Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ପିଠି ଏବଂ ଅଣ୍ଟା ଯନ୍ତ୍ରଣା ଅନୁଭବ ହେଉଛି କି, କେମିତି କରିବେ ଏହାର ଉପଚାର ?
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ପିଠି ଏବଂ ଅଣ୍ଟା ଯନ୍ତ୍ରଣା ଅନୁଭବ ହେଉଛି କି, କେମିତି କରିବେ ଏହାର ଉପଚାର ?

utkala khabar
Last updated: April 11, 2025 3:37 pm
utkala khabar
Published April 11, 2025
Share
SHARE

ଗୋଟିଏ ଚେୟାରରେ ଘଣ୍ଟା ଘଣ୍ଟା ବସି କାମ କରିବା ଦ୍ଵାରା ମେରୁଦଣ୍ଡ ଉପରେ ସବୁଠାରୁ ଅଧିକ ପ୍ରଭାବ ପଡିଥାଏ । ବର୍ତ୍ତମାନ ସମୟରେ ଲୋକଙ୍କର ପିଠି ଓ କମର ଯନ୍ତ୍ରଣା ବହୁମାତ୍ରାରେ ଦେଖିବାକୁ ମିଳୁଛି । ଦୀର୍ଘ ସମୟ ଧରି ବସି ରହିବା ଯୋଗୁଁ ମେରୁଦଣ୍ଡରେ ଉପରେ କୁ-ପ୍ରଭାବ ମଧ୍ୟ ପଡୁଛି । ଏଥିପାଇଁ କେବଳ କମର ଏବଂ ପିଠିରେ ଯନ୍ତ୍ରଣା ହୁଏ ନାହିଁ ବରଂ ବେକ ଏବଂ ମାଂସପେଶୀରେ ମଧ୍ୟ ଯନ୍ତ୍ରଣା ହୋଇଥାଏ । ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ଏହି ସମସ୍ୟା ହେଲେ ଗୋଟିଏ ମଣିଷ ନିଜର ଦୈନନ୍ଦିନ କାର୍ଯ୍ୟ ଠିକ୍ ଭାବରେ କରିପାରେ ନାହିଁ । ଏଥିସହ ଅନେକ ସମୟରେ ସକାଳେ ବିଛଣାରୁ ଉଠିବା ମାତ୍ରେ ପ୍ରବଳ ଯନ୍ତ୍ରଣା ହୁଏ । ଆପଣଙ୍କୁ କହିରଖୁଛୁ ଯେ ମେରୁଦଣ୍ଡ ସିଧାସଳଖ ମସ୍ତିଷ୍କ ସହିତ ସଂଯୁକ୍ତ । ତେଣୁ ଏହାକୁ ହାଲୁକା ଭାବରେ ନେବା ଉଚିତ୍ ନୁହେଁ । କାରଣ ପିଠି ଯନ୍ତ୍ରଣା ଶାରୀରିକ ଏବଂ ମାନସିକ ସମସ୍ୟା ସୃଷ୍ଟି ହୋଇପାରେ । ଯଦି ଆପଣଙ୍କର ଏହି ସମସ୍ୟା ହେଉଛି, ତେବେ ଆସନ୍ତୁ ଜାଣିବା କିଛି ଘରୋଇ ଉପଚାର ବିଷୟରେ ।

କ୍ୟାଲସିୟମ ଯୁକ୍ତ ଖାଦ୍ୟ ଖାଆନ୍ତୁ :
ଆପଣଙ୍କ ଖାଦ୍ୟରେ ଯଥା ସମ୍ଭବ କ୍ୟାଲସିୟମ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ । କ୍ୟାଲସିୟମ ଅଭାବ ଦୂର କରିବା ପାଇଁ କ୍ଷୀର, ଦହୀ, ପନିର୍ ଭଳି ଦୁଗ୍ଧଜାତ ଦ୍ରବ୍ୟ ସାମିଲ୍ କରନ୍ତୁ । କ୍ଷୀରରେ କ୍ୟାଲସିୟମ ଭରପୂର ମାତ୍ରାରେ ଥାଏ, ଯାହା ହାଡ଼ ଏବଂ ମାଂସପେଶୀକୁ ମଜବୁତ୍ କରିବାରେ ସାହାଯ୍ୟ କରେ । ଏହା କମର ଯନ୍ତ୍ରଣା, ପିଠି ଯନ୍ତ୍ରଣା ଏବଂ ମେରୁଦଣ୍ଡ ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦିଏ । ଏଥି ସହିତ ଆପଣ କ୍ଷୀରରେ ମହୁ ମିଶାଇ ମଧ୍ୟ ପିଇପାରିବେ ।

