ଅଭିନେତା ଆୟୁଷ୍ମାନ ଖୁରାନା ଏବଂ ତାଙ୍କ ସ୍ତ୍ରୀ ତାହିରା କଶ୍ୟପ ଅନେକ ସମୟରେ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ତାଙ୍କ ଜୀବନର ସୁଖ ଦୁଃଖକୁ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ୭ବର୍ଷ ତଳେ ସେ ପ୍ରଥମେ କ୍ୟାନସରରେ ପୀଡିତ ଥିଲେ ତାହିରା । କିନ୍ତୁ ପୁଣି ଥରେ ସେ ବ୍ରେଷ୍ଟ କ୍ୟାନସରରେ ପୀଡିତ ହୋଇଛନ୍ତି । ସ୍ୱାସ୍ଥ୍ୟବସ୍ଥାକୁ ନେଇ ସେ ବର୍ତ୍ତମାନ ସୋସିଆଲ ମିଡିଆରେ ଅପଡେଟ୍ ଦେଇଛନ୍ତି । ଥରେ କର୍କଟ ରୋଗ ବିରୁଦ୍ଧରେ ଜିତିଥିଲେ । ଏହି ରୋଗ ସହ ଲଢିବା ସାଧାରଣ କଥା ନୁହେଁ ବୋଲି ମଧ୍ୟ କହିଛନ୍ତି । ସୁସ୍ଥ ହେବା ପାଇଁ ପୁଣି ତାଙ୍କ ପ୍ରଚେଷ୍ଟାକୁ ଜାରି ରଖିଛନ୍ତି । ଏହା ବ୍ୟତୀତ ସୂର୍ଯ୍ୟମୁଖୀ ଫୁଲ ଧରି ଗୋଟିଏ ଫଟୋ ପୋଷ୍ଟ କରିଛନ୍ତି । ବୁଧବାର ଦିନ ରୋଗକୁ ନେଇ ସେୟାର କରିଥିବା ପୋଷ୍ଟଟି ଭାଇରଲ ହେବା ପରେ ପରିବାରବର୍ଗ, ବନ୍ଧୁ ଏବଂ ତାଙ୍କ ପ୍ରଶଂସକମାନେ ତାଙ୍କ ଆରୋଗ୍ୟ କାମନା କରିଛନ୍ତି । ତାଙ୍କୁ ଏଭଳି ଦୃଢ ମନୋବଳ ବଢାଇବା ପାଇଁ ଦେଉଥିବା ପ୍ରୋତ୍ସାହନକୁ ନେଇ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଯାହାକୁ ନେଇ ତାଙ୍କୁ ଶାନ୍ତି ଅନୁଭବ ହେଉଛି ।
ଅନ୍ୟପଟେ ତାହିରା ତାଙ୍କ ପୋଷ୍ଟରେ ଲେଖିଛନ୍ତି, ଆପଣଙ୍କର ସମସ୍ତ ପ୍ରେମ ଏବଂ ପ୍ରାର୍ଥନା ମତେ ଆନନ୍ଦ ଦେଇଛି । ଧନ୍ୟବାଦ ଜଣାଇବା ସହ ମୁଁ ଘରକୁ ଫେରି ଆସିଛି ଏବଂ ସୁସ୍ଥ ହେଉଛି ବୋଲି ମଧ୍ୟ କହିଛନ୍ତି । ଏହା ବ୍ୟତୀତ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁମାନେ ପ୍ରାର୍ଥନା କରୁଛନ୍ତି କେତେକଙ୍କୁ ସେ ଜାଣନ୍ତି ଏବଂ ଅନେକ ଅଛନ୍ତି ଯାହାକୁ ସେ ଜାଣିନାହାଁନ୍ତି । ଏବଂ ତଥାପି ସେ ସମସ୍ତଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି A