Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ବ୍ରେକଅପ ପରେ ମଲାଇକା କରିଲେ ଏମିତି ଟାଟୁ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ମନୋରଞ୍ଜନ

ବ୍ରେକଅପ ପରେ ମଲାଇକା କରିଲେ ଏମିତି ଟାଟୁ

utkala khabar
Last updated: April 8, 2025 11:23 am
utkala khabar
Published April 8, 2025
Share
SHARE

ବଲିଉଡ୍ ରେ ମଲାଇକା ଆରୋରା ଜଣେ ଲୋକପ୍ରିୟ ଅଭିନେତ୍ରୀ । ତାଙ୍କ ବାପାଙ୍କ ମୃତ୍ୟୁ ପରେ  ଅର୍ଜୁନ କପୁରଙ୍କ ସହ ହୋଇଯାଇଥିଲା ବ୍ରେକଅପ । ଏପରି ପରିସ୍ଥିତିରେ ଅଭିନେତ୍ରୀଙ୍କ ପାଇଁ ୨୦୨୪ ବର୍ଷ କଷ୍ଟକର ରହିଥିଲା । ପ୍ରଥମେ ଛାଡପତ୍ର ତା’ପରେ ବାପାଙ୍କ ମୃତ୍ୟୁ ଏବଂ ତା’ପରେ ହୋଥିଲା ବ୍ରେକଅପ୍ । ଅଭିନେତ୍ରୀ ଜଣକ ଏହାରି ଭିତରେ ବହୁତ ଭାଙ୍ଗି ପଡ଼ିଥିଲେ । ନିକଟରେ ମଲାଇକା ଆରୋରା ଏପରି ଏକ କଥା କହିଛନ୍ତି ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଅଭିନେତ୍ରୀ ତାଙ୍କ ଶରୀରରେ ଟାଟୁ ପଛର ଥିବା କାହାଣୀ କହିଥିଲେ । ଅଭିନେତ୍ରୀଙ୍କୁ ନିକଟରେ ଏକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା । ଯେଉଁଠାରେ ଲୋକଙ୍କ ଧ୍ୟାନ ତାଙ୍କ ଶରୀରରେ ଥିବା ଟାଟୁ ଉପରେ ପଡ଼ିଥିଲା । ଯେତେବେଳେ ଅଭିନେତ୍ରୀଙ୍କୁ ସାକ୍ଷାତକାରରେ ଟାଟୁକୁ ନେଇ ପଚରାଗଲା ସେ ଏପରି କିଛି କହିଲେ ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ମଲାଇକା କହିଥିଲେ ଯେ ତାଙ୍କ ଶରୀରରେ ଥିବା ଟାଟୁ କେବଳ ଟାଟୁ ନୁହେଁ ବରଂ ତାଙ୍କ ଜୀବନର ମୋଡ଼ ସହିତ ଜଡିତ । ୨୦୨୪ ମସିହାରେ ଅଭିନେତ୍ରୀଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା ଏବଂ ଅର୍ଜୁନଙ୍କ ସହ ତାଙ୍କର ସମ୍ପର୍କ ମଧ୍ୟ ଭାଙ୍ଗି ଯାଇଥିଲା ।
ତେବେ ମଲାଇକା ଟାଟୁ ବିଷୟରେ କିଛି ବ୍ୟକ୍ତିଗତ କଥା କହିଛନ୍ତି । ଏହା ତାଙ୍କ ପାଇଁ କେବଳ ଟାଟୁ ନୁହେଁ । ତାଙ୍କ ଜୀବନରେ ଆସିଥିବା ଏକ ଭିନ୍ନ ମୋଡ ଅଟେ । ମଲାଇକା କହିଛନ୍ତି ଯେ, ମୁଁ ଏହି ଟାଟୁକୁ ଏମିତି ତିଆରି କରିନାହିଁ । ଏହି ଟାଟୁ କରିବା ପଛରେ ମୋ ଜୀବନରେ ଏକ ବଡ଼ କାହାଣୀ ରହିଛି ।

