Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆଜି ଓଡ଼ିଶା ପୋଲିସର ୯୦ ତମ ପ୍ରତିଷ୍ଠା ଦିବସ, ଏହି ଅବସରରେ ଟ୍ଵିନସିଟିରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ଆଜି ଓଡ଼ିଶା ପୋଲିସର ୯୦ ତମ ପ୍ରତିଷ୍ଠା ଦିବସ, ଏହି ଅବସରରେ ଟ୍ଵିନସିଟିରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ

utkala khabar
Last updated: April 1, 2025 1:16 pm
utkala khabar
Published April 1, 2025
Share
SHARE

ଭୁବନେଶ୍ୱର/କଟକ ୦୧/୦୪ :  ଭୁବନେଶ୍ୱରରେ ୯୦ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ । ରିଜର୍ଭ ପୋଲିସ ପ୍ୟାରେଡ ପଡିଆରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପୋଲିସ କମିଶନର ଏସ ଦେବଦତ୍ତ ସିଂ । ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତା ପାଇଁ କିଛି ପୋଲିସ କର୍ମଚାରୀଙ୍କୁ ସମ୍ମାନିତ ଓ ପୁରସ୍କୃତ କରାଯାଇଥିଲା । ସହିଦ ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ୧୯୩୬ ମସିହାରେ ଉତ୍କଳ ପ୍ରଦେଶ ଗଠନ ସମୟରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଗଠନ ହୋଇଥିଲା ପୋଲିସ ବିଭାଗ ।

ସେହିପରି କଟକ ବକ୍ସି ବଜାର ସ୍ଥିତ ରିଜର୍ଭ ପୋଲିସ ପଡିଆରେ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି ଅବସରରେ ରାଜ୍ୟସ୍ତରୀୟ ପରେଡ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ପୋଲିସ ଡିଜି ୱାଇବି ଖୁରାନିଆ । ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ପୁରସ୍କୃତ କରାଯାଇଥିଲା । ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପୋଲିସର ଦାୟିତ୍ବ ଓ କର୍ତ୍ତବ୍ୟ ରହିଛି । ବର୍ତ୍ତମାନ ରାଜ୍ୟରେ ନକ୍ସଲ ଓ ସାଇବର କ୍ରାଇମ୍ ପୋଲିସ ପାଇଁ ଏକ ବଡ ଆହ୍ବାନ । ପୋଲିସ ଦୃଢତାର ସହ ମୁକାବିଲା କରୁଛି । ଏହାସହ ନିସ୍ବାର୍ଥପର ଦେବା ପୋଲିସର ଧର୍ମ ବୋଲି କହିଥିଲେ ଡିଜିପି ।

ସୁନ୍ଦରଗଡରେ ବି ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ୯୦ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ ଏସପି ପ୍ରତ୍ୟୁଷ ଦିବାକର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସମ୍ମିଳିତ ପ୍ୟାରେଡ୍‌ରେ ଅଭିଭାଦନ ଗ୍ରହଣ କରିଥିଲେ । ଆରକ୍ଷୀ ବାହିନୀମାନଙ୍କୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଢି ଶୁଣାଇଥିଲେ । ଆରକ୍ଷୀ ବାହିନୀ କିଭଳି ଆଜିର ଦିନରେ ଲୋକଙ୍କ ଆସ୍ଥା ଭାଜନ ହୋଇପାରିବ ସେ ନେଇ ସୂଚନା ଦେଇଥିଲେ। ଏହି ପ୍ରତିଷ୍ଠା ଦିବସ ସମାରୋହରେ ଆଇପିଏସ ପ୍ରୋବେସନର ଅନନ୍ୟା ଅବସ୍ତିଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

You Might Also Like

ଆଜି ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର

ମହାପ୍ରଭୁଙ୍କ ଦର୍ଶନ କଲେ ଶିଳ୍ପପତି ଆକାଶ ଅମ୍ବାନୀ

ପୁରୀକୁ ଗଡିବ ହଜାରେ ବସ, ଯାତ୍ରୀଙ୍କୁ ୧୦ ଟଙ୍କାରେ ମିଳିବ ମିଲ୍

ବିଦେଶୀଙ୍କ ରାସନ କାର୍ଡ କଟାଯିବ, ଖୁବଶୀଘ୍ର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ସକାଳେ ଖରା ଅପରାହ୍ନରେ ବର୍ଷା

TAGGED:#bhubaneswar#cuttack#foundationday#odisha#odisha police#twincity#utkal khabar
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?