Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଖରାଦିନେ ଫ୍ରିଜ୍ ପାଣି ନୁହେଁ ପିଅନ୍ତୁ ମାଟି ହାଣ୍ଡି ପାଣି, ଦେହକୁ ରଖିବ ସୁସ୍ଥ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ଖରାଦିନେ ଫ୍ରିଜ୍ ପାଣି ନୁହେଁ ପିଅନ୍ତୁ ମାଟି ହାଣ୍ଡି ପାଣି, ଦେହକୁ ରଖିବ ସୁସ୍ଥ

utkala khabar
Last updated: April 9, 2025 12:07 pm
utkala khabar
Published April 9, 2025
Share
SHARE

ଗ୍ରାଷ୍ମ ଋତୁରେ ଯେତେବେଳେ ଆମେ ବାହାରକୁ ଯାଆନ୍ତି ବହୁତ୍ ଗରମ ଅନୁଭବ କରିଥାନ୍ତି । ଏହା ସହିତ ଘରେ ଆସି ପହଞ୍ଚିବା ମାତ୍ରେ ପ୍ରଥମେ ଫ୍ରିଜରୁ ପାଣି କାଢି ପିଇଥାଉ । ହେଲେ ଆପଣମାନେ ଜାଣନ୍ତି ନାହିଁ ଯେ ଏହି ଅଭ୍ୟାସ୍ ଶରୀର ପାଇଁ କେତେ କ୍ଷତିକାରକ ହୋଇଥାଏ । ଏହି ଅଭ୍ୟାସ୍ ଦ୍ବାରା ଥଣ୍ଡା, କାଶ, ଛିଙ୍କ ଆଦି ସମସ୍ୟା ସୃଷ୍ଟି ହୋଇଥାଏ । ଏହା ସହିତ ହେଲ୍ଥ ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଥଣ୍ଡା ପାଣି ଆମର ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଥାଏ ଏବଂ ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ । ତେବେ ଏପରି ପରିସ୍ଥିତିରେ ଆମେ କ’ଣ କରିବା ଉଚିତ୍ ତାହା ଆସନ୍ତୁ ଜାଣିବା ।

ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ଆଗରୁ ମାଟି ପାତ୍ରରେ ପାଣି ପିଆଯାଏ । ଏହି ପାଣି ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରି ହୋଇଥାଏ । ହେଲେ ବର୍ତ୍ତମାନର ଲୋକମାନେ ଫ୍ରିଜରୁ ପାଣି ପିଇ ନିଜ ସ୍ୱାସ୍ଥ୍ୟକୁ ଖରାପ କରିବାରେ ଲାଗିଛନ୍ତି । ହେଲେ ଆପଣମାନେ ନିଶ୍ଚିତ ଭାବରେ ମନେ ରଖନ୍ତୁ ଯେ, ଯେତେବେଳେ ଆପଣ ଖରାଦିନରେ ବାହାରେ ବୁଲାବୁଲି କରି ଆସି ଥକ୍କାରେ ବସୁଛନ୍ତି, ସେତେବେଳେ ଫ୍ରିଜ୍ ପାଣି ନପିଇ ମାଟି ପାତ୍ରରେ ପାଣି ରଖି ସେହି ପାଣିକୁ ପିଇବା ଅଭ୍ୟାସ୍ କରନ୍ତୁ । ତେବେ ଆସନ୍ତୁ ଜାଣିବା ଥଣ୍ଡା ପାଣି ପିଇବାର କ୍ଷତି ଏବଂ ମାଟି ପାତ୍ରରୁ ପାଣି ପିଇବାର ଲାଭ ବିଷୟରେ ।

ଫ୍ରିଜ୍ ପାଣି ପିଇବାର କ୍ଷତି :

ଗଳା ବିନ୍ଧା : ଥଣ୍ଡା ପାଣି ପିଇବା ଦ୍ବାରା ଗଳାରେ ଆସ୍ବିସ୍ତି ହୋଇପାରେ । ବିଶେଷକରି ଯେଉଁମାନେ ସ୍ବାସରୋଗୀ ସେହିମାନେ ଏହାକୁ ପିଇବା ଅନୁଚିତ୍ । ଏହା ଗଳା ମାଂସପେଶୀକୁ ସଙ୍କୁଚିତ କରିପାରେ, ଯାହା ଫଳରେ ଗିଳିବା କଷ୍ଟକର ହୋଇପାରେ ।

