Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଏପ୍ରିଲ ୧୨ ତାରିଖ ଶନିବାର, ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ମନୋରଞ୍ଜନ

ଏପ୍ରିଲ ୧୨ ତାରିଖ ଶନିବାର, ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

utkala khabar
Last updated: April 12, 2025 12:15 pm
utkala khabar
Published April 12, 2025
Share
SHARE

ମେଷ- ଷଷ୍ଠ ଚନ୍ଦ୍ର ଯୋଗୁ ସବୁ ପ୍ରକାର ଶୁଭ ଦାୟକ। ବନ୍ଧୁ ମିଳନର ଯୋଗ ରହିବ। ବ୍ୟବସାୟରେ ଇଚ୍ଛାକୃତ ଲାଭ ପାଇ ଖୁସି ହେବେ। ସ୍ୱାସ୍ଥ୍ୟ ବିଷୟରେ ସଚେତନ ରୁହନ୍ତୁ। ବିଦ୍ୟାର୍ଥୀମାନେ ପାଠକୁ ଅଧିକ ଗୁରୁତ୍ଵ ଦେବେ।

ବୃଷ- ଜୀବନ ଉତ୍ତମ ରହିବ। ହେଲେ ମଧ୍ୟ ମନ ସାମାନ୍ୟ ଚିନ୍ତାରେ ରହିପାରେ। ଶାରୀରିକ ଅସୁସ୍ଥତା ମଧ୍ୟ କିଛି ଦେଖା ଦେଇପାରେ। ବ୍ୟବସାୟ ପାଇଁ ଯାତ୍ରା କରିପାରନ୍ତି । ଯାହା ଆପଣଙ୍କୁ ଲାଭଦାୟକ ହେବ। ବିଦ୍ୟାର୍ଥୀମାନେ ଲାଭବାନ ହେବେ ।

ମିଥୁନ- ପର ଚର୍ଚ୍ଚା କରି ସମୟ ନଷ୍ଟ କରିବେ। ଅଙ୍ଗରେ ଆଘାତ ଲାଗିପାରେ। ମାନସିକ ଚିନ୍ତାରେ ରହି ନିଷ୍ପତ୍ତି ନେଇପାରନ୍ତି। ଛାତ୍ରଛାତ୍ରୀମାନେ ବ୍ୟସ୍ତତାରେ ଦିନ କାଟିବେ। ବ୍ୟବସାୟ ମଧ୍ୟମ ଫଳ ଦେବ । ଦାମ୍ପତ୍ୟ ଜୀବନରେ କଳହ ଲାଗିପାରେ ।

କର୍କଟ- ତୃତୀୟ ଚନ୍ଦ୍ର ଯୋଗ ରହିଥିବାରୁ ଦିନଟି ଖୁସିରେ କଟିବ । ଭ୍ରମଣର ଯୋଗ ରହିବ। କୌଣସି ସ୍ଥାନରୁ ସମ୍ମାନର ଅଧିକାରୀ ହେବେ। ଚାକିରିରେ ପଦୋନ୍ନତି ମିଳିବ। ଲାଗିଥିବା ସମସ୍ୟାର ସମାଧାନ ହେବ । ବ୍ୟବସାୟରେ   ଅଳ୍ପ ପରିଶ୍ରମରେ ଅଧିକ ଲାଭ ଯୋଗ ରହିଛି । ବିଦ୍ୟାର୍ଥୀ ଉଚ୍ଚଶିକ୍ଷା ଲାଭ କରିବେ।

ସିଂହ- କୌଣସି କାର୍ଯ୍ୟ କିମ୍ବା ବସ୍ତୁକୁ ନେଇ ଆଶାବାଦୀ ହୋଇ ରହିବେ। ଜୀବନରେ କରିଥିବା ଭଲ କର୍ମ ଗୁଡ଼ିକର ଫଳ ପ୍ରାପ୍ତ ହେବ। ଆୟର ଯୋଗ ଉତ୍ତମ ରହିବ। ବ୍ୟାପାରରେ ଅଧିକ ଲାଭ ଯୋଗ ରହିଛି । ପତ୍ନୀଙ୍କ ସହ ଆଲୋଚନା କରି କିଛି ନୂଆ କରିବାକୁ ମନସ୍ଥ କରିବେ ।

କନ୍ୟା- ମନ ପ୍ରସନ୍ନ ଓ ପ୍ରଫୁଲ୍ଲ ରହିବ। ଉତ୍ତମ ଫଳ ଲାଭ ହେବ। ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ଚାକିରିରେ ପଦୋନ୍ନତି ଘଟିବ। ବ୍ୟବସାୟରେ ଅଧିକ ଅର୍ଥ ଲାଭର ଯୋଗ ରହିଛି। ମାନ ସମ୍ମାନ ମିଳିବ। ବିଦ୍ୟାର୍ଥୀମାନେ ଅଧିକ ମନୋନିବେଶ କରିବେ ।

