Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଗରମ ଦିନରେ ଶରୀରରେ ଦେଖାଦେଇପାରେ ଏହି ସବୁ ରୋଗ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ଗରମ ଦିନରେ ଶରୀରରେ ଦେଖାଦେଇପାରେ ଏହି ସବୁ ରୋଗ

utkala khabar
Last updated: April 12, 2025 12:51 pm
utkala khabar
Published April 12, 2025
Share
SHARE

ଗରମ ବଢିବା ସହିତ ଶରୀରର ଇନଫେକ୍ସନ ବଢ଼ିବାରେ ଲାଗିଥାଏ । ଋତୁ ବଦଳିବା ସହିତ ଶରୀର ଉପରେ ଏହାର କୁପ୍ରଭାବ ପଡିଥାଏ । ଏମିତିରେ ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖିବା ଆହୁରି ବି ଜରୁରୀ ହୋଇଥାଏ । ଆଉ ଏହି ଅତ୍ୟଧିକ ଗରମ ନିଜ ସହିତ ଅନେକ ରୋଗ ନେଇ ଆସିଥାଏ । ଆଉ ତା ପରେ ଅଧିକ ଝାଳ ବୋହିବା ଦ୍ୱାରା ଶରୀରରେ ଜଳାଭାବ ମଧ୍ୟ ଦେଖାଦିଏ । ଆଉ ଅନେକ ଲୋକଙ୍କର ଅଧିକ ଖରା କାରଣରୁ ଲୁ’ ଜନିତ ସମସ୍ୟା ବି ରହିଛି । ସ୍ୱାସ୍ଥ୍ୟର ଧ୍ୟାନ ରଖିବା ପାଇଁ ଆପଣ ନିଜ ଡାଏଟର ଖାସ ଧ୍ୟାନ ରଖିବା ଜରୁରୀ । ତେବେ ଆସନ୍ତୁ ଜାଣିବା ଏହି ରୋଗ ଗୁଡ଼ିକରୁ ଆପଣ ନିଜ ଶରୀରକୁ କିପରି ସୁରକ୍ଷା ଦେବେ ।

Contents
ଡ଼ିହାଇଡ୍ରେସନ:କେମିତି ସୁରକ୍ଷିତ ରହିବେ:ଘିମିରି ସମସ୍ୟା:ଫୁଡ ପଏଜନିଙ୍ଗ:ଟାଇଫଏଡ:

ଡ଼ିହାଇଡ୍ରେସନ:

ଏହି ଋତୁରେ ସାଧାରଣତଃ ଶରୀରରେ ପାଣିର ଅଭାବ ଦେଖାଦିଏ । ଝାଳ ବୋହିବା କାରଣରୁ ପାଣି, ସୁଗାର, ଲୁଣ ସନ୍ତୁଳିତ ବିଗିଡ଼ିବାରେ ଲାଗିଥାଏ । ଜାଣନ୍ତିକି ଆପଣ ଯେତିକି ପରିମାଣରେ ପାଣି ପିଅନ୍ତି କିମ୍ବା ଅନ୍ୟ କୌଣସି ଉପାୟରେ ଗ୍ରହଣ କରନ୍ତି ତାହା ଠାରୁ ଅଧିକ ପାଣି ଆପଣଙ୍କ ଶରୀରରୁ ବାହାରିଯାଏ । ଆଉ ଏହି କାରଣରୁ ମୁଣ୍ଡବିନ୍ଧା, ଶୁଷ୍କ ଲାଗିବା, ମୁହଁ ଶୁଖିବା, ଥକା ଲାଗିବା ପରି ଲକ୍ଷଣମାନ ଦେଖାଦେଇଥାଏ । ଯାହାକି ଡ଼ିହାଇଡ୍ରେସନର ଲକ୍ଷଣ ।

କେମିତି ସୁରକ୍ଷିତ ରହିବେ:

ଡ଼ିହାଇଡ୍ରେସନ ସମସ୍ୟାରୁ ରକ୍ଷା ପାଇବା ପାଇଁ ଅଧିକରୁ ଅଧିକ ପାଣି ପିଅନ୍ତୁ । ନିଜ ଡାଏଟରେ ଲେମ୍ବୁ ପାଣି, ନଡ଼ିଆ ପାଣି, ଦହି ଘୋଳ ଆଦି ସାମିଲ କରିପାରିବେ । ଆଉ ମଧ୍ୟ ଗରମ ଦିନେ ମିଳୁଥିବା ଋତୁକାଳୀନ ଫଳ ବି ସେବନ କରନ୍ତୁ ।

