Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଦୁନିଆର ସବୁଠାରୁ ଭୟାନକ ସ୍ଥାନ, ଯେଉଁଠି ଚାଲେ ସାପଙ୍କ ରାଜ୍‌
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ବିଶେଷ

ଦୁନିଆର ସବୁଠାରୁ ଭୟାନକ ସ୍ଥାନ, ଯେଉଁଠି ଚାଲେ ସାପଙ୍କ ରାଜ୍‌

utkala khabar
Last updated: April 9, 2025 1:08 pm
utkala khabar
Published April 9, 2025
Share
SHARE

ଆଇଲାଣ୍ଡ ୦୯/୪: ଦୁନିଆରେ ଏମିତି ଅନେକ ଜାଗା ରହିଛି ଯାହାକୁ ମଣିଷଙ୍କୁ ଯିବା ମନା । ଗଲେ ଜୀବନ ନେଇ ଫେରିବା ଅସମ୍ଭବ । ଆଜି ଆମେ ଆପଣଙ୍କୁ ଏମିତି ଏକ ଜାଗା ବିଷୟରେ କହିବୁ ଯେଉଁଠି କେବଳ ସାପଙ୍କ ରାଜ୍‌ ଚାଲେ । ସେଠି ପ୍ରତି ପାଦରେ ପାଇବେ ବିଷଧର ସାପ । ଏହି ଆଇଲାଣ୍ଡରେ ସାପ ଛଡା ଆଉ କାହାକୁ ଦେଖିବାକୁ ମିଳେନି । କୁହାଯାଏ ଏଠି ବାସ କରନ୍ତି ୪ହଜାରରୁ ଅଧିକ ପ୍ରଜାତିର ବିଷଧର ସାପ ।ଯେଉଁମାନେ କି ସବୁବେଳେ ଥାଆନ୍ତି ଶିକାର ଅପେକ୍ଷାରେ । ବ୍ରାଜିଲର ସାଓ ପାଓଲ ସହରର କିଛି ମିଟର ଦୂରରେ ଥିବା ସମୁଦ୍ରରେ ଏକ ଛୋଟ ଦ୍ଵୀପ ରହିଛି । ଯାହାର ପ୍ରକୃତ ନାମ ଇଲ୍ହାଦା କ୍ୟୁମାଡା ଗ୍ରାଣ୍ଡେ (ILHA DA QUEIMADA GRANDE) । ହେଲେ ଅଧିକାଂଶ ଲୋକ ଏହାକୁ ସ୍ନେକ ଆଇଲାଣ୍ଡ ନାଁରେ ଜାଣନ୍ତି ।୧୦୬ ଏକର ଜାଗାରେ ଠିଆ ହୋଇଛି ଲକ୍ଷ ଲକ୍ଷ ବିଷଧର ସାପରେ ଭରା ଏହି ରହସ୍ୟମୟ ଦ୍ଵୀପ   ।

ସମୁଦ୍ର ମଝିରେ ଥିବା ଦ୍ଵୀପଟି ପୁରା ଘଞ୍ଚ ଜଙ୍ଗଲରେ ଆଚ୍ଛାଦିତ ।ସାପଙ୍କ ଛଡା ଏଠାରେ କାହାକୁ ଦେଖିବାକୁ ମିଳୁନଥିବାବେଳେ ଏକ ଲାଇଟ ହାଉସ ନଜରକୁ ଆସେ । ପୂର୍ବରୁ ଏଠାରେ ଲୋକଙ୍କ ଆତଯାତ ଥିବାର ବିଶ୍ବାସ କରାଯାଏ । ଆଗରୁ ଯେତେବେଳେ ଜାହାଜକୁ ଟ୍ରାକ କରିବାକୁ ଜିପିଏସ ସିଷ୍ଟମ ନଥିଲା ସେତେବେଳେ ଏମିତି ଛୋଟ ବଡ ଆଇଲାଣ୍ଡରେ ଲାଇଟ ହାଉସ ତିଆରି କରାଯାଉଥିଲା । ସେହି ଲାଇଟ ହାଉସରେ ଦିନ ରାତି ଲାଇଟ ଜଳୁଥିଲା । ଆଉ ସମୁଦ୍ରରେ ଯାତ୍ରା କରୁଥିବା ଜାହାଜର ଲୋକେ ଏହି ଲାଇଟରୁ ଆଇଲାଣ୍ଡର ସ୍ଥିତି ସଂପର୍କରେ ଜାଣିପାରୁଥିଲେ। ଦୁର୍ଘଟଣାକୁ ଏଡାଇ ଦେଉଥିଲେ ।

