Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଗ୍ରୀଷ୍ମ ଋୁତିରେ ସେଓ ଖାଇବା ଉଚିତ୍, ଜାଣନ୍ତୁ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ଗ୍ରୀଷ୍ମ ଋୁତିରେ ସେଓ ଖାଇବା ଉଚିତ୍, ଜାଣନ୍ତୁ

utkala khabar
Last updated: April 8, 2025 11:37 am
utkala khabar
Published April 8, 2025
Share
SHARE

ଆପଣମାନଙ୍କ ମଧ୍ୟରୁ କାହାକୁ ସବୁ ସମୟରେ ଭାତ ଖାଇବାକୁ ଭଲ ଲାଗିଥାଏ ତ ଆଉ କିଏ ଫଳ ଖାଇ ଦିନସାରା ରହିଥାନ୍ତି । ପ୍ରାୟତଃ ଅଧିକାଂଶ ଲୋକଙ୍କୁ ଫଳ ଖାଇବାକୁ ଭଲ ଲାଗିଥାଏ । ଏଥି ସହ ଏପରି କିଛି ଲୋମ ଅଛନ୍ତି ଯେଉଁମାନେ ତାଙ୍କ ଡାଏଟ୍ ପ୍ଲାନରେ ଫଳକୁ ମଧ୍ୟ ସାମିଲ୍ କରିଥାନ୍ତି । ହେଲେ ଏପରି ଏକ ଫଳ ରହିଛି ଯାହାକୁ ଆପଣ ଖାଇଲେ ଅନେକ ଫାଇଦା ମିଳିପାରିବ । ତେବେ ଆସନ୍ତୁ ଜାଣିବା ଏହି ଫଳର ନାମ କ’ଣ? ।

ସମସ୍ତ ପ୍ରକାରର ଫଳ ମଧ୍ୟରୁ ଅନ୍ୟତମ ଫଳ ହେଉଛି ‘ସେଓ’ । ସେଓ କୁ ପ୍ରାୟ ଛୋଟ ଛୁଆଙ୍କ ପାଖରୁ ଆରମ୍ଭ କରି ବ୍ରୁଦ୍ଧ ବ୍ୟାକ୍ତିମାନେ ମଧ୍ୟ ଖାଇଥନ୍ତି । ଏହି ଫଳ ଭିଟାମିନ୍ ସି’ ପୋଟାସିୟମ, ଫାଇବର, ଆଣ୍ଟିଅକ୍ସିଡାଣ୍ଟ ସମେତ ଅନେକ ପୋଷକ ତତ୍ତ୍ବ ପାଇଁ ଜଣାଶୁଣା । ବହୁ ପୂର୍ବରୁ କୁହାଯାଏ ଯେ ଯେଉଁ ଲୋକ ସବୁଦିନ ସେଓ ଖାଆନ୍ତି, ତାଙ୍କର ଶରୀର ବହୁତ ଭଲ ରହିଥାଏ ଏବଂ ତାଙ୍କୁ କିଛି ରୋଗ ଏତେ ଶୀଘ୍ର ମଧ୍ୟ ହୋଇନଥାଏ । ଏହି ଫଳକୁ ସମସ୍ତେ ଖାଇଥାଆନ୍ତି ସତ ହେଲେ ଏହି ଫଳର ଟାଇମ ଟେବୁଲ୍ ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା ସେଓ ଖାଇବାର ସଠିକ୍ ସମୟ ଏବଂ କିଛି ଆଶ୍ଚର୍ଯ୍ୟଜନକ ସ୍ବାସ୍ତ୍ୟ ଲାଭ ବିଷୟରେ ।