ଧର୍ଯ୍ୟ ଓ  କୃତଜ୍ଞ ନାମକ ସେ ଟାଟୁ କରିଥିଲେ ଯାହା ୨୦୨୪ ବର୍ଷର ଅର୍ଥକୁ ବୁଝାଇଥାଏ । ଗୋଟିଏ ବର୍ଷ ପୂର୍ବରୁ ସେ କେଉଁଠି ଥିଲେ ଓ ସେ ଏବେ କେଉଁଠି ପହଞ୍ଚିଛନ୍ତି । ସେ ଏହି ଟାଟୁକୁ ସେହି ସମୟର ସ୍ମତି ବୋଲି ଭାବୁଛନ୍ତି । ଯାହାକୁ ସେ ସବୁବେଳେ ତାଙ୍କ ସହ ରଖିବାକୁ ଚାହୁଁଛନ୍ତି ।

ମଲାଇକା ଏବଂ ଅରବାଜଙ୍କ ଛାଡପତ୍ରକୁ ୮ ବର୍ଷ ବିତିଗଲାଣି । ଅଭିନେତ୍ରୀ କହିଛନ୍ତି ଯେ ଏହି ଟାଟୁରେ ତିନୋଟି ପକ୍ଷୀ ଉଡ଼ୁଛନ୍ତି । ଏହାର ଅର୍ଥ ହେଉଛି ଏହା ମୋ ଜୀବନର ଏକ ନୂତନ ପର୍ଯ୍ୟାୟ । ମଲାଇକାଙ୍କୁ ନିକଟରେ ଗୌହାଟୀରେ ଆଇପିଏଲ ମ୍ୟାଚ୍ ସମୟରେ ପୂର୍ବତନ କ୍ରିକେଟର କୁମାର ସାଙ୍ଗାକାରାଙ୍କ ସହିତ ଦେଖିବାକୁ ମିଳିଥିଲା । ସେହି ସମୟରୁ ଖବର ଆସିବା ଆରମ୍ଭ ହେଲା ଯେ ଦୁହେଁ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିସାରିଛନ୍ତି ।

ଯେତେବେଳେ ଅଭିନେତ୍ରୀଙ୍କୁ ଏହି ଖବର ବିଷୟରେ ପଚରାଗଲା, ସେ କହିଲେ ‘ମୁଁ ଏସବୁ ଜିନିଷ ଉପରେ ଧ୍ୟାନ ଦେଉନାହିଁ।’ ତୁମେ ଏହି ଜିନିଷଗୁଡ଼ିକ ଯୋଜନା କରିପାରିବ ନାହିଁ । ମୋ ଭିତରେ ଥିବା ଧୈର୍ଯ୍ୟକୁ ମୁଁ ପ୍ରଶଂସା କରେ । ତାହା ମୋତେ ଶାନ୍ତି ଦିଏ । ମୁଁ ପୂର୍ବରୁ ଭଲ ନଥିଲି କିନ୍ତୁ ଏବେ ମୁଁ ଭଲ ଅନୁଭବ କରୁଛି ।

You Might Also Like

ଫଲୋୟର୍ସ ବଢ଼ାଇବା ପାଇଁ ଉପାୟ ଖୋଜୁଛନ୍ତି ଅମିତାଭ

ଜହିରଙ୍କଠାରୁ ତଲାକ ନେବେ ସୋନାକ୍ଷୀ ସିହ୍ନା

ପୁଣି ୭ ବର୍ଷ ପରେ ବିଗିଡିଲା ଆକ୍ଟର ଆୟୁଷ୍ମାନ ଖୁରାନାଙ୍କ ସ୍ତ୍ରୀଙ୍କ ଦେହ

ଗାଉନ ପିନ୍ଧି ଫ୍ୟାନ୍ସଙ୍କୁ ଆକର୍ଷିତ କଲେ ଆଲିଆ

ନବରାତ୍ରୀରେ ଲକ୍ଷ୍ମୀ ପଞ୍ଚମୀ କେବେ? ଜାଣନ୍ତୁ ଶୁଭ ସମୟ, ପୂଜା ପଦ୍ଧତି ଏବଂ ନିୟମ

TAGGED:#bollywood dancer#bollywood star#malaika arora#tatoo#utkal khabar
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?