Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ସୁନାର ସର୍ବକାଳୀନ ରେକର୍ଡ, ୯୫ ହଜାର ଡେଇଁଲା ଦର
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ସୁନାର ସର୍ବକାଳୀନ ରେକର୍ଡ, ୯୫ ହଜାର ଡେଇଁଲା ଦର

utkala khabar
Last updated: April 11, 2025 3:45 pm
utkala khabar
Published April 11, 2025
Share
SHARE

ଭୁବନେଶ୍ୱର ୧୧/୦୪ : ପୁଣି ଉପରମୁହାଁ ସୁନା ରେଟ । ଦିନକୁ ଦିନ ହୁ ହୁ ହୋଇ ବଢୁଛି ଦର । ୩ ଦିନରେ ମହଙ୍ଗା ହେଲାଣି ୫ ହଜାରରୁ ଅଧିକ ଟଙ୍କା । ଆଜି ବି ସୁନା ଦର ବୃଦ୍ଧି ପାଇଛି । ୯୫ ହଜାର ଟଙ୍କା ଡେଇଁଛି ସୁନା । ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ୨,୦୨୦ ଟଙ୍କା ବୃଦ୍ଧି ପାଇ ୯୫ ହଜାର ୪୦୦ ଟଙ୍କାରେ ପହଞ୍ଚି ସର୍ବକାଳୀନ ରେକର୍ଡ କରିଛି । ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧,୮୫୦ ଟଙ୍କା ବଢ଼ି ୮୭ ହଜାର ୪୫୦ ଟଙ୍କା ହୋଇଛି ।

ଗତକାଲି ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୮୫ ହଜାର ୬୦୦ ଥିଲା । ୨୪ କ୍ୟାରେଟ୍ ସୁନା ୯୩,୩୮୦ ଟଙ୍କା ରହିଥିଲା । ହେଲେ ୩ ଦିନ ହେଲା ଲଗାତାର ଦାମ୍ ବଢିବା ସହ ଲକ୍ଷେ ମୁହାଁ ହୋଇଛି ଏହି ହଳଦିଆ ଧାତୁ ଦର । ୨୪ କ୍ୟାରେଟ୍ ସୁନା ୯୫ ହଜାର ଟଙ୍କା ଅତିକ୍ରମ କରିଛି । ସେହିପରି ରୁପା କିଲୋ ୧ ଲକ୍ଷ ୮ ହଜାର ଟଙ୍କା ରହିଛି ।

  • ୨୪ କ୍ୟାରେଟ ସୁନା ୨,୦୨୦ ଟଙ୍କା ବଢି ୯୫, ୪୦୦
  • ୨୨ କ୍ୟାରେଟ ସୁନା  ୧,୮୫୦ ଟଙ୍କା ବଢି ୮୭, ୪୫୦
  • ରୁପା କେଜି ପିଛା ୧ ଲକ୍ଷ ୮ ହଜାର ଟଙ୍କା

ମାର୍ଚ୍ଚ ୧ରେ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦାମ ୧୦ ଗ୍ରାମ ପିଛା ୭୯ ହଜାର ୪୦୦ ଟଙ୍କାରେ ବିକ୍ରି ହେଉଥିଲା । ହେଲେ ମାସକ ଭିତରେ ଦାମ୍ ପ୍ରାୟ ଡବଲ୍ ହୋଇ ୮୭, ୪୫୦ ଟଙ୍କାରେ ପହଞ୍ଚିଛି । ଆଗକୁ ବିବାହ ଋତୁ ଥିବାବେଳେ ସୁନାର ଏହି ବର୍ଦ୍ଧିତ ଦର ସାଧାରଣ ଗ୍ରାହକଙ୍କ ପାଇଁ ଦାଉ ସାଧିଛି ।

ଆମ ଦେଶ ସୁନା ପାଇଁ ଆନ୍ତର୍ଜାତିକ ବଜାର ଉପରେ ନିର୍ଭର କରିଥାଏ । ଯେହେତୁ ଆନ୍ତର୍ଜାତିକ ବଜାରରେ ସୁନା ଦାମ ବଢ଼ିବାରେ ଲାଗିଛି । ସେଥିପାଇଁ ଭାରତରେ ବି ତାହାର ପ୍ରଭାବ ଦେଖିବାକୁ ମିଳୁଛି । ଦ୍ବିତୀୟରେ ଆମେରିକାର ଟ୍ରମ୍ପ୍ ପ୍ରଶାସନର କଟକଣା ନିଷ୍ପତ୍ତି ଷ୍ଟକ୍ ବଜାରକୁ ପ୍ରଭାବିତ କରୁଛି । ତେଣୁ ନିବେଶକମାନେ ଷ୍ଟକ୍ ମାର୍କେଟ୍ ବଦଳରେ ସୁନାରେ ପୁଞ୍ଜିନିବେଶକୁ ଅଧିକ ସୁରକ୍ଷିତ ମଣୁଛନ୍ତି ।

You Might Also Like

ମୋଦିଙ୍କୁ ରଥ ଯାତ୍ରା ଦେଖିବାକୁ ନିମନ୍ତ୍ରଣ କରିଲେ ମୁଖ୍ୟମନ୍ତ୍ରୀ

୩୪ ନିଖୋଜ ଶିଶୁ ଉଦ୍ଧାର

ସ୍ନେକ୍ ହେଲ୍ପଲାଇନ ସହାୟତାରେ ସାପକୁ ଉଦ୍ଧାର କଲେ ସ୍ଥାନୀୟ ବାସିନ୍ଦା

ଧର୍ମ ଜାଗରଣ ସମିତିର ବୈଠକ ଅନୁଷ୍ଠିତ

ଆଜି ୧୦ ଜିଲ୍ଲାରେ ଘଡ଼ଘଡ଼ି ସହ କାଳବୈଶାଖୀ

TAGGED:#bhubaneswar#gold and silver#odisha#stateRateToday update price
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?