Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ସହିଦ ସୈନ୍ୟମାନଙ୍କ ପରିବାରକୁ ୧.୧୦କୋଟି ଟଙ୍କାର ସହାୟତା ଦେଲେ ପ୍ରୀତି
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ମନୋରଞ୍ଜନ

ସହିଦ ସୈନ୍ୟମାନଙ୍କ ପରିବାରକୁ ୧.୧୦କୋଟି ଟଙ୍କାର ସହାୟତା ଦେଲେ ପ୍ରୀତି

utkala khabar
Last updated: May 26, 2025 5:03 pm
utkala khabar
Published May 26, 2025
Share
SHARE

ବଲିଉଡର ଅଭିନେତ୍ରୀ ପ୍ରୀତି ଜିଣ୍ଟା ସହିଦ ସେନାଙ୍କ ପରିବାରକୁ ସହାୟତାର ହାତ ବଢାଇ ଚର୍ଚ୍ଚାରେ ରହିଛନ୍ତି । ସେନାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କୁ ୧ କୋଟିର ଅର୍ଥ ରାଶି ପ୍ରଦାନ କରିଛନ୍ତି । ତାଙ୍କର ଏପରି ଭାବନା ଅପରେସନ ସିନ୍ଦୁର ପରେ ଦେଖାଦେଇଥିବା ସୂଚନା ମିଳିଛି । ଯାହା ପରେ ସେ ଚର୍ଚ୍ଚାରେ ରହିଛନ୍ତି ।ପ୍ରୀତି ଜିଣ୍ଟା ଦକ୍ଷିଣ ପଶ୍ଚିମ କମାଣ୍ଡର ଆର୍ମି ୱାଇବ୍ସ ୱେଲଫେୟାର ଏସୋସିଏସନ (AWWA)କୁ ୧.୧୦କୋଟି ଟଙ୍କା ପ୍ରଦାନ କରିଛନ୍ତି । ତାଙ୍କର ଏହି ଅର୍ଥରାଶି ପ୍ରଦାନ ଇଣ୍ଡିଆନ ପ୍ରିମିୟର ଲିଗ୍ ଟିମ୍ ପଞ୍ଜାବ କିଙ୍ଗ୍ସର କର୍ପୋରେଟଙ୍କ ଅଧୀନରେ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଶନିବାର ଜୟପୁରରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସହିଦ ସୈନିକମାନଙ୍କ ପରିବାର ମଧ୍ୟ ସାମିଲ ଥିଲେ ।

ଏହାରି ମଧ୍ୟରେ ପ୍ରୀତି ସହିଦମାନଙ୍କ ପ୍ରଶଂସା କରି କହିଛନ୍ତି ଯେ, ସେମାନଙ୍କ ପରିବାରକୁ ସହାୟତା ଦେବା ସମ୍ମାନ ଏବଂ କର୍ତ୍ତବ୍ୟ । ସୈନ୍ୟମାନଙ୍କ ବଳିଦାନକୁ କେବେ ଭୁଲିହେବ ନାହିଁ । କିନ୍ତୁ ତାଙ୍କ ପରିବାର ସହିତ ଠିଆ ହୋଇ ସେମାନଙ୍କୁ ଆଗକୁ ବଢିବାର ସାହାଯ୍ୟ କରିପାରିବା । ଆହୁରି ମଧ୍ୟ କହିଛନ୍ତି ଯେ, ସଶସ୍ତ୍ର ବାହିନୀ ସୈନ୍ୟଙ୍କ ପାଇଁ ଆମେ ଗର୍ବିତ ।ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରି ଅନେକ କିଛି ଲେଖିଛନ୍ତି । ସେ ସୈନ୍ୟଙ୍କ ପରିବାର ଲୋକଙ୍କ ଧର୍ଯ୍ୟ, ଝାଳ, ରକ୍ତ, ଲୁହକୁ ଅତି ନିକଟରୁ ଦେଖିଛନ୍ତି । ସୈନ୍ୟମାନଙ୍କ ଅପେକ୍ଷା ସେମାନଙ୍କ ପରିବାର ଲୋକ ଅଧିକ ସାହାସୀ ବୋଲି  ତାଙ୍କୁ ଅନୁଭବ ହୁଏ । କାରଣ ଗୋଟେ ମା ତା ଛୁଆକୁ, ସ୍ତ୍ରୀମାନେ ସେମାନଙ୍କ ସ୍ୱାମୀଙ୍କୁ ଏବଂ ପିଲାମାନେ ସେମାନଙ୍କ ବାପାଙ୍କୁ ବଳିଦାନ ଦେଇ ଦେଉଛନ୍ତି । ଏହା ସୈନ୍ୟମାନଙ୍କ ପରିବାରର ବାସ୍ତବତା ବୋଲି ସେ କହିଛନ୍ତି । ଗୋଟିଏ ମା’ ଦେଶ ପାଇଁ ତା’ ପୁଅକୁ ବଳିଦାନ ଦେଇଥାନ୍ତି । ସ୍ତ୍ରୀମାନଙ୍କ ଓଠରୁ ହସ ଏବଂ ପିଲାମାନଙ୍କ ମାର୍ଗଦର୍ଶନ କରିପାରିବେ ନାହିଁ ।

ତାଙ୍କ ଅଭିନୟ ମାଧ୍ୟମରେ ଫ୍ୟାନ୍ସଙ୍କ ହୃଦୟରେ ରାଜ କରି ଆସୁଛନ୍ତି । ଯଦି ତାଙ୍କ କ୍ୟାରିୟର ସମ୍ପର୍କରେ କୁହାଯାଏ ତେବେ ସେ କଲ ହୋ ନା ହୋ, ଭୀର ଜରା, ଦିଲ୍ ହେ ତୁମହାରା, ଚୋରି ଚୋରି ଚୁପକେ ଚୁପକେ ଭଳି ଅନେକ ଫିଲ୍ମ କରିଛନ୍ତି । ସେ ଖୁବ୍ ଶୀଘ୍ର ‘ଲାହୋର ୧୯୪୭’ ଫିଲ୍ମ ସହିତ ବଡ଼ ପରଦାକୁ ଫେରିବାକୁ ପ୍ରସ୍ତୁତ । ଏଥିରେ ତାଙ୍କ ସହିତ ସନ୍ନି ଦେଓଲ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମର ପ୍ରଯୋଜକ ଭାବେ ଆମିର ଖାନ ରହିବେ ।

You Might Also Like

ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି, ଓଡ଼ିଆ ପରମ୍ପରାରେ ଆଜିଠାରୁ ନୂଆବର୍ଷ ଆରମ୍ଭ

ରକ୍ତର ବଦଲା ରକ୍ତରେ ନେଲା… ପହଲଗାମ ଆତଙ୍କୀ ଆକ୍ରମଣର ୧୪ ଦିନ ପରେ ପ୍ରତିଶୋଧ ନେଇଛି ଭାରତ

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୧୬ ମୃତ ଓ ୧୦ ଆହତଙ୍କ ତାଲିକା ପ୍ରକାଶ

ହଟିଲେ ପାକିସ୍ତାନର ସେନାମୁଖ୍ୟ ମୁନିର ଅହମ୍ମଦ

କେମିତି କଟିବ ଆଜିର ଦିନଟି ଜାଣନ୍ତୁ

TAGGED:#UTKALA KHABARBollywood ActressDonateIndian Armys wifeMoneyPreity Zinta
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?