Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି, ଓଡ଼ିଆ ପରମ୍ପରାରେ ଆଜିଠାରୁ ନୂଆବର୍ଷ ଆରମ୍ଭ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ମନୋରଞ୍ଜନ

ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି, ଓଡ଼ିଆ ପରମ୍ପରାରେ ଆଜିଠାରୁ ନୂଆବର୍ଷ ଆରମ୍ଭ

utkala khabar
Last updated: April 14, 2025 11:08 am
utkala khabar
Published April 14, 2025
Share
SHARE

ରାଜ୍ୟ ୧୪/୦୪ : ଆଜି ପବିତ୍ର ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ ।  ଓଡ଼ିଆ ପରମ୍ପରା ଅନୁସାରେ ପଣା ସଂକ୍ରାନ୍ତିଠାରୁ ଆରମ୍ଭ ହୋଇଛି ନୂଆବର୍ଷ ।  ଏହି ଦିନକୁ ସମସ୍ତେ ପାଳନ କରିବାକୁ ବେଶ୍ ଉତ୍ସାହିତ ଅଛନ୍ତି ।  କାରଣ ଏହି ଦିନରେ ପବନପୁର୍ତ ହନୁମାନଙ୍କ ଜୟନ୍ତୀ । ଏଥିପାଇଁ ରାଜଧାନୀର ବିଭିନ୍ନ ହନୁମାନ ମନ୍ଦିରକୁ ଆକର୍ଷଣୀୟ ଭାବେ ସଜାଯାଇଛି ।

ଜୟ ହନୁମାନ ଜ୍ଞାନ ଗୁନ ସାଗର ଶ୍କୋକରେ ଗୁଞ୍ଜରିତ ହେଉଛି ମନ୍ଦିର ।  ହନୁମାନ ଜୟନ୍ତୀ ପାଇଁ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।  କେତେକ ସ୍ଥାନରେ ଭକ୍ତଙ୍କୁ ପଣା ଓ ଭୋଗ ବଣ୍ଟନ କରାଯିବାର ବ୍ୟବସ୍ଥା କରାଯାଇଛି ।  ସେହିପରି ଘରେ ଘରେ ମଧ୍ୟ ପଣା ସଂକ୍ରାନ୍ତି ପାଳନ କରାଯାଉଛି ।  ବୃନ୍ଦାବତୀଙ୍କ ଉପରେ କଳସ ବସାଇ ସେଥିରେ ପଣା ଭୋଗ ଲଗାଯାଏ ।

ଓଡିଆ ପରମ୍ପରା ଅନୁସାରେ ଏହି ଦିନର ଏକ ବିଶେଷତ୍ୱ ରହିଛି ।  ଭଗବାନ୍ ରାମଚନ୍ଦ୍ରଙ୍କ ପରମ ଭକ୍ତ ଭଗବାନ୍ ହନୁମାନଙ୍କ ଜନ୍ମଦିନ ବୋଲି ଓଡିଶାବାସୀ ବିଶ୍ୱାସ କରନ୍ତି । ତେଣୁ ହନୁମାନ ମନ୍ଦିରରେ ମହାସମାବେଶର ଆୟୋଜନ ହୁଏ । ଦିନସାରା ମନ୍ଦିରରେ ହୋମ-ଯଜ୍ଞ ଏବଂ ଭଜନ କୀର୍ତ୍ତନ ଆଦି ଚାଲିଥାଏ । ନୂତନ ବର୍ଷରେ ଅନେକ ଭକ୍ତ ହନୁମାନ ମନ୍ଦିର, ଶିବ ଏବଂ ସୂର୍ଯ୍ୟ ଦେବତା ମନ୍ଦିର ଯାଆନ୍ତି ।

ଏହା ସହ କେତେକ ସ୍ଥାନରେ ବୁଡ ପକାଇବାର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି । ପବିତ୍ର ନଦୀ ଗୁଡିକରେ ବଡି ଭୋରରୁ ଶ୍ରଦ୍ଧାଳୁମାନେ ସ୍ନାନ କରି ମନୋସ୍କାମନା ପୂରଣ ନିମନ୍ତେ ପ୍ରାର୍ଥନା କରନ୍ତି । ପାରମ୍ପାରିକ ନୃତ୍ୟ , ଝାମୁ ଯାତ୍ରା ଓ ପାଟୁଆ ଯାତ୍ରାରେ ଗାଁ ଦାଣ୍ଡ ଦୁଲୁକି ଉଠେ । ଏହି ଦିନ ଘରେ ଓ ମନ୍ଦିରରେ ଦେବାଦେବୀଙ୍କ ନିକଟରେ ପଣା ଭୋଗ ଲାଗେ । ଏହା ସହ ମନ୍ଦିର ବାହାରେ ବିଭିନ୍ନ ସ୍ଥାନରେ ପଣା ବଣ୍ଟାଯାଏ ।

You Might Also Like

ଜମ୍ମୁ-କାଶ୍ମୀର ପହଲଗାମର ଆକ୍ରମଣକୁ ନିନ୍ଦା କଲେ ମାହିରା ଖାନ୍

ଆଜି ପ୍ରକାଶ ପାଇବ ସିବିଏସଇ ୧୦ମ ଏବଂ ଦ୍ଵାଦଶ ରେଜଲ୍ଟ

ଆଜିଠୁ ଯୁକ୍ତ ଦୁଇ ପରୀକ୍ଷାର ଉତ୍ତରଖାତା ରିଚେକିଂ ଆବେଦନ

ପଣା ସଂକ୍ରାନ୍ତି ପାଇଁ କଟକରେ କଟକଣା, କମିଶନରେଟ ପକ୍ଷରୁ ଜାରି ହେଲା ଗାଇଡଲାଇନ

ଆଜି ମିଳିବ ସୁଭଦ୍ରାର ଷଷ୍ଠ ପର୍ଯ୍ୟାୟ ଟଙ୍କା

TAGGED:#odishaMahabisuba SankrantiOdia new yearPana sankranti
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?