ମେଥି ସେବନ କରନ୍ତୁ :
ପିଠି ଯନ୍ତ୍ରଣା ପାଇଁ ମେଥି ସେବନ କରନ୍ତୁ । ମେଥିରେ ଭିଟାମିନ୍ ଏ, ଭିଟାମିନ୍ ସି, ପୋଟାସିୟମ, କ୍ୟାଲସିୟମ ଏବଂ ମ୍ୟାଗ୍ନେସିୟମ ଭରପୂର ପରିମାଣରେ ଥାଏ । ଏଥି ସହ ମେଥିରେ ଭଲ ପରିମାଣର ଫାଇବର ମିଳିଥାଏ । ଯଦି ଆପଣ ପିଠି କିମ୍ବା ମାଂସପେଶୀ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତେବେ ଆପଣ ରାତିରେ ଗୋଟିଏ ଗ୍ଲାସ୍ ପାଣିରେ ୧ ଚାମଚ ମେଥି ଭିଜାଇ ରଖନ୍ତୁ । ସକାଳେ ଏହି ପାଣିକୁ ଉଷୁମ କରି ପିଅନ୍ତୁ । ଏହା ସହିତ ଯଦି ଆପଣ ଚାହିଁବେ ତେବେ ମେଥିକୁ ଚୋବାଇ ଖାଇପାରିବେ । ଏହା ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ।

ଭିଟାମିନ୍ ସି’ ଯୁକ୍ତ ଖାଦ୍ୟ ଖାଆନ୍ତୁ :
ମେରୁଦଣ୍ଡ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ, ଆପଣଙ୍କ ଖାଦ୍ୟରେ ଭିଟାମିନ୍ ସି’ ଯୁକ୍ତ ଖାଦ୍ୟ ସାମିଲ୍ କରନ୍ତୁ । ଭିଟାମିନ୍ ସି’ ପାଇଁ ଆପଣଙ୍କ ଖାଦ୍ୟରେ କମଳା, ଲେମ୍ବୁ, ଟମାଟୋ, ସେଓ, ଅଙ୍ଗୁର ଏବଂ କଦଳୀ ପରି ଖାଦ୍ୟକୁ ସାମିଲ କରନ୍ତୁ । ଏହା ବ୍ୟତୀତ କ୍ଷୀର, ସବୁଜ ଧନିଆ, ପାଳଙ୍ଗ, ମୂଳା ପତ୍ର ଶଲଗମ ଏବଂ ପୁଦିନା ଖାଆନ୍ତୁ ।

ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ :
ଶରୀରରେ ୟୁରିକ୍ ଏସିଡ୍ ଅଧିକ ହେବା ମଧ୍ୟ ମେରୁଦଣ୍ଡ ଯନ୍ତ୍ରଣା ଅନୁଭବ କରିବା ଏକ ପ୍ରମୁଖ କାରଣ ହୋଇପାରେ । ତେଣୁ ୟୁରିକ୍ ଏସିଡ୍ ନିୟନ୍ତ୍ରଣରେ ରଖନ୍ତୁ । ୟୁରିକ୍ ଏସିଡ୍ ବଢୁଥିବା ଯୋଗୁଁ ମେରୁଦଣ୍ଡ ଯନ୍ତ୍ରଣା ସମସ୍ୟା ଉପୁଜିଥାଏ । ଏଥିପାଇଁ ଆପଣଙ୍କୁ ପ୍ରଚୁର ମାତ୍ରାରେ ପାଣି ପିଇବାକୁ ପଡିବ । ମେରୁଦଣ୍ଡ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଚାହୁଁଥିଲେ ଦିନସାରା ୧୦-୧୨ ଗ୍ଲାସ୍ ପାଣି ପିଇବା ନିହାତି ଆବଶ୍ୟକ ।

ସୋରିଷ ତେଲରେ ରସୁଣ ମିଶାଇ ମାଲିସ୍ କରନ୍ତୁ :
ଯଦି ଆପଣଙ୍କର ଆଣ୍ଠୁଗଣ୍ଠୀ ସମସ୍ୟା କିମ୍ବା ପିଠି ଯନ୍ତ୍ରଣା ହେଉଛି ଏବଂ ଛାଡୁନାହିଁ, ତେବେ ଆପଣ ସୋରିଷ ତେଲରେ କିଛି ରସୁଣ ପକାନ୍ତୁ ଏବଂ ଏହାକୁ ଫୁଟାଇ ଦିଅନ୍ତୁ । ଏହାପରେ ଏହି ତେଲକୁ କିଛି ସମୟ ରଖି ଥଣ୍ଡା ହେଲା ପରେ ମାଲିସ୍ କରନ୍ତୁ । ଏହାକୁ ନିୟମିତ ଭାବରେ କରିବା ଫଳରେ ଆପଣଙ୍କର ହେଉଥିବା ସମସ୍ୟା ଖୁବ୍ ଶୀଘ୍ର ଦୂର ହେବାକୁ ଲାଗିବ ।

You Might Also Like

ଖରାଦିନେ ଖାଆନ୍ତୁନାହିଁ ଏହି ୫ଟି ଫଳ, ନଚେତ ହୋଇପାରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା

ତେଜପତ୍ରର ୧୦ଟି ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ

ଜୀବନରେ ସଫଳତା ଚାହୁଁଛନ୍ତି, ତେବେ ଖାଆନ୍ତୁ ଡ୍ରାଏଫ୍ରୁଟ୍ସ

ଓଜନ କମାଇବାରେ ସାହାଯ୍ୟ କରେ କରମଙ୍ଗା ଜାଣନ୍ତୁ

ଖରାଦିନେ ଅଞ୍ଜିର ଜୁସ୍ ପିଇବା ଦ୍ଵାରା ପେଟକୁ ଥଣ୍ଡା କରିଥାଏ

TAGGED:Back painHome remidiesLife styleRelief fastutkala khabr
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?