Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଦିନରେ ଅଭିନୟ କଲେ, ରାତିରେ ଝୁଲିପଡିଲେ କିନ୍ନର ଅର୍ଚ୍ଚିତା
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଅପରାଧ

ଦିନରେ ଅଭିନୟ କଲେ, ରାତିରେ ଝୁଲିପଡିଲେ କିନ୍ନର ଅର୍ଚ୍ଚିତା

utkala khabar
Last updated: April 12, 2025 1:16 pm
utkala khabar
Published April 12, 2025
Share
SHARE

ଗଞ୍ଜାମ ୧୨/୦୪ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଫାଶୀଗୁଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ଘର ଭିତରୁ କିନ୍ନର ଦଣ୍ଡନାଚୁଆର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାମ ଅର୍ଚ୍ଚିତା ବିଷୋୟୀ । ସେ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଛାନଭିନ୍ ଚଳାଇଛି ।

ସୂଚନା ମୁତାବକ, ଗତକାଲି ଫାଶୀଗୁଡା ଗାଁରେ ଦଣ୍ଡନାଚ ଚାଲିଥିଲା । ଏଥିରେ କିନ୍ନର ଅର୍ଚ୍ଚିତା ବିଷୋୟୀ ଅଭିନୟ କରୁଥିଲେ । ସେ ଗତକାଲି ଖରାବେଳେ ଦଣ୍ଡନାଚରେ ଅଭିନୟ କରି ରାତିରେ ଫାଶୀଗୁଡା ଗାଁରେ ଏକ ଘରେ ବିଶ୍ରାମ ନେଇଥିଲେ । ସକାଳୁ କବାଟ ନ ଖୋଲିବାରୁ ଦଣ୍ଡନାଚ କମିଟିଙ୍କ ସନ୍ଦେହ ହୋଇଥିଲା । କମିଟି ସଦସ୍ୟ ଗ୍ରାମବାସୀଙ୍କୁ ଡାକି କବାଟ ଭାଙ୍ଗିବାରୁ କିନ୍ନର ଅର୍ଚ୍ଚିତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ ।

ଖବର ପାଇ ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପାରିପାର୍ଶ୍ୱିକ ସ୍ଥିତିରୁ ଦଣ୍ଡନାଚୁଆ ଜଣକ ଆତ୍ମହତ୍ୟା କରିଥିବାର ଅନୁମାନ କରାଯାଉଛି ।

You Might Also Like

ଆମିରଙ୍କ ମାଆଙ୍କୁ ଭେଟିଲେ ପ୍ରେମିକା ଗୌରୀ, ସମ୍ପର୍କକୁ ମିଳିଲା ମଞ୍ଜୁରୀ

ବଲିଉଡ ଅଭିନେତା ମୁକୁଲ ଦେବଙ୍କ ୫୪ ବର୍ଷ ବୟସରେ ପରଲୋକ

ଅମରୋଲିରେ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ ମୃତ

ଖରା ଦିନେ ଘିମିରି ସମସ୍ୟାରୁ କିପରି ମୁକ୍ତି ପାଇବେ ଜାଣନ୍ତୁ

ଆଜିଠୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୪ଟି ରାଜ୍ୟ ଗସ୍ତ

TAGGED:#odisha news#UTKALA KHABARGanjamInvesticationKinnersucide caseTransgender died
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?