କୁହାଯାଏ ୧୯୨୦ ମସିହା ପାଖାପାଖି ଏହି ଲାଇଟ ହାଉସରେ ଜଣେ କର୍ମଚାରୀ ପରିବାର ସହ ରହୁଥିଲେ ।ଗୋଟିଏ ଦିନ  ତୀବ୍ର ବେଗରେ ଝଡ ତୋଫାନ ଆସିଲା । ସେଥିରେ କର୍ମଚାରୀଙ୍କ ସମେତ ପୁରା ପରିବାରର ନିଶ୍ଚିହ୍ନ ହୋଇଯାଇଥିଲେ । କିଛି ଲୋକଙ୍କ କହିବା କଥା ଝଡ ତୋଫାନ ନୁହେଁ ବିଷାକ୍ତ ସାପ ଦଂଶନରେ ସେମାନଙ୍କର ମୃତ୍ୟୁ ହୋଇଛି ।  । ଏହି ଘଟଣା ପରେ କୌଣସି କର୍ମଚାରୀ ଏହି ଲାଇଟ ହାଉସରେ ଯାଇ କାମ କରିବାରୁ ସାହସ ଜୁଟାଇ ପାରିନାହାନ୍ତି । ତେବେ ବର୍ତ୍ତମାନ ସମୟରେ ସେଠାରେ ଲାଇଟ ହାଉସ ଅଟୋମେଟିକ କାମ କରୁଛି ।

ହେଲେ ଏଠି ପ୍ରଶ୍ନ ଉଠୁଛି ଯେ ଆଇଲାଣ୍ଡରେ ଏତେ ପରିମାଣର ସାପ କେବେ କେମିତି ଓ କେଉଁଠୁ ଆସିଲେ ।ଏହି କଥା ଜାଣିବାକୁ ହେଲେ ଆମକୁ ଇତିହାସର ୧୨ ହଜାର ବର୍ଷ ପଛକୁ ଫେରିଯିବାକୁ ହେବ । କାହିଁକି ନା ସେତେବେଳେ ଏହି ଆଇଲାଣ୍ଡ ସାଉଥ ଆମେରିକା ସହ ଜଡିତ ଥିଲା । ଆଉ ଆମେରିକା ମହାଦୀପର ଅଂଶ ଥିଲା । ସେହି ସମୟରେ ମହାଦୀପରେ କେବଳ ବିଷଧର ସାପ ରହୁଥିଲେ । ଅନେକ ଲୋକଙ୍କ ଜୀବନ ଏହି ସାପଙ୍କ ଦଂଶନରେ ଯାଇଛି ।ତେବେ ଆଣ୍ଟଲାଟିକ ମହାସାଗରରେ ବରଫ ତରଳିବା ଯୋଗୁ ସମୁଦ୍ରରେ ଜଳସ୍ତର ବଢିବାକୁ ଲାଗିଥିଲା । ଏହି କାରଣରୁ ସମୁଦ୍ର ଲହରୀ ଆକାର ବଢିବାକୁ ଲାଗିଥିଲା । ଆଉ ତୀବ୍ର ଗତିରେ ହଲ୍‌ଚଲ୍‌ ହେବାକୁ ଲାଗିଥିଲା । ଏଥିପାଇଁ ସାଉଥ ଆମେରିକାର ଏକ ଅଂଶ  ଭାଙ୍ଗି  ଅଲଗା ହୋଇଯାଇଥିଲା । ଯାହା ଆଗକୁ ସ୍ନେକ ଆଇଲାଣ୍ଡ ନାଁରେ ପରିଚିତ ହେଲା ।

ଆଇଲାଣ୍ଡରେ ସାପଙ୍କ ପାଇଁ ଖାଇବାର ଅଭାବ ନଥିଲା । କାହିଁକି ଜଙ୍ଗଲରେ ଥିବା ମୂଷା, ଚଢେଇ, ଅଣ୍ଡା ସବୁକିଛି ଖାଇଯାଉଥିଲେ ଏମାନେ । ଏପରି ଭାବରେ ସାପଙ୍କ ଶିକାର ହୋଇ ଆଇଲାଣ୍ଡରେ ରହୁଥିବା ଜୀବ ଧିରେ ଧିରେ ଲୋପ ପାଇବାକୁ ଲାଗିଲେ । ଆଉ ସାପଙ୍କ ପାଇଁ ଆରମ୍ଭ ହୋଇଯାଇଥଲା ଖାଦ୍ୟ ଅଭାବ । ଏମିତି ସ୍ଥିତିରେ ବଂଚିବାକୁ ସାପମାନେ ନିଜର ଶିକାର କରିବା ଶୈଳୀ ଓ ଖାଇବାର ତରିକା ବଦଳାଇ ଦେଇଥିଲେ । ଏମିତି ନ କରିଥିଲେ ଆଇଲାଣ୍ଡରୁ ସାପ ବଂଶ ହୁଏତ ନିଶ୍ଚିହ୍ନ ହୋଇଯାଇଥାନ୍ତା । ବିଷଧର ସାପମାନେ ଦୂରରୁ ଉଡି ଆସୁଥିବା ପକ୍ଷୀଙ୍କ ଶିକାର କରିବା ଆରମ୍ଭ କରିଦେଇଥିଲେ । ଯେଉଁମାନେକି ଲମ୍ବା ସମୟର ଯାତ୍ରା କାଳରେ ବିଶ୍ରାମ ନେବାକୁ ଏଇ ଆଇଲାଣ୍ଡର ଗଛ ଛାଇ ତଳେ ଆଶ୍ରୟ ନେଉଥିଲେ । ହେଲେ ଏହି ଆରାମ ସେମାନଙ୍କ ଜୀବନ ପାଇଁ ବିପଦ ହୋଇଯାଉଥିଲା ।

