Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଯଦି ଜଣେ ମହାକାଶଚାରୀ ଅନ୍ତରୀକ୍ଷରେ ମୃତ୍ୟୁବରଣ କରନ୍ତି ତେବେ ତାଙ୍କ ମୃତଦେହ କ’ଣ କରାଯାଏ?
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ବିଶେଷ

ଯଦି ଜଣେ ମହାକାଶଚାରୀ ଅନ୍ତରୀକ୍ଷରେ ମୃତ୍ୟୁବରଣ କରନ୍ତି ତେବେ ତାଙ୍କ ମୃତଦେହ କ’ଣ କରାଯାଏ?

utkala khabar
Last updated: April 12, 2025 3:50 pm
utkala khabar
Published April 12, 2025
Share
SHARE

ଆମେ ସମସ୍ତେ ଜାଣିଛେ ମହାକାଶ ଜଗତ ବିଭିନ୍ନ ରହସ୍ୟରେ ପରିପୂର୍ଣ୍ଣ ହୋଇଥାଏ । ତେଣୁ ଏହା ବିଷୟରେ ଜାଣିବା ପାଇଁ ସମସ୍ତଙ୍କ ମନରେ ବେଶ ଉତ୍କଣ୍ଠା ଦେଖାଯାଇଥାଏ । ସୁନୀତା ଓ୍ୱିଲିୟମ୍ସ ପୃଥିବୀକୁ ଫେରିବା ପରଠାରୁ ସମସ୍ତଙ୍କ ମନରେ ସମାନ ପ୍ରଶ୍ନ । ସେଠି କେମିତି ଦିନ ରାତି କଟେ । ସେଠାରେ ମହାକାଶଚାରୀମାନେ କ’ଣ ଖାଆନ୍ତି କେମିତି ରୁହନ୍ତି । ଯଦି ମହାକାଶରେ ସେମାନଙ୍କର କିଛି କ୍ଷତି ହୁଏ ତେବେ କ’ଣ ହୁଏ । ସେଠାକାର ପରିସ୍ଥିତି କିଭଳି ରହିଥାଏ? ଏଭଳି ଅନେକ କିଛି…

କାରଣ ଏବେ ପ୍ରାୟ ୯ ମାସ ଧରି ମହାକାଶରେ ରହିବା ପରେ ପୃଥିବୀପୃଷ୍ଠକୁ ଫେରିଛନ୍ତି ନାସା ସାଇଣ୍ଟିଷ୍ଟ ସୁନୀତା ଓ୍ୱିଲିୟମ୍ସ । ମାତ୍ର ୮ ଦିନ ପାଇଁ ମହାକାଶକୁ ଯାଇ ଦୀର୍ଘ ୯ ମାସ ପର୍ଯ୍ୟନ୍ତ ଅନ୍ତରୀକ୍ଷରେ ଫଶିରହିଥିଲେ ସୁନୀତା । କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେ ନିର୍ଦ୍ଧାରିତ ସମୟରେ ପୃଥିବୀକୁ ଫେରି ପାରିନଥିଲେ । ମଣିଷର ମହାକାଶ ଯାତ୍ରା ଅତ୍ୟନ୍ତ କଷ୍ଟସାଧ୍ୟ ଓ ବିପଦପୂର୍ଣ୍ଣ ହୋଇଥାଏ । ଅନ୍ତରୀକ୍ଷରେ ମହାକାଶଚାରୀଙ୍କ ସମ୍ମୁଖରେ ଥାଏ ଅନେକ ଚ୍ୟାଲେଞ୍ଜ୍ । ପ୍ରାୟ ୬୦ ବର୍ଷ ତଳୁ ଆରମ୍ଭ ହୋଇଛି ମଣିଷର ମହାକାଶ ଯାତ୍ରା ।

ମାନବ ମହାକାଶ ଅନୁସନ୍ଧାନ ଆରମ୍ଭ ହେବାଠାରୁ ଏପର୍ଯ୍ୟନ୍ତ ପ୍ରାୟ ୨୦ ଜଣ ମହାକାଶଚାରୀଙ୍କର ମୃତ୍ୟୁ ହେଲାଣି । ଏଭଳି ପରିସ୍ଥିତିରେ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ । ଯଦି ଜଣେ ମହାକାଶଚାରୀ ଅନ୍ତରୀକ୍ଷରେ ମୃତ୍ୟୁବରଣ କରନ୍ତି ତେବେ ତାଙ୍କ ମୃତଦେହକୁ କେମତି ତଳକୁ ଅଣାଯାଇଥାଏ ? ସେଠାରେ ତାଙ୍କ ମୃତଦେହ ସହ କ’ଣ କରାଯାଏ? ତେବେ ଆଜି ଆମେ ଆପଣଙ୍କୁ ଏହା ବିଷୟରେ ବିସ୍ତୃତ ଭାବରେ ଜଣାଇବୁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯଦି ଅନ୍ତରୀକ୍ଷରେ କୌଣସି ମହାକାଶଚାରୀ ମୃତ୍ୟୁବରଣ କରନ୍ତି ତେବେ ତାଙ୍କୁ ସେହିଠାରେ ହିଁ ଛାଡ଼ି ଦିଆଯାଏ ।

