Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ମିଶନ ଶକ୍ତିର ବଦଳିବ ରୂପରେଖ : ପ୍ରଭାତୀ ପରିଡା
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ମିଶନ ଶକ୍ତିର ବଦଳିବ ରୂପରେଖ : ପ୍ରଭାତୀ ପରିଡା

utkala khabar
Last updated: April 7, 2025 1:28 pm
utkala khabar
Published April 7, 2025
Share
SHARE

ଭୁବନେଶ୍ୱର ୦୭ /୦୪ : ଚଳିତ ମାସରେ ସ୍ଵୟଂ ସହାୟକ ଗୋଷ୍ଠୀକୁ ରି ଅର୍ଗାନାଇଜ କରାଯିବ ।  ଜିପିଏଲଏଫ୍ , ସିପିଏଲ୍‌, ବିଏଲଏଫଙ୍କୁ ଜିଲ୍ଲା ଓ ରାଜ୍ୟସ୍ତରରେ ନୂଆ ନିଯୁକ୍ତି ଦିଆଯିବ ।  ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।  ପ୍ରତି ପରିବାରକୁ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଯୋଡିବାକୁ କେନ୍ଦ୍ର ସରକାର କହିଥିଲେ ।  ପୂର୍ବ ସରକାରରେ ବହୁତ ବଞ୍ଚିତ ପରିବାର ଅଛି ।  କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀର ମହିଳାଙ୍କୁ ବାହାର କରି ଦେଇଥିଲେ। ଏବେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ପ୍ରୟାସ କରି ସବୁ ଘରକୁ ଗ୍ରୁପ ସହ ଯୋଡିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି ।

ଏବେ ସମସ୍ତେ ଜିପିଏଲର ନିର୍ବାଚନରେ ଭାଗ ନେବାର ସୁଯୋଗ ମିଳିବ ।  ପୂର୍ବରୁ ଯେଉଁମାନେ ସଭାପତି ଓ ସମ୍ପାଦକ ଅଛନ୍ତି, ସେମାନଙ୍କୁ ବାହାର କରି ନୂଆ ଲୋକ ହେବେ।  ତୃଣମୂଳ ସ୍ତରରେ ନେତୃତ୍ୱ ସୃଷ୍ଟି ପାଇଁ ଚେଷ୍ଟା ହେବ ।  ଚଳିତ ମାସରେ ସ୍ଵୟଂ ସହାୟକ ଗୋଷ୍ଠୀକୁ ପୁନଃ ସଂଗଠିତ କରାଯିବ ।  ପୂର୍ବରୁ ରାଜନୈତିକ ଉଦ୍ଦେଶ୍ୟ ରଖି ଲୋକଙ୍କୁ ଗ୍ରୁପ ସହ ଯୋଡି ଥିଲେ।  ଏବେ ସମସ୍ତେ ଜିପିଏଲର ନିର୍ବାଚନରେ ଭାଗ ନେବାର ସୁଯୋଗ ମିଳିବ ।  ଏହା ପର ମାସରେ ଜିପିଏଲଫ ଓ ସିଏଲଫ, ବିଏଲଏଫଙ୍କୁ ଜିଲ୍ଲା ସ୍ତର ଓ ରାଜ୍ୟ ସ୍ତରରେ ନୂଆ ନିଯୁକ୍ତି ଦିଆଯିବ।  ଯେଉଁମାନେ ୨ ଥର୪ ବର୍ଷରୁ ଅଧିକ ରହି ସାରିଛନ୍ତି । ସେମାନେ ଆଉ ରହି ପାରିବେନି।

ପୂର୍ବ ସରକାର ସେମାନଙ୍କ ଭୋଟ ପାଇଁ ରାଜନୈତିକ ଉଦେଶ୍ୟ ରଖି ତିଆରି କରାଯାଇଥିଲା ।  ସେଥିପାଇଁ ରାଜ୍ୟରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ରେଜିଷ୍ଟ୍ରେସନ ନାହିଁ । ବିନା ରେଜିଷ୍ଟ୍ରେସନରେ କୋଟି କୋଟି ଟଙ୍କା ଦିଆଯାଇଛି ।  ରେଜିଷ୍ଟ୍ରେସନ ନ ଥିବାରୁ ଅଡ଼ିଟ ନାହିଁ ।  କିନ୍ତୁ ଏବେ ମହିଳାଙ୍କ ବିକାଶ ପାଇଁ କାମ କରିବେ ନୂଆ ସରକାର।  ପାତର ଅନ୍ତର ହେବ ନାହିଁ ।

You Might Also Like

ଦିନରେ ଅସହ୍ୟ ଗୁଳୁଗୁଳି, ରାତିରେ କାଳବୈଶାଖୀ, ୨୮ରେ ବଙ୍ଗୋପସାଗରରେ ଲଘୁଚାପ

ପୁଣି ବଢିଲା ସୁନା, ଲକ୍ଷେ ମୁହାଁ ଦାମ୍‌

ମୌସୁମୀ ପାଇଁ ପଞ୍ଚାୟତ ଉପ ନିର୍ବାଚନକୁ ସ୍ଥଗିତ ରଖିବାକୁ ରାଜ୍ୟ କମିଶନଙ୍କ ବଡ ନିଷ୍ପତ୍ତି

ବ୍ରେକଅପ ପରେ ମଲାଇକା କରିଲେ ଏମିତି ଟାଟୁ

ଇସ୍ରାଏଲ ଉପରେ ହମାସର ବଡ଼ ଆଟାକ୍, ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ କଥା ହେଲେ ବେଞ୍ଜାମିନ୍ ନେତାନ୍ୟାହୁ

TAGGED:#deputycm#mission shakti#odisha#pravati parida#utkal khabar
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?