Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ବହୁ ଆଡ଼ମ୍ବରେ ପାଳନ ହେଲା ଅଷ୍ଟଦଣ୍ଡ ମିଳନ, ମା’ଙ୍କ ଦୁର୍ଲ୍ଲଭ ଦର୍ଶନ ଦେଖି ଆତ୍ମହରା ହେଲେ ଭକ୍ତ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ବହୁ ଆଡ଼ମ୍ବରେ ପାଳନ ହେଲା ଅଷ୍ଟଦଣ୍ଡ ମିଳନ, ମା’ଙ୍କ ଦୁର୍ଲ୍ଲଭ ଦର୍ଶନ ଦେଖି ଆତ୍ମହରା ହେଲେ ଭକ୍ତ

utkala khabar
Last updated: April 12, 2025 3:36 pm
utkala khabar
Published April 12, 2025
Share
SHARE

କନ୍ଧମାଳ ୧୨/୦୪ : ହରି ବୋଲ ହୁଳହୁଳିରେ ଫାଟି ପଡ଼ୁଛି ସାରା ସହର । ଧୁମଧାମରେ ପାଳିତ ହୋଇଛି ମା ରୁଦ୍ର କାଳୀଙ୍କ ଅଷ୍ଟଦଣ୍ଡ ମିଳନ । ବର୍ଷ ବର୍ଷ ଧରି ମା’ଙ୍କ ଦଣ୍ଡ ମିଳନ ଉତ୍ସବ ରାଇକିଆରେ ପାଳିତ ହେଉଛି । ପ୍ରତ୍ୟକ ବର୍ଷ ଦଣ୍ଡ ଆରମ୍ଭ ପରେ ଏହି ଅଷ୍ଟଦଣ୍ଡ ମିଳନ କାର୍ଯ୍ୟକ୍ରମ କରାଯାଇଥାଏ । ଆଠଟି ଦଣ୍ଡର ମିଳନକୁ ଅଷ୍ଟଦଣ୍ଡ ମିଳନ କୁହାଯାଏ । ଚଳିତ ବର୍ଷ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ବହୁ ଆଡ଼ମ୍ବରେ ପାଳନ କରାଯାଇଛି ଅଷ୍ଟଦଣ୍ଡ ମିଳନ ।

କନ୍ଧମାଳ ଜିଲ୍ଲା ରାଇକିଆରେ ଚଳିତ ବର୍ଷ ପଞ୍ଚ ଦଣ୍ଡ କମିଟି ପକ୍ଷରୁ ୨୬ତମ ଦଣ୍ଡ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି  ଅଷ୍ଟଦଣ୍ଡ ମିଳନ ଦେଖିବାକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ଅଷ୍ଟ ଦଣ୍ଡ ମିଳନ ଅବସରରେ ରାଇକିଆ , ମାଲେରିମାହା, ବୁର୍ବିନାଜୁ, ବାଗାରାମା, କରଣ୍ଡାଗଡ଼, ତେଜାମାହା, ସିର୍କାକୁଟି, ଗ୍ରୀନବାଡି ଆଠଟି ଥଳ ସାମିଲ ହୋଇଥିଲେ । ରାଇକିଆ ଦୁର୍ଗା ମଣ୍ଡପ ସମ୍ମୁଖରେ ସମସ୍ତ ଆଠଟି ଦଣ୍ଡ ଥଳକୁ ପୂଜାର୍ଚ୍ଚନା କରି ଗୋଟିଏ ପରେ ଗୋଟିଏ ଦଣ୍ଡକୁ ବରଣ କରାଯାଇଥିଲା । ଦିନ ୧୨ଟାରେ ଧୂଳି ଦଣ୍ଡ ଆରମ୍ଭ ହୋଇଥିଲା । ଅପରାହ୍ନ ୫ଟାରେ ପାଣିଦଣ୍ଡ ହୋଇଥିଲା । ସନ୍ଧ୍ୟା ୬ଟାରେ ଅଷ୍ଟ ଦଣ୍ଡ ମିଳନ କାର୍ଯ୍ୟକ୍ରମ ହୋଇଥିଲା । ସନ୍ଧ୍ୟା ୭ଟାରେ ଭକ୍ତମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ଏବଂ ରାତି ୧୨ଟାରେ ଦଣ୍ଡ ନୃତ୍ୟ ପରିବେଷଣ କରାଯାଇଥିଲା ।

ଅଷ୍ଟ ଦଣ୍ଡ ମିଳନ ବେଳେ ଢୋଲ , ମହୁରୀ , ଝୁଣା ଖେଳ ସାଙ୍ଗକୁ  ପାଟ ଗୁପ୍ତା ମିଳନ ହୋଇଥିଲା । ନାଚ ଅଧିକାରୀ ମିଳନ ସବୁଠାରୁ ଆକର୍ଷଣୀୟ ମିଳନ ହୋଇଥିଲା । ମା’ଙ୍କ ପ୍ରଭାକାଠି ମିଳନ ଦେଖି ଭାବ ବିହ୍ବଳ ହେବା ସହ ନିଜକୁ ଧନ୍ୟ ମନେ କରିଥିଲେ  ଉପସ୍ଥିତ ଥିବା ଶ୍ରଦ୍ଧାଳୁ ।

ବର୍ଷକୁ ଥରଟେ ମା’ଙ୍କ ଦର୍ଶନ ପାଇଁ ଜଗି ରହିଥାନ୍ତି ଭକ୍ତମାନେ । ମା’ଙ୍କର ଦୁର୍ଲ୍ଲଭ ଦର୍ଶନ ପାଇ ଖୁସିରେ ଆତ୍ମହରା  ହୋଇପଡ଼ୁଛନ୍ତି । ଏହି ଯାତ୍ରା ବର୍ଷକୁ ଥରଟେ ଚଇତ୍ର ମାସରେ ପଡ଼େ । ଏହି ଯାତ୍ରାରେ ମା’ଙ୍କୁ କିପରି ଶାନ୍ତି ଶୃଙ୍ଖଳାର ସହ ଦର୍ଶନ କରିପାରିବେ ଏନେଇ ପଞ୍ଚଦଣ୍ଡ କମିଟି ଏବଂ ସ୍ଥାନୀୟ ପ୍ରଶାସନର ବ୍ୟାପକ ସୁରକ୍ଷା କଡାକଡି କରିଛନ୍ତି ।

You Might Also Like

ଖରାଦିନେ ଅଞ୍ଜିର ଜୁସ୍ ପିଇବା ଦ୍ଵାରା ପେଟକୁ ଥଣ୍ଡା କରିଥାଏ

ଆତଙ୍କୀ ଭୟ; ସାରା ରାତି ପୁରୀରେ ଚେକିଂ ଏବଂ ବ୍ଲକିଂ

ରାଜନୀତିରେ ଯୋଗ ଦେବେ ରୋହିତ ଶର୍ମା

ଆତ୍ମବିଶ୍ୱାସ ସହ ଜ୍ଞାନର ଅଦ୍ଭୁତ ସଂଯୋଗ ଥିଲେ ଡ. ମହତାବ

ସାଉଦି ଆରବ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି, ନିମନ୍ତ୍ରଣ କରିଛନ୍ତି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ

TAGGED:#odisha#UTKALA KHABARDanda jatrakandhamalRaikiya
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?