କେଉଁ ସମୟରେ ସେଓ ଖାଇବା ଉଚିତ୍ ?
ସକାଳ ଜଳଖିଆ ପରେ ଆପଣଙ୍କ ଖାଦ୍ୟ ଯୋଜନାରେ ଆପଲ୍ ସାମିଲ୍ କରିପାରିବେ । ଯଦି ଆପଣ ସକାଳେ ଖାଲି ପେଟରେ ଆପଳ୍ ଖାଆନ୍ତି, ତେବେ ଆପଣଙ୍କୁ ପେଟ ସମ୍ପନ୍ଧୀୟ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡିପାରେ । ସନ୍ଧ୍ୟାରେ ସେଓ ଖାଇବା ଫଳରେ ଆପଣଙ୍କ ଅନ୍ତନଳୀ ସ୍ବାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପଡିପାରେ । ମନେ ଣଖନ୍ତୁ ଯେ ପ୍ରତିଦିନ ସକାଳର ଜଳଖିଆ ପରେ ଗୋଟାଏ ସେଓ ଖାଆନ୍ତୁ ଏବଂ ମାତ୍ର ଗୋଟିଏ ମାସ ମଧ୍ୟରେ ସକାରାତ୍ମକ ଫଳାଫମଳ ମଧ୍ୟ ଦେଖନ୍ତୁ ।

ସେଓ ଖାଇବାର ଲାଭ :
ଓେଓ ଖାଇବା ଦ୍ବାରା ଆପଣ ଆପଣଙ୍କର ଶରୀରର ମେଟାବୋଲିଜିମକୁ ବହୁତ ପରିମାଣରେ ବୃଦ୍ଧି କରିପାରିବେ । ଏଥି ସହ ଯଦି ଆପଣ ନିଜର ଓଜନ କମ୍ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଡାଏଟ୍ ପ୍ଲାନରେ ସେଓକୁ ସାମିଲ୍ କରୁନ୍ତୁ । ସେଓ ଖାଇବା ଦ୍ବାରା ଆପଣ ଆପଣଙ୍କର ସମସ୍ତ କ୍ଲାନ୍ତି ଏବଂ ଦୁର୍ବଳତା ଦୂର କରିପାରିବେ ଏବଂ ଦିନସାରା ଆପଣ ରିଲାକ୍ସ ମଧ୍ୟ ଅନୁଭବ କରିପାରିବେ ।

ଇମ୍ୟୁନ୍ ସିଷ୍ଟମକୁ ବୃଦ୍ଧି କରନ୍ତୁ :
ଭିଟାମିନ୍ ସି’ ଯୁକ୍ତ ସେଓ ଖାଇ ଆପଣ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତିକୁ ବହୁତ ପରିମାଣରେ ସୁଦ୍ରୂଢ଼ କରିପାରିବେ । ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ବାରମ୍ବାର ଅସୁସ୍ଥ ହେଉଥିବା ଲୋକମାନେ ପ୍ରତିଦିନ ସେଓ ଖାଇବା ଆରମ୍ଭ କରିବା ଉଚିତ୍ । ଏହି ଫଳକୁ ଖାଇବା ଦ୍ବାରା ଅନେକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇପାରିବ । ଏଥି ସହ ପୁଷ୍ଟିକର ତତ୍ତ୍ବରେ ଭରପୂର ସେଓ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଏକ ବରଦାନ ପ୍ରମାଣିତ ହୋଇପାରେ ।

You Might Also Like

ପ୍ରତିଦିନ ୩ରୁ ଅଧିକ କପ୍ ଚା’ କଫି ପିଉଥିଲେ ସାବଧାନ

ଖରାଦିନେ ଖାଆନ୍ତୁ ସପୁରୀ

ଆପଣ ମ୍ୟାଙ୍ଗୋସେକ୍ ପିଉଛନ୍ତି କି? ତେବେ ହୋଇଯାଆନ୍ତୁ ସଚେତନ

ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ, ୧୦ରୁ ୧୭ ଯାଏଁ ରାଜ୍ୟରେ ବର୍ଷା

ଖରାଦିନେ ଭେଣ୍ଡି ଖାଇଲେ ଦେହ ପାଇଁ ଉପକାରୀ ଅଟେ

TAGGED:#apple#benifits#best time to eat#lifestyle#utkal khabar
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?