Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ସର୍ବଭାରତୀୟ ପୁଲିସ ହକି ଉଦ୍‌ଘାଟିତ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

ସର୍ବଭାରତୀୟ ପୁଲିସ ହକି ଉଦ୍‌ଘାଟିତ

utkala khabar
Last updated: April 8, 2025 1:03 pm
utkala khabar
Published April 8, 2025
Share
SHARE

ଭୁବନେଶ୍ୱର ୦୮ /୦୪ : ଭୁବନେଶ୍ୱର ସ୍ଥାନୀୟ ସପ୍ତମ ବାଟାଲିୟନ୍‌ ପଡ଼ିଆରେ ୭୩ତମ ସର୍ବଭାରତୀୟ ପୁଲିସ ହକି ପ୍ରତିଯୋଗିତା ସୋମବାର ଉଦ୍‌ଘାଟିତ ହୋଇଛି। ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି। ଭବ୍ୟ ପରେଡ୍‌ରେ ଅଭିବାଦନ ଗ୍ରହଣ କରିବା ସମସ୍ତ ପ୍ରତିଯୋଗୀ ଓ ପରିଚାଳକଙ୍କୁ ଖେଳୁଆଡ ମନୋଭାବ ନେଇ ଅଂଶ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ଓଡ଼ିଶା ପୁଲିସକୁ ଦ୍ବିତୀୟ ଥର ପାଇଁ ଆୟୋଜନର ଗୁରୁଦାୟିତ୍ୱ ପ୍ରଦାନ କରାଯାଇଥିବାରୁ ସର୍ବଭାରତୀୟ ପୁଲିସ କ୍ରୀଡ଼ା ନିୟନ୍ତ୍ରଣ ବୋର୍ଡକୁ କୃତଜ୍ଞତା ଜଣାଇଥିଲେ। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ସହଯୋଗ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

କିଛି ଦିନ ତଳେ ଓଡ଼ିଶା ପୁଲିସର କ୍ରୀଡ଼ାବିତ୍‌ ସର୍ବଭାରତୀୟ ପୁଲିସ ଜଳକ୍ରୀଡ଼ା, ବନ୍ଧୁକ ଚାଳନା, ଫୁଟ୍‌ବଲ୍‌, ହକି ଆଦି ଖେଳରେ ପଦକ ହାସଲ କରି ଗୌରବ ବଢ଼ାଇଛନ୍ତି। ଆଗାମୀ ଦିନରେ ଓଡ଼ିଶା ପୁଲିସର କ୍ରୀଡ଼ାବିତ୍‌ମାନେ ରାଜ୍ୟ ପାଇଁ  ଅଧିକ ସୁନାମ ଆଣିବେ ବୋଲି ଡିଜିପି ଆଶାବ୍ୟକ୍ତ କରିଛନ୍ତି। ଭାରତୀୟ ହକିର ପୀଠ ଭାବେ ପରିଚିତ ସୁନ୍ଦରଗଡ ଜିଲ୍ଲାର ଉଲ୍ଲେଖନୀୟ ପରମ୍ପରା ସମ୍ପର୍କରେ ଡିଜିପି ଉଲ୍ଲେଖ କରିଥିଲେ। ହକି ଇଣ୍ଡିଆ ତଥା ହକି ଆସୋସିଏସନ୍‌ ଅଫ୍‌ ଓଡ଼ିଶାର ସଭାପତି ଦିଲୀପ ତିର୍କି ମଧ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆୟୋଜକ କମିଟିର ସମ୍ପାଦକ ଅନୁପ କୁମାର ସାହୁ ପ୍ରାରମ୍ଭିକ ଅଭିଭାଷଣ ଦେଇଥିଲେ। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ତଥା ଆୟୋଜକ କମିଟିର ଉପାଧ୍ୟକ୍ଷ ଦୟାଲ ଗଙ୍ଗୱାର ସ୍ୱାଗତ ଭାଷଣ ଦେଇଥିଲେ। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ  ତଥା କମିଟିର ଉପସଭାପତି ରାଜେଶ କୁମାର ଧନ୍ୟବାଦ ଅର୍ପଣ କରିଥିଲେ। ମ୍ୟାଚ୍‌ ଦେଖିବାକୁ ଟିକେଟ୍‌ ଦେୟମୁକ୍ତ ବୋଲି ମଧ୍ୟ ଘୋଷଣା କରାଯାଇଛି।

ଅପରାହ୍ଣରେ କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରଥମ ଦିବସରେ ୩ ମ୍ୟାଚ୍‌ ଖେଳାଯାଇଥିଲା। ବିଏସ୍‌ଏଫ ୯-୨ରେ‌ ତେଲେଙ୍ଗାନାକୁ, ଆଇଟିବିପି ୯-୧ରେ ଉତ୍ତରାଖଣ୍ଡ୍‌କୁ,‌ ଝାଡ଼ଖଣ୍ଡ ୪-୧ରେ ଛତିଶଗଡ଼କୁ ପରାସ୍ତ କରିଛି। ରାଜ୍ୟ କାରାଗାର ଓ ସଂସ୍କାରକ ବିଭାଗର ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ ରାୟ,  ଅଗ୍ନିଶମ ସେବା ଓ ଗୃହରକ୍ଷୀ ବେସାମରିକ ପ୍ରତିରକ୍ଷା ବିଭାଗ ଆରକ୍ଷୀ ମହାନିର୍ଦ୍ଦେଶକ ଡା. ସୁଧାଂଶୁ ଷଡଙ୍ଗୀ ଏବଂ ପରିବହନ ଆୟୋଜ ଅମିତାଭ ଠାକୁର ପ୍ରମୁଖ ଅତିଥି ଥିଲେ।

You Might Also Like

ଐତିହାସିକ ରେକର୍ଡ ; ଲକ୍ଷେ ଛୁଇଁଲା ସୁନା

ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ, ୧୦ରୁ ୧୭ ଯାଏଁ ରାଜ୍ୟରେ ବର୍ଷା

ତାତିରୁ ମିଳିପାରେ ମୁକ୍ତି, ଆସନ୍ତା ସପ୍ତାହରେ ଦୁଇଟି ଲଘୁଚାପ

ଚୋରା ମଦ ବିକ୍ରି ବିରୁଦ୍ଧରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା!

୨୪ରୁ ନୂଆ ରାସନ କାର୍ଡ ବାଣ୍ଟିବେ ସରକାର, ପୁରୀରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

TAGGED:#bhubaneswar#hockey#inagurated#kalinga stadium#odisha#sports#sundargard#utkal khabar
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?