ତାଙ୍କ ମୃତଦେହକୁ ମହାକାଶଚାରୀଙ୍କ ଏୟାରଲକ୍‌ ସୁଟ୍‌ ପିନ୍ଧାଇ ଶୂନ୍ୟରେ ଛାଡ଼ିଦିଆଯାଏ । ମହାକାଶରେ ଅତ୍ୟଧିକ ଥଣ୍ଡା କାରଣରୁ ତାଙ୍କ ଶରୀର ବର୍ଷ ବର୍ଷ ଧରି ସେମିତି ସତେଜ ରହିଥାଏ । ମୃତଦେହ ନଷ୍ଟ ହୁଏ ନାହିଁ କିମ୍ବା ସେଥିରୁ ଦୁର୍ଗନ୍ଧ ବାହାରେ ନାହିଁ । ବର୍ଷ ବର୍ଷ ଧରି ସେହି ଅନ୍ଧକାରମୟ ଶୂନ୍ୟରେ ମୃତଦେହ ଗୁଡ଼ିକ ଭାସି ବୁଲୁଥାଏ । ତେବେ ଆପଣ ନିଶ୍ଚୟ ଭାବୁଥିବେ ମହାକାଶଚାରୀଙ୍କ ମୃତଦେହକୁ ପୃଥିବୀକୁ ଅଣାଯାଏ ନାହିଁ କାହିଁକି? ଏହା ପଛର କାରଣ କଣ? ଆପଣଙ୍କ ସୂଚନା ପାଇଁ କହିରଖୁଛୁ ସ୍ପେସ୍‌ କ୍ରାପ୍ଟରେ ମୃତଦେହ ରଖିବା ପାଇଁ କୌଣସି ଖାଲି ସ୍ଥାନ ନଥାଏ ।

ଏହା ବ୍ୟତୀତ, ସ୍ପେସ୍‌ କ୍ରାପ୍ଟରେ ଅଧିକ ଦିନ ମୃତଦେହ ରହିଲେ ତାହା ନଷ୍ଟ ହେବା ଆରମ୍ଭ ହୁଏ । ଦୁର୍ଗନ୍ଧ ବହାରିବାର ମଧ୍ୟ ସମ୍ଭାବନା ରହିଥାଏ । ଅନ୍ୟପଟେ ସ୍ପେସ ମିଶନ କମ୍ପ୍ଲିଟ ହେଲେ ହିଁ ସ୍ପେସ୍‌ କ୍ରାଫ୍ଟ ପୃଥିବୀକୁ ଫେରିଥାଏ । ଏଭଳି ପରିସ୍ଥିତିରେ କୌଣସି ମହାକାଶଚାରୀଙ୍କ ମୃତ୍ୟୁ କାରଣରୁ ପୃଥିବୀକୁ ତୁରନ୍ତ ଫେରି ଆସିବା ଅସମ୍ଭବ ହୋଇଥାଏ । ଆଉ ଏହି ସମୟରେ କାହାର ମୃତଦେହ ସଂରକ୍ଷଣ ଅପେକ୍ଷା ଜୀବିତ ମହାକାଶଚାରୀଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ଅଧିକ ପ୍ରାଥମିକତା ଦେଇଥାଏ ନାସା ।

You Might Also Like

ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା

କାହିଁକି ବୁଡ଼ିଥିଲା ଟାଇଟନିକ୍‌ ଜାହଜ , ଆସନ୍ତୁ ଜାଣିବା ଏହା ବିଷୟରେ…

ବିଶ୍ଵ ସୁନ୍ଦରୀ-୨୦୨୫ର ମୁକୁଟ ପିନ୍ଧିଲେ ଓପଲ ସୁଚାତା

୫ ଦଫା ଦାବି ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଜାଣିଛନ୍ତି ଅଯୋଧ୍ୟା ରାମ ମନ୍ଦିରର ପୂଜକମାନେ କେତେ ଦରମା ନିଅନ୍ତି ? ଫେଲ୍ ମାରିବ ସରକାରୀ ଚାକିରି…

TAGGED:#space#special news#special storyAstronautsDead bodyfacts
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?