Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ମନୋଜଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୋଦି, ଶେୟାର କଲେ କିଛି ପୁରୁଣା ଫଟୋ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ମନୋରଞ୍ଜନ

ମନୋଜଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୋଦି, ଶେୟାର କଲେ କିଛି ପୁରୁଣା ଫଟୋ

utkala khabar
Last updated: April 12, 2025 12:49 pm
utkala khabar
Published April 12, 2025
Share
SHARE

ନୂଆଦିଲ୍ଲୀ,୪।୪: ବଲିଉଡ ଅଭିନେତା ମନୋଜ କୁମାରଙ୍କର ୮୭ ବର୍ଷ ବୟସରେ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ପରଲୋକ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନେତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ମନୋଜ କୁମାରଙ୍କ ମୃତ୍ୟୁ ସମଗ୍ର ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳାଇ ଦେଇଛି। ତାଙ୍କ ବିୟୋଗରେ ତାଙ୍କ ପ୍ରଶଂସକମାନେ ମଧ୍ୟ ମର୍ମାହତ। ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ଯେ ମନୋଜ କୁମାର ଭାରତୀୟ ସିନେମାର ଆଇକନ ଥିଲେ। ତାଙ୍କର ଦେଶପ୍ରେମର ଉତ୍ସାହ ପାଇଁ ତାଙ୍କୁ ମନେ ରଖାଯାଇଥିଲା। ଯାହା ତାଙ୍କ ଚଳଚ୍ଚିତ୍ରଗୁଡ଼ିକରେ ଦେଖିବାକୁ ମିଳିଥିଲା।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନୋଜ କୁମାରଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ଏବଂ ତାଙ୍କ ସହିତ ଉଠାଯାଇଥିବା ଦୁଇଟି ପୁରୁଣା ଫଟୋ ମଧ୍ୟ ଶେୟାର କରିଛନ୍ତି। ଫଟୋଗୁଡ଼ିକୁ ଶେୟାର କରି ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ‘ଭେଟେରାନ ଅଭିନେତା ଏବଂ ଚଳଚ୍ଚିତ୍ର ନିର୍ମାତା ମନୋଜ କୁମାର ଜୀଙ୍କ ବିୟୋଗରେ ଗଭୀର ମର୍ମାହତ। ସେ ଭାରତୀୟ ସିନେମାର ଜଣେ ଆଇକନ ଥିଲେ, ବିଶେଷକରି ତାଙ୍କ ପାଟ୍ରିଓଟିକ ଜିଲ ପାଇଁ ମନେ ପଡ଼ୁଥିଲା, ଯାହା ତାଙ୍କ ମୁଭିଗୁଡ଼ିକରେ ପ୍ରତିଫଳିତ ହେଉଥିଲା। ମନୋଜ ଜୀଙ୍କ କାର୍ଯ୍ୟ ଜାତୀୟ ଗର୍ବର ଭାବନା ସୃଷ୍ଟି କରିଥିଲା ଏବଂ ପିଢ଼ି ପରେ ପିଢ଼ିକୁ ପ୍ରେରଣା ଦେଇ ଚାଲିବ। ଏହି ଦୁଃଖର ମୁହୂର୍ତ୍ତରେ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ସହିତ ମୋର ସମବେଦନା। ଓମ ଶାନ୍ତି।’

You Might Also Like

ପ୍ରଡ୍ୟୁସର ସଲିମ ଅଖତରଙ୍କ ପରଲୋକ, ୮୨ ବର୍ଷ ବୟସରେ ଦୁନିଆରୁ ବିଦାୟ

ଆତଙ୍କବାଦୀ ଆକ୍ରମଣ ପରେ ହିନାଙ୍କ ମାନସିକ ସ୍ୱାସ୍ଥ୍ୟ ଉପ‌ରେ ପ୍ରଭାବ ପଡ଼ିଛି

ସମୁଦ୍ର ମୁହାଁ ହେଲେ କୁନି କୁନି ଅଲିଭ ରିଡଲେ

ଫଲୋୟର୍ସ ବଢ଼ାଇବା ପାଇଁ ଉପାୟ ଖୋଜୁଛନ୍ତି ଅମିତାଭ

ଖରାଦିନେ କାକୁଡ଼ି ଖାଇଲେ ଶରୀର ପାଇଁ କ’ଣ ଫାଇଦା ମିଳିଥାଏ ଜାଣନ୍ତୁ

TAGGED:#bollywood actor#manoj kumar death#pm modiUtkala News
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?