ତୁଳା- ଦ୍ଵାଦଶ ଚନ୍ଦ୍ର ରହିଥିବାରୁ ଶାରୀରିକ ସମସ୍ୟା ଦେଖାଦେବ। ତଳିପେଟରେ ଯନ୍ତ୍ରଣା ଦେଖା ଦେବ। ଆର୍ଥିକ ବ୍ୟୟରେ ଦିନଟି କଟିବ। ବଡ଼ ସଫଳତା ମିଳିନପାରେ। ସ୍ବାସ୍ଥ୍ୟାବସ୍ଥା ମଧ୍ୟମ ରହିବ। ଅଧିକ ପରିଶ୍ରମରେ ଦିନଟି କଟିବ। ବିଦ୍ୟାର୍ଥୀ ଅମାନଯୋଗୀ ହୋଇପାରନ୍ତି ।

ବିଛା- ଏକାଦଶ ଚନ୍ଦ୍ରରେ ସର୍ବ କାର୍ଯ୍ୟ ସଫଳ ହେବ। ଗୃହରେ  ନୂତନ କାର୍ଯ୍ୟ ଆରମ୍ଭ ହେବ। ଦିନଟିରେ ବହୁତ ଭଲ ଯୋଗ ରହିଛି। ରାଜନୀତିରେ ସଫଳତା ପ୍ରାପ୍ତି ହେବ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପ୍ରାପ୍ତ କରିବେ। ବ୍ୟବସାୟରେ ଅଟକିଥିବା କାର୍ଯ୍ୟ ଆଗକୁ ବଢ଼ିବ ।

ଧନୁ- ଦଶମ ଚନ୍ଦ୍ରରେ ସର୍ବ କାର୍ଯ୍ୟ ସଫଳ। ଚାକିରି କ୍ଷେତ୍ରରେ ସମ୍ମାନ ଓ ପଦୋନ୍ନତିର ଯୋଗ ରହିଛି। ଗୃହକୁ ବନ୍ଧୁଙ୍କ ଆଗମନ ହୋଇପାରେ। ବ୍ୟବସାୟରେ ଲାଭ ଯୋଗ ରହିଛି। ମିଳୁନଥିବା ଧନ ପ୍ରାପ୍ତି ହେବ। ବିଦ୍ୟାର୍ଥୀମାନେ ଲାଭବାନ ହେବେ ।

ମକର- ଦିନଟି ଆପଣଙ୍କୁ ମଧ୍ୟମ ଫଳ ଦେବ। ଶତ୍ରୁ ଭୟ ରହିବ।  ଚିନ୍ତାକୁ    ଦୂରୀଭୂତ କରନ୍ତୁ। ଧନ ଲାଭର ସଂଯୋଗ ରହିଛି। ଖର୍ଚ୍ଚ ମଧ୍ୟ ଅଧିକ ହୋଇପାରେ। ଛାତ୍ରଛାତ୍ରୀମାନେ ଭବିଷ୍ୟତ ଚିନ୍ତାରେ ରହିବେ । ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ଦେଖା ଦେଇପାରେ ।

କୁମ୍ଭ- ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ। ଅଙ୍ଗରେ ଆଘାତ ଲାଗିପାରେ। ବ୍ୟବସାୟରେ ଧୀର ବୃଦ୍ଧି ହେବ। ଆୟ ଠାରୁ ବ୍ୟୟ ବଢ଼ିବ।  ଅଧିକ ପରିଶ୍ରମ ମଧ୍ୟ କରିବାକୁ ପଡ଼ିପାରେ। ଭ୍ରମଣ ଯୋଗ ରହିଛି। ପରିବାରରେ ସାମାନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେବ।

ମୀନ- ସପ୍ତମ ଚନ୍ଦ୍ର ଯୋଗୁ ପରିବାରରେ ସୁଖ ସନ୍ତୋଷ ରହିବ। ଚାକିରିରେ ଉତ୍ତମ ଫଳ ପ୍ରାପ୍ତ ହେବ। ବ୍ୟବସାୟରେ ଆଶା ଅନୁସାରେ ଫଳ ପ୍ରାପ୍ତି ହେବ। ପରିବାର ସହ ସମୟ ଅତିବାହିତ କରିବେ। ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ। ବିଦ୍ୟାର୍ଥୀମାନେ ଉପକୃତ ହେବେ ।

 

You Might Also Like

ଜାଣନ୍ତୁ କେମିତି ରହିବ ଆଜିର ଦିନ

ଏପ୍ରିଲ ୨୯ ତାରିଖ ମଙ୍ଗଳବାର ପଡ଼ୁଥିବାରୁ ଆଜିର ଦିନଟି କେମିତି କଟିବ

ଯନ୍ତ୍ରଣାଦାୟକ ଚିତ୍କାର ଶୁଣି ଥରି ଉଠୁଛି ଛାତି, ଆସିଲା ‘କେସରୀ ୨’ ଟିଜର

ମୋଦୀଙ୍କ ଫଟୋ ଥିବା ନେକଲେସ ପିନ୍ଧି ଚର୍ଚ୍ଚାରେ ମଡେଲ

ମେ ୦୧ ତାରିଖ ଗୁରୁବାର, ଆଜିର ଦିନଟି କେମିତି କଟିବ ଜାଣନ୍ତୁ

TAGGED:#horoscope2025#prediction#rashifalSaturday
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?