Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ପାକିସ୍ତାନରେ ଭୂମିକମ୍ପ, ରିକ୍ଟର ସ୍କେଲର ତୀବ୍ରତା ୪.୩
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ପାକିସ୍ତାନରେ ଭୂମିକମ୍ପ, ରିକ୍ଟର ସ୍କେଲର ତୀବ୍ରତା ୪.୩

utkala khabar
Last updated: April 2, 2025 11:18 am
utkala khabar
Published April 2, 2025
Share
SHARE

ମିଆଁମାର ଏବଂ ଥାଇଲାଣ୍ଡରେ ତାଣ୍ଡବ ସୃଷ୍ଟି କରିବା ପରେ, ଭୂମିକମ୍ପ ବର୍ତ୍ତମାନ ପାକିସ୍ତାନରେ ହଲଚଲ୍ କରିଛି । ପାକିସ୍ତାନରେ ବିଳମ୍ବତ ରାତିରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଏବେ ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ଖବର ନାହିଁ । ନ୍ୟାସନାଲ୍ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ, ଆଜି ଅର୍ଥାତ୍ ଏପ୍ରିଲ୍ ୨ ସକାଳ ୨:୫୮ ମିନଟରେ ପାକିସ୍ତାନରେ ଏହି ଭୂମିକମ୍ପ ହୋଇଥିଲା । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ଥିଲା । ଭୂମିକମ୍ପ ଝଟକା ପରେ ଲୋକମାନେ ଭୟଭୀତ ହୋଇଗଲେ । USGS ଅନୁଯାୟୀ, ଭୁମିକମ୍ପର କେନ୍ଦ୍ରସ୍ଥଳ ବେଲୁଚିସ୍ତାନର ଉଥାଲରୁ ୬୫ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବରେ ୧୦ କିଲୋମିଟର ଗଭୀରତାରେ ଥିଲା ।

ଏହା ପୂର୍ବରୁ ଚଳିତ ବର୍ଷ ଫେବୃଆରୀ ୨୮ ତାରିଖରେ ପାକିସ୍ତାନରେ ଏକ ଭୂମିକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ଥିଲ । ଭୂମିକମ୍ପ ଯୋଗୁଁ କୌଣସି କ୍ଷତି ହୋଇନାହିଁ । ଭୁମିକମ୍ପର କେନ୍ଦ୍ରସ୍ଥଳ ପାକିସ୍ତାନରେ ହିଁ ଥିଲା । ଫେବୃଆରୀ ୨୮ ତାରିଖ ପୂର୍ବରୁ ଫେବୃଆରୀ ୧୬ ତାରିଖରେ ପାକିସ୍ତାନରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳୀ ରାୱଲପିଣ୍ଡିରୁ ୮ କିଲୋମିଟର ଦକ୍ଷିଣ-ପୂର୍ବରେ ଥିଲା । ଏହାର ଗଭୀରତା ଭୂମିଠାରୁ ୧୭ କିଲୋମିଟର ତଳେ ଥିଲା । ଏଥି ସହ କାଶ୍ମୀରରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା ।

ଏହି ମଧ୍ୟରେ, ଆମେ ଆପଣଙ୍କୁ ଏଠାରେ ଏହା ମଧ୍ୟ କହିରଖୁଛୁ ଯେ ଗତ ସପ୍ତାହରେ ମିଆଁମାରରେ ଘଟିଥିବା ଭୟଙ୍କର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଉଦ୍ଧାର କାର୍ଯ୍ୟ ଲଗାତାର ଜାରି ରହିଛି । ଭୂମିକମ୍ପ ଯୋଗୁଁ ଭୁଶୁଡି ପଡିଥିବା କୋଠାଘରଗୁଡିକରୁ ମୃତଦେହ ବାହାର କରିବା ପ୍ରକ୍ରିୟା ଜାରି ରହିଛି । ଭୂମିକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ୨୭୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି । ହଜାର ହଜାର ଲୋକ ଆହତ ମଧ୍ୟ ହୋଇଛନ୍ତି । ଏଥି ସହ ଜାଣି ରଖନ୍ତୁ ଯେ ଭୂମିକମ୍ପ ଯୋଗୁଁ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ ମଧ୍ୟ ବହୁତ କ୍ଷତି ହୋଇଛି ।

ଭୂମିକମ୍ପ କାହିଁକି ହୁଏ?
ପୃଥିବୀର ଟେକ୍ଟୋନିକ୍ ପ୍ଳେଟ୍ ଗୁଡିକର ଗତି କିମ୍ବା ଧକ୍କା ଯୋଗୁଁ ଭୂମିକମ୍ପ ହୋଇଥାଏ । ଯେତେବେଳେ କୌଣସି କାରଣରୁ ପ୍ଲେଟଗୁଡିକ ମଧ୍ୟରେ ଥିବା ଶକ୍ତି ହଠାତ୍ ରିଲିଜ୍ ହୁଏ, ସେତେବେଳେ ପ୍ରୁଥିବୀ ଥରିବା ଆରମ୍ଭ କରେ ।

You Might Also Like

ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା, ଚଳିତ ମାସରେ ପୁନର୍ଗଠନ ହେବ ସ୍ଵୟଂ ସହାୟକ ଗୋଷ୍ଠୀ

୬୦୦ କର୍ମଚାରୀଙ୍କୁ ଛଟେଇ କଲା ଜମାଟୋ, ବିନା ନୋଟିସ୍‌ରେ ବିଦା କରିବାରୁ କର୍ମଚାରୀ ଅସନ୍ତୋଷ

ଛତିଶଗଡ ଓ ତେଲେଙ୍ଗାନା ସୀମାରେ ସୁରକ୍ଷାକର୍ମୀଙ୍କ ଗାଡି ଉପରକୁ ବିସ୍ଫୋରଣ କରିଛନ୍ତି ନକ୍ସଲ

ପହଲଗାମ ହାମଲା, ସୁରକ୍ଷା ଏଜେନ୍ସୀ ଜାରି କଲା ୩ ଆତଙ୍କବାଦୀଙ୍କ ସ୍କେଚ

କେହି ଡେଣା ବିନା ଉଡ଼ିପାରିବ? ଜାଣନ୍ତୁ ଏହା ବିଷୟରେ କ’ଣ କହୁଛି ବିଜ୍ଞାନ…

TAGGED:#earthquake#pakistan#richter scale#utkal khabar
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?