Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ସଲମାନ ଖାନ୍‌ଙ୍କୁ ପୁଣି ମିଳିଲା ହତ୍ୟା ଧମକ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ମନୋରଞ୍ଜନ

ସଲମାନ ଖାନ୍‌ଙ୍କୁ ପୁଣି ମିଳିଲା ହତ୍ୟା ଧମକ

utkala khabar
Last updated: April 14, 2025 11:48 am
utkala khabar
Published April 14, 2025
Share
SHARE

ନୂଆଦିଲ୍ଲୀ ୧୪।୦୪ : ବଲିଉଡର ଭାଇଜାନ ସଲମାନ ଖାନ। ଅଭିନେତାଙ୍କୁ ଟେନସନ ଦିନକୁ ଦିନ ବଢିବାରେ ଲାଗିଛି । ତାଙ୍କୁ ପୁଣି ଥରେ ଜୀବନରୁ ମାରି ଦେବାକୁ ଧମକ ମିଳିଛି । ମୁମ୍ବାଇର ୱର୍ଲି ଟ୍ରାଫିକ ବିଭାଗର ହ୍ୱାର୍ଟସ ଆପ୍ ନମ୍ବରକୁ ଏକ ଧମକ ପଠାଯାଇଛି । ଅଭିନେତା ସଲମାନ ଖାନଙ୍କୁ ପୁଣି ଥରେ ଧମକ ମିଳିଛି । ମୁମ୍ବାଇ ଟ୍ରାଫିକ ବିଭାଗକୁ ଏକ ଧମକ ପଠାଯାଇଛି ଯେଉଁଥିରେ କୁହାଯାଇଛି ଯେ ଅଭିନେତାଙ୍କ ଘରେ ପଶି ହତ୍ୟା କରିବୁ । କେବଳ ଏତିକି ନୁହେଁ, ସଲମାନ ଖାନଙ୍କ କାରକୁ ବୋମା ବିସ୍ଫୋରଣ କରିବାର ଆଶଙ୍କା ମଧ୍ୟ ରହିଛି । ୱର୍ଲି ପୋଲିସ ଷ୍ଟେସନରେ ଫୋନ କରିଥିବା ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ।

ମୁମ୍ବାଇର ୱର୍ଲି ଟ୍ରାଫିକ ବିଭାଗର ହ୍ୱାର୍ଟସ ଆପ୍ ନମ୍ବରରେ ଏହି ଧମକ ମିଳିଛି । ଏହି ଧମକ ଦେଇଥିବା ଅଜଣା ବ୍ୟକ୍ତି ସଲମାନ ଖାନଙ୍କୁ ତାଙ୍କ ଘରେ ପସି ହତ୍ୟା କରିବୁ ଏବଂ ତାଙ୍କ କାରକୁ ବୋମାରେ ଉଡାଇବାକୁ ଧମକ ମିଳିଛି । ଏହି ଧମକ ପରେ ୱର୍ଲି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି ଏବଂ ଏହି ଧମକ ଦେଉଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ପୋଲିସ ଚେଷ୍ଟା କରୁଛି । ସଲମାନ ଖାନଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢୁଛି ଏବଂ ପୋଲିସ ଏହାର ତଦନ୍ତ କରୁଛି ।

ପୂର୍ବରୁ ମିଳିଛି ଅନେକ ହତ୍ୟା ଧମକ

ଏହା ପ୍ରଥମ ଥର ନୁହେଁ ଯେ ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିଛି, ପୂର୍ବରୁ ଅଭିନେତାଙ୍କୁ ଅନେକ ଥର ଧମକ ମିଳିଥିଲା । ଗତ କିଛି ବର୍ଷ ମଧ୍ୟରେ ବଲିଉଡ ଅଭିନେତାଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଅନେକ ଧମକ ମିଳିଥିଲା । ଗତବର୍ଷ ତାଙ୍କ ଘର ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ମଧ୍ୟ ଗୁଳିମାଡ଼ ହୋଇଥିଲା । ଏଥିସହିତ ସଲମାନ ଖାନଙ୍କ ଘନିଷ୍ଠ ବନ୍ଧୁ ବାବା ସିଦ୍ଦିକିଙ୍କ ହତ୍ୟା ମଧ୍ୟ କରାଯାଇଥିଲା । ଏବେ ପୁଣି ଥରେ ତାଙ୍କ ଘର ଭିତରେ ହତ୍ୟା ହେବାର ଧମକ ଆସିଛି । ତେବେ ଏହି ବିପଦ ଲରେନ୍ସ ଠାରୁ ଆସିଛି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କହିବାକୁ ଗଲେ ସୁପରଷ୍ଟାରଙ୍କୁ Y ପ୍ଲସ୍ ସୁରକ୍ଷା ଦିଆଯାଇଛି ।

You Might Also Like

ସକାଳେ ଖାଲି ପେଟରେ ଉଷୁମ ପାଣି ପିଇବା ଅତ୍ୟନ୍ତ ଲାଭଦାୟକ

ଫୱାଦ ଖାନଙ୍କ ବଲିଉଡ୍ କମ୍‌ବ୍ୟାକ୍‌କୁ ନେଇ ବିବାଦ, ଭଡକିଲେ ଶିବସେନା ଓ ମହାରାଷ୍ଟ୍ର ନବନିର୍ମାନ ସେନା

ପହଲଗାମ ହମଲା ପରେ ସଲମାନଙ୍କ ବଡ ନିଷ୍ପତ୍ତି, ପୋଷ୍ଟପୋନ୍ କଲେ ୟୁକେ ଟୁର୍‌

ଏପ୍ରିଲ ୧୪ ତାରିଖ ସୋମବାର ପଡ଼ୁଥିବାରୁ ଆଜିର ଦିନଟି କେମିତି ହେବ

ଆମିରଙ୍କ ମାଆଙ୍କୁ ଭେଟିଲେ ପ୍ରେମିକା ଗୌରୀ, ସମ୍ପର୍କକୁ ମିଳିଲା ମଞ୍ଜୁରୀ

TAGGED:#bollywood actor#salman khanDeath threat again
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?