Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଖୁବ୍‌ଶୀଘ୍ର ଲାଗୁ ହେବ ନୂଆ ଶୁଳ୍କ, କିଛି ମସୟ ପାଇଁ ଆଶ୍ୱସ୍ତି ଦେଇଛନ୍ତି ଟ୍ରମ୍ପ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ବାଣିଜ୍ୟ

ଖୁବ୍‌ଶୀଘ୍ର ଲାଗୁ ହେବ ନୂଆ ଶୁଳ୍କ, କିଛି ମସୟ ପାଇଁ ଆଶ୍ୱସ୍ତି ଦେଇଛନ୍ତି ଟ୍ରମ୍ପ

utkala khabar
Last updated: April 14, 2025 12:16 pm
utkala khabar
Published April 14, 2025
Share
SHARE

ଆମେରିକା ୧୪/୦୪ : ଆମେରିକାରେ ଟ୍ରମ୍ପ ଆସିବା ପରେ ଘଡ଼ିକେ ଘୋଡ଼ା ଛୁଟୁଛି। କେତେବେଳେ ଶୁଳ୍କ ଲାଗୁ କରୁଛନ୍ତି ତ ଆଉ କେତେବେଳେ ଶୁଳ୍କ ଛାଡ଼। ଶୁ୍କ୍ରବାର ବିଳମ୍ବିତ ରାତିରେ ଟ୍ରମ୍ପ ସ୍ମାର୍ଟଫୋନ୍, ଲ୍ୟାପଟପ, ଆଇପ୍ୟାଡ୍ ଓ ସେମିକଣ୍ଡକ୍ଟର ଭଳି ଇଲେକ୍ଟ୍ରିକ ସାମଗ୍ରୀ ଉପରେ ପାଲଟା ଶୁଳ୍କ ଲାଗିବ ନାହିଁ ବୋଲି ଘୋଷଣା କରିଥିଲେ। ହେଲେ ଏବେ ପୁଣି ଏହିସବୁ ସାମଗ୍ରୀ ଉପରେ ଶୁଳ୍କ ଲାଗୁ କରାଯିବ ବୋଲି ଟ୍ରମ୍ପ ସରକାର ସୂଚନା ଦେଇଛନ୍ତି।

ଏନେଇ ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ୍ ରବିବାର ଏବିସି ନ୍ୟୁଜ୍‌କୁ ପ୍ରତିକ୍ରିୟା ଦେଇ ଏସମ୍ପର୍କରେ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ସ୍ମାର୍ଟଫୋନ୍, କମ୍ପ୍ୟୁଟର ଏବଂ ଅନ୍ୟ କିଛି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପାଇଁ ଅଲଗା ଭାବରେ ଶୁଳ୍କ ଲଗାଯିବ। ଏବଂ ସେମିକଣ୍ଡକ୍ଟରଗୁଡ଼ିକ ପାଇଁ ମଧ୍ୟ ଅଲଗା ଭାବେ ଶୁଳ୍କ ଲାଗୁ କରାଯିବ। ଏବଂ ଏହା ଗୋଟିଏ ମାସ ମଧ୍ୟରେ ଲାଗୁ ହେବ ବୋଲି ସେ କହିଛନ