ଘିମିରି ସମସ୍ୟା:

ଅତ୍ୟଧିକ ଗରମ ଓ ଝାଳ କାରଣରୁ ଶରୀରରେ ଘିମିରି ଜନିତ ସମସ୍ୟା ବି ବଢିଯାଏ । ଶରୀରର ବିଭିନ୍ନ ସ୍ଥାନରେ ଛୋଟ ଛୋଟ ଲାଲ ଲାଲ ଦାଗ ହେବା ସହ କୁଣ୍ଡେଇ ହୋଇଥାଏ । ଆପଣଙ୍କ ଶରୀରରେ ପୋର୍ସ ଗୁଡିକ ଲକ ହେବା କାରଣରୁ ଝାଳ ଆଉ ବୋହିନଥାଏ । ଫଳରେ ଅପରିଷ୍କାର ପଦାର୍ଥ ଗୁଡିକ ତ୍ୱଚାରୁ ନବାହାରି ପାରି ଘିମିରି, ବ୍ରଣ ପରି ସମସ୍ୟା ଦେଖାଦିଏ । ଏହା ଆପଣଙ୍କ ପିଠିରେ ଦରଜ ହେବା ସହ ପିଠି, ପେଟ, ବେକ ଆଦିରେ ମଧ୍ୟ ସମସ୍ୟା ଦେଖାଦିଏ ।

ଫୁଡ ପଏଜନିଙ୍ଗ:

ଗରମ ଦିନରେ ଖାଦ୍ୟପେୟରେ ଅନିୟମିତତା କାରଣରୁ ବି ଅଧିକ ଫୁଡ ପଏଜନିଙ୍ଗ ଜନିତ ସମସ୍ୟା ଦେଖାଦିଏ । ପରିବେଶରେ ମିଳୁଥିବା ରୋଗଜୀବାଣୁ ଆପଣଙ୍କ ଖାଦ୍ୟକୁ ଦୂଷିତ କରିଦେଇପାରେ । ଏମିତି ହେବା ଦ୍ୱାରା ପେଟ ସହିତ ଜଡିତ ସମସ୍ୟା ଦେଖାଦିଏ ।

ଟାଇଫଏଡ:

ଦେଖାଯାଏକି ଗରମ ଦିନରେ ଅଧିକାଂଶ ପିଲାଙ୍କୁ ଜ୍ୱର ହୋଇଥାଏ । ଯାହାକି ସମୟାନୁସାରେ ଟାଇଫଏଡ଼ର କାରଣ ହୋଇପାରେ । ଏହା ପାଚନ ତନ୍ତ୍ର ତଥା ରକ୍ତରେ ଇନଫେକ୍ସନ କାରଣରୁ ହିଁ ହୋଇଥାଏ । ଆଉ ଏହି ରୋଗ ହେଲେ ମଣିଷକୁ କମ ଭୋକ ଲାଗିଥାଏ । ମାଂସପେଶୀରେ ଦରଜ, ଶୁଖିଲା କାଶ, ମୁଣ୍ଡ ବିନ୍ଧା, ଶରୀର ଦରଜ ପରି ସମସ୍ୟା ବି ଦେଖାଦିଏ ।

You Might Also Like

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ, ବିନ୍ଦୁସାଗର କୂଳରେ ତିଳତର୍ପଣ

ଭାଙ୍ଗିଲା ଟ୍ରମ୍ପ-ମସ୍କଙ୍କ ଯୋଡ଼ି

ବିବାହ କରିବାକୁ ଯାଉଛନ୍ତି କି ? ତେବେ ନିଜକୁ ପଚାରନ୍ତୁ ଏହି ୭ଟି ପ୍ରଶ୍ନ

କେନ୍ଦୁଝରରେ ରୋଗୀସେବା ଓ ଟ୍ରମା କେୟାର ସୁବିଧାକୁ ଉଦଘାଟନ କଲେ ମୋହନ

ମେ ୮ ତାରିଖରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା

TAGGED:#UTKALA KHABARSummer DiaseasesSummer season
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?