଧ୍ୟ ଫିଲ୍ମର ପୋଷ୍ଟର ସେୟାର କରିଥିଲେ । କେବଳ ସେତିକି ନୁହେଁ ପ୍ରଶଂସକଙ୍କ ସହ ନିଜର ଭାବନା ସେୟାର କରିଥିଲେ । ଏହି ଚଳଚ୍ଚିତ୍ରକୁ ପ୍ରେମ ଏବଂ ଭାବନାର ମିଶ୍ରଣ ଭାବରେ ବର୍ଣ୍ଣନା କରିଥିଲେ ସୁନିଲ । ସେ ଦର୍ଶକଙ୍କୁ ପୁଣିଥରେ ସମାନ ଅନୁଭବ ଅନୁଭବ କରିବାକୁ ପ୍ରସ୍ତୁତ ରହିବାକୁ କହିଥିଲେ । ମଲ୍ଟି ଷ୍ଟାରର ରୋମାଣ୍ଟିକ ଫିଲ୍ମ ‘ଧଡକନ୍’ ସିନେମା ହଲରେ ପୁଣିଥରେ ରିଲିଜ୍କୁ ନେଇ ପ୍ରସ୍ତୁତ ରହିଛି । ଏହି ଚଳଚ୍ଚିତ୍ରଟି ଭାରତର କିଛି ଥିଏଟରରେ ଡିଜିଟାଲ୍ ପୁଣିଥରେ ମାଷ୍ଟର ଫର୍ମାଟରେ ଦେଖିବାକୁ ମିଳିବ ।

ଧର୍ମେଶ ଦର୍ଶନଙ୍କ ନିର୍ଦ୍ଦେଶିତ ‘ଧଡକନ୍’ ପ୍ରେମ, ହୃଦୟ ବିଦାରକତା ଏବଂ ଜୀବନର ଉତ୍ଥାନ-ପତନ ଉପରେ ଆଧାରିତ କାହାଣୀକୁ ପରଦାକୁ ଆଣିଛି । ଶିଳ୍ପା ସେଟ୍ଟୀ ଏହି ଫିଲ୍ମରେ ‘ଅଞ୍ଜଳି’ ଭୂମିକାରେ ଅଭିନୟ କରିଥିଲେ । ଯେତେବେଳେ, ସୁନୀଲ ସେଟ୍ଟୀ ତାଙ୍କ ପ୍ରେମିକ ‘ଦେବ’ ଭୂମିକାରେ ଅଭିନୟ କରିଥିଲେ । ପ୍ରେମ ତ୍ରିକୋଣ ଆଧାରିତ ଏହି ଫିଲ୍ମରେ ଅକ୍ଷୟ କୁମାର ଶିଳ୍ପାଙ୍କ ସ୍ୱାମୀ ‘ରାମ’ ଭୂମିକାରେ ଅଭିନୟ କରିଥିଲେ ।

ଫିଲ୍ମର ଅଭିନୟ କରିଥିବା ଅଭିନେତା ଓ ଅଭିନେତ୍ରୀ ଦର୍ଶକଙ୍କ ହୃଦୟ ଜିଣିପାରିଥିଲେ । କେବଳ କାହାଣୀ ବ୍ୟତୀତ ଗୀତଗୁଡ଼ିକୁ ମଧ୍ୟ ବହୁତ ପସନ୍ଦ କରିଥିଲେ ଦର୍ଶକ । ଏହି ବର୍ଷ ଅନେକ ପୁରୁଣା ଫିଲ୍ମ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏହି ତାଲିକାରେ ବିପୁଲ ଅମୃତଲାଲ ଶାହଙ୍କ ନିର୍ଦ୍ଦେଶିତ ‘ନମସ୍ତେ ଲଣ୍ଡନ’ ମଧ୍ୟ ରହିଛି ।

 

 

You Might Also Like

ଜାଣନ୍ତୁ ଆଜି ବ୍ୟବସାୟୀଙ୍କ ପାଇଁ କିପରି କଟିବ ଦିନ

କାହିଁକି ବିଗବି କେବିସି ଛାଡ଼ିବେ ? କିଏ କରିବେ ହୋଷ୍ଟ ?

ଇସ୍ରାଏଲ ଗାଜା ଉପରେ ପୁଣି ଥରେ କଲା ଆକ୍ରମଣ

‘କୌନ ବନେଗା କରୋଡପତି ସିଜିନ-୧୭’ ର ନୂଆ ହୋଷ୍ଟ ହେବେ ସଲମାନ

ଆପଣଙ୍କ ଫୋନ୍‌ପେରୁ ପେମେଣ୍ଟ କରିପାରିବେ ଆପଣଙ୍କ ପରିବାର ଲୋକେ

TAGGED:#bollywood#entertainment news#movie#UTKALA KHABARBig screenDhadkkanHindi cinema
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?