Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଦୁର୍ବଳ ହେଲା ଡଲାର, ବଢିଲା ଦେଶର ଫରେକ୍ସ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ବାଣିଜ୍ୟ

ଦୁର୍ବଳ ହେଲା ଡଲାର, ବଢିଲା ଦେଶର ଫରେକ୍ସ

utkala khabar
Last updated: April 12, 2025 12:24 pm
utkala khabar
Published April 12, 2025
Share
SHARE

ନୂଆଦିଲ୍ଲୀ ୧୨/୦୪ : ଏପ୍ରିଲ୍ ୨ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ଦୁନିଆର ଅନେକ ଦେଶ ଉପରେ ଯେସାକୁ ତେସା ଟାରିଫ୍ ଲାଗୁ କରିଥିଲେ । ଏହାପରେ ସାରା ଦୁନିଆର ବାଣିଜ୍ୟିକ ଯୁଦ୍ଧର ଆଶଂକା ବଢିଥିଲା । ବିଶ୍ୱ ବଜାରରେ ହାହାକାର ସୃଷ୍ଟି ହୋଇଥିଲା । ଏହାରି ଭିତରେ ଆମେରିକୀୟ ଡଲାର ମଧ୍ୟ ବେଶ ଦୁର୍ବଳ ହୋଇଛି । ଏହି ଅବଧିରେ ଭାରତରେ ବିଦେଶୀ ନିବେଶକଙ୍କ ଇନଫ୍ଲୋ ମଧ୍ୟ ବଢିଛି । ଏହି କାରଣରୁ ଏପ୍ରିଲ୍ ୪ରେ ଶେଷ ହୋଇଥିବା ସପ୍ତାହରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୧୦ ବିଲିୟନ୍ ଡଲାର ବଢିଛି । ଏହାସହ ଦେଶର ଫରେକ୍ସ ରିଜର୍ଭ ପାଞ୍ଚ ମାସର ସର୍ବୋଚ୍ଚ ସ୍ତର ୬୭୬.୨୬୮ ବିଲିୟନ ଡଲାରରେ ପହଞ୍ଚିଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଶୁକ୍ରବାର ଜାରି ଡାଟା ଅନୁସାରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୧୦.୮୭୨ ବିଲିୟନ ଡଲାର ବଢିଛି । ଗତ ସପ୍ତାହରେ ଡଲାର ତୁଳନାରେ ଭାରତୀୟ ମୁଦ୍ରା ମଜଭୁତ ହୋଇଛି । ଏହା ପୂର୍ବରୁ ମାର୍ଚ୍ଚ ୨୬ରେ ୬.୫୯ ବିଲିୟନ ଡଲାର ବୃଦ୍ଧି ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ ୨୦୨୪ ଡିସେମ୍ୱର ୨୭ରେ ଶେଷ ହୋଇଥିବା ସପ୍ତାହରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ନିଜର ସର୍ବକାଳୀନ ଉଚ୍ଚ ସ୍ତର ୭୦୪.୮୮୫ ବିଲିୟନ ଡଲାରରେ ପହଞ୍ଚିଛି ।

ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ସାପ୍ତାହିକ ଡାଟା ଅନୁସାରେ ଆଲୋଚ୍ୟ ସପ୍ତାହରେ ଦେଶର ବିଦେଶୀ ମୁଦ୍ରା ସମ୍ପତ୍ତିରେ ଅଧିକ ଅଭିବୃଦ୍ଧି ଘଟିଛି । ୨୦୨୫ ଏପ୍ରିଲ ୪ରେ ଶେଷ ସପ୍ତାହରେ ଫରେନ୍ କରେନ୍ସି ଆସେଟ୍ ୯.୦୭୪ ବିଲିୟନ ଡଲାର ବଢିଛି । ଉଲ୍ଲେଖଯୋଗ୍ୟ ଯେ ଦେଶର ମୋଟ ବିଦେଶୀ ମୁଦ୍ରା ଭଣ୍ଡାରରେ ଫରେନ୍ କରେନ୍ସି ଆସେଟ୍ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥାଏ ।

ଗତ ସପ୍ତାହରେ ଦେଶର ସ୍ୱର୍ଣ୍ଣ ଭଣ୍ଡାରରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଥିଲା । ରିଜର୍ଭ ବ୍ୟାଙ୍କ ଅନୁସାରେ ୨୦୨୫ ଏପ୍ରିଲ୍ ୪ରେ ଶେଷ ହୋଇଥିବା ସପ୍ତାହରେ ଗୋଲ୍ଡ ରିଜର୍ଭରେ ୧.୫୬୭ ବିଲିୟନ ଡଲାର ବଢିଛି । ଏହାସହ ଦେଶର ସୁନା ଭଣ୍ଡାର ଏବେ ବଢି ୭୯.୩୬୦ ବିଲିୟନ ଡଲାର ହୋଇଛି । ସେହି ଆଲୋଚ୍ୟ ସପ୍ତାହରେ ଏସଡିଆର ୧୮୬ ମିଲିୟନ ଡଲାର ବଢିଛି । ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠିରେ ଦେଶର ରିଜର୍ଭ ୪୬ ମିଲିୟନ ଡଲାର ବଢି ୪.୪୫୯ ବିଲିୟନ ଡଲାର ହୋଇଛି ।

You Might Also Like

ଅପରେସନ୍‌ ସିନ୍ଦୂର ; ଏଟିଏମ୍‌-ୟୁପିଆଇକୁ ଅର୍ଥ ମନ୍ତ୍ରଣାଳୟର କଡା ନିର୍ଦ୍ଦେଶ

ନୂଆ ଷ୍ଟାଇଲରେ ଆସିବ କାର Jeep Compass

ଭାରତ-ପାକିସ୍ତାନ ବିବାଦ ପରେ ୯୦୦ ପଏଣ୍ଟ୍‌ ଖସିଲା ସେନ୍‌ସେକ୍ସ

୧୦ ବର୍ଷର ପିଲା ଅପରେଟ୍ କରିପାରିବେ ନିଜର ବ୍ୟାଙ୍କ ଆକାଉଣ୍ଟ

ଭିଟାମିନ-ଡିରେ ଭରପୂର ମସରୁମ୍, ଜାଣନ୍ତୁ କିପରି ଡାଏଟରେ କରିବେ ସାମିଲ

TAGGED:#donald TrumpAmerica presidentBusiness newsForexUtkala News
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?