ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି କାର୍ତ୍ତିକ ଆର୍ଯ୍ୟନ୍ । ଦର୍ଶକଙ୍କୁ ଅନେକ ଭଲ ଫିଲ୍ମର ଖୋରାକ ଯୋଗାଇପାରିଛନ୍ତି କାର୍ତ୍ତିକ । ଅଭିନୟ ଯାଦୁରେ ଖୁବ ସହଜରେ ସମସ୍ତଙ୍କ ମନରେ ରାଜ କରିପାରିଛନ୍ତି । ତାଙ୍କ ଜୀବନରେ ସଫଳ କଳାକାର ଭାବେ ଆଗକୁ ବଢିବାରେ ଲାଗିଛନ୍ତି । ବର୍ତ୍ତମାନ ତାଙ୍କ ଲମ୍ବା ଦାଢି, ଚୁଟି ପାଇଁ ସେ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମ ପ୍ରୋଜେକ୍ଟ ପାଇଁ ଦାର୍ଜିଲିଂରେ ନଜର ଆସିଛନ୍ତି କାର୍ତ୍ତିକ । ଯାହାର ଫଟୋ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ତାଙ୍କର ପ୍ରଥମ ଝଲକ ଦେଖିବାକୁ ପାଇଛନ୍ତି ଦର୍ଶକ ।
ଆଗାମୀ ଫିଲ୍ମ ପାଇଁ କାର୍ତ୍ତିକ ଆର୍ଯ୍ୟନ ଶ୍ରୀଲୀଲାଙ୍କ ସହିତ ଗ୍ୟାଙ୍ଗଟନକ୍ ଏବଂ ଦାର୍ଜିଲିଂରେ ସୁଟିଂ କରୁଛନ୍ତି । ଶନିବାର ଦିନ ଗ୍ୟାଙ୍ଗଟକରଙ୍କ ସହିତ ମଜାମସ୍ତି କରିବାର ମୂହୁର୍ତ୍ତକୁ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । କାର୍ତ୍ତିକ ତାଙ୍କ ସୋସିଆଲ ମିଡିଆ କ୍ୟାପସନରେ ଗ୍ୟାଙ୍ଗଟକମାନଙ୍କ ସ୍ବାଗତ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇବା ସହିତ ସବୁବେଳ ପାଇଁ ସେମାନଙ୍କୁ ମନେରଖିବେ ବୋଲି କହିଛନ୍ତି । କଥାବାର୍ତ୍ତା ସମୟର କିଛି ଫଟୋ ସେୟାର କରି ହାସ୍ୟପୂର୍ଣ୍ଣ ଭାବେ ଲେଖିଛନ୍ତି ଯେ, ଦାର୍ଜିଲିଂରେ ବାର୍ଷିକ ବାବା ସମ୍ମିଳନୀ । କିନ୍ତୁ ଏପର୍ଯ୍ୟନ୍ତ ଫିଲ୍ମର ନାମ ସ୍ଥିର ହୋଇନାହିଁ । କାର୍ତ୍ତିକଙ୍କ ନ୍ୟୁଲୁକ୍ ଦେଖିବାକୁ ମିଳିବ । ଯେଉଁଥି ପାଇଁ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଫଟୋ ଦର୍ଶକଙ୍କ ମନରେ ଉତ୍କଣ୍ଠାଭାବକୁ ବଢାଇଦେଇଛି ।