ଦ୍ବୀପରେ ଥିବା ହଜାର ହଜାର ସାପଙ୍କ ମେଳରେ ଏକ ସୁନେଲି ରଙ୍ଗର ସାପ ଥିଲା ଯାହାର ନାଁ ଗୋଲଡେନ ଲାନସେଡ ପିଟ ଭାଇପର ।  ଏହି ସୁନେଲି ରଂଗର ସାପଟି ଦେଖିବାକୁ ଯେତିକି ସୁନ୍ଦର ଥିଲା ତାର ବିଷ ସେତିକି ଭୟାନକ ଥିଲା । ଏହି ଆଇଲାଣ୍ଡକୁ ଯିବାକୁ ସାଧାରଣ ଲୋକଙ୍କୁ ବ୍ୟାନ କରିଦେଇଥିଲେ ବ୍ରାଜିଲ ସରକାର । ତଥାପି କିଛି ଲୋକ ସାପର ବିଷକୁ ଆଣି ଉଚ୍ଚ ଦରରେ ବିକ୍ରି କରିବାକୁ ଲୁଚିଛପି ଆଇଲାଣ୍ଡ ଭିତରକୁ ଯାଉଥିଲେ । ଆଉ କେହି ସେଠାରୁ ଜୀବନ ବଞ୍ଚାଇ ଫେରି ପାରୁନଥିଲେ ।ଅନେକ ସମୟରେ କୋଷ୍ଟଗାର୍ଡ ହାତରେ ଧରାପଡି ଜେଲ୍‌ ଯିବାକୁ ପଡିଥାଏ ।  ଦୁନିଆରେ ଏମିତି ଅନେକ ବିଷଧର ସାପ ଅଛନ୍ତି ଯେଉଁମାନଙ୍କର ବିଷର ଦାମ୍‌ ପ୍ରାୟ ୨୫ ଲକ୍ଷ ହୋଇଥାଏ । କେବଳ ବୈଜ୍ଞାନିକମାନେ ଏହି ବିପଦପୂର୍ଣ୍ଣ ସ୍ଥାନକୁ ରିସର୍ଚ୍ଚ କରିବାକୁ ଯାଇଥାନ୍ତି । କାହିଁକି ନା ଏଠାରେ ରହୁଥିବା ଅନେକ ସାପଙ୍କ ବିଷୟରେ କେହି ଜାଣିନାହାନ୍ତି । ସାପରୁ ବିଷରୁ ଅନେକ ମେଡିସିନ ତିଆରି ହୋଇଥାଏ । ଯେମିତି କ୍ୟାନସର ପରି ମାରାତ୍ମକ ରୋଗର ଚିକିତ୍ସାରେ ସହାୟକ ହୋଇଥାଏ । ଅନ୍ତର୍ଜାତୀୟ ମାର୍କେଟରେ ସାପ ବିଷର ମୂଲ୍ୟ ଢେର ଅଧିକ । ଯେଉଁଥିପାଇଁ ଲକ୍ଷ ଲକ୍ଷ ଟଙ୍କାର ଡିଲ୍‌ ହୋଇଥାଏ ।

You Might Also Like

ବିବାହ କରିବାକୁ ଯାଉଛନ୍ତି କି ? ତେବେ ନିଜକୁ ପଚାରନ୍ତୁ ଏହି ୭ଟି ପ୍ରଶ୍ନ

ଅକ୍ଷୟ ତୃତୀୟାରେ କାହିଁକି ବୃଦ୍ଧି ପାଏ ସୁନାର ମୂଲ୍ୟ ? ଜାଣନ୍ତୁ

୫ ଦଫା ଦାବି ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

କାହିଁକି ବୁଡ଼ିଥିଲା ଟାଇଟନିକ୍‌ ଜାହଜ , ଆସନ୍ତୁ ଜାଣିବା ଏହା ବିଷୟରେ…

ବିବାହ ପରେ ବି ଲୋକେ କାହିଁକି ରଖନ୍ତି ଅତିରିକ୍ତ ବୈବାହିକ ସମ୍ପର୍କ

TAGGED:#brazil#snake#special news#special story#thailand
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?