 ଧୀର ହଜମ : ଯଦି ଆପଣଙ୍କର ଥଣ୍ଡା ପାଣି ହଜମ ପ୍ରକ୍ରିୟାରେ ସାହାଯ୍ୟ କରିପାରେ, ହେଲେ ଅଧିକ ଥଣ୍ଡା ପାଣି ପିଇବା ଦ୍ବାରା ହଜମ ପ୍ରକ୍ରିୟା ଧୀର ହୋଇପାରେ । ଏହା ଖାଦ୍ୟରେ ଥିବା ଚର୍ବିକୁ କଠିନ କରିଥାଏ, ଯାହା ଫଳରେ ଆମର ସଠିକ୍ ଭାବରେ ଖାଦ୍ୟ ହଜମ ହୋଇ ନଥାଏ ।

କଫ : ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ଅତ୍ୟଧିକ ଥଣ୍ଡା ପାଣି ପିଇବା ଫଳରେ ଛାତିରେ କଫ ଜମାଟ ବାନ୍ଧିଥାଏ । ଏଥି ସହ ନିଶ୍ବାସ ନେବାକୁ ମଧ୍ୟ କଷ୍ଟକର ହୋଇଥାଏ । ଯାହା ଦ୍ବାରା ଆମକୁ ବହୁତ କଷ୍ଟ ମଧ୍ୟ ହୋଇଥାଏ ।

ମାଟି ପାତ୍ରରୁ ପାଣି ପିଇବାର ଲାଭ :

 ପ୍ରାକୃତିକ ଥଣ୍ଡା : ମାଟି ପାତ୍ରରୁ ପାଣି ପିଇବାର ଏକ ବିଶେଷ ଲାଭ ହେଉଛି ଏହାର ପ୍ରାକୃତିକ ଗୁଣ । ଯାହା ଆମର ସମ୍ପୂର୍ଣ୍ଣ ଶରୀରକୁ ଥଣ୍ଡା ରଖିଥାଏ ।

ପୋଟେନସିଆଲ୍ ଅଫ୍ ହାଇଡ୍ରୋଜେନ୍ ସନ୍ତୁଳନ କରିଥାଏ :
ଆମ ସ୍ୱାସ୍ଥ୍ୟ ପାଇଁ ପାଣିର  ସ୍ତର ବହୁତ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ପ୍ଲାଷ୍ଟିକ୍ ପାତ୍ର କିମ୍ବା ବୋତଲରେ ରଖାଯାଇଥିବା ପାଣିର ସ୍ତର ପାତ୍ରରେ ଥିବା ରାସାୟନିକ ପାତ୍ର ଯୋଗୁଁ ପରିବର୍ତ୍ତନ ହୋଇପାରେ । ହେଲେ ଯେତେବେଳେ ମାଟି ପାତ୍ରରେ ପାଣି ସଂରକ୍ଷଣ କରାଯାଏ, ମାଟିର କ୍ଷରୀୟ ପ୍ରକୃତି ପାଣିର ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରିଥାଏ ।

ସ୍ବାଦ ବଢାଇଥାଏ : ମାଟି ପାତ୍ରର ପାଣିର ସ୍ବାଦ ବହୁତ ଭଲ ହୋଇଥାଏ । ଯେତେବେଳେ ମାଟି ପାତ୍ରରେ ପାଣି ଭର୍ତ୍ତି କରାଯାଏ, ଏହା ମାଟିରେ ଥିବା ଥଣିଜ ପଦାର୍ଥ ଏବଂ ଲୁଣକୁ ଶୋଷିତ କରେ, ଯାହା ପାଣିର ସ୍ବାଦକୁ ଉନ୍ନତ କରିଥାଏ ।

ଯଦି ଆପଣ ସୁସ୍ଥ ରହିବାକୁ ଚାହୁଁଛନ୍ତି, ତେବେ ପ୍ରତ୍ୟେକ ଦିନ ମାଟି ପାତ୍ରରେ ପାଣି ରଖି ପିଅନ୍ତୁ । ଦେଖିବେ ଆପଣଙ୍କର ଅନେକ ସମସ୍ୟା ଦୂର ହେବାକୁ ଲାଗିବ ଏବଂ ଆପଣ ସୁସ୍ଥ ମଧ୍ୟ ରହିପାରିବେ ।

You Might Also Like

ବିଟ ଜୁସ୍ ପିଇଲେ ଶରୀରରେ ଆଇରନ ଅଭାବ ହୋଇନଥାଏ

ପଣସର ଦମଦାର ଫାଇଦା, ଜାଣନ୍ତୁ

ଓଜନ କମାଇବ କଞ୍ଚା କଦଳୀ, ଏହି ଉପାୟରେ ଖାଆନ୍ତୁ

କେମିତି ଜାଣିବେ ତରଭୁଜ ଅସଲି କି ନକଲି ?

ଅତ୍ୟଧିକ ଲିଚୁ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ

TAGGED:#benefits#body healthy#clay pots#cold water#drink water#hot days#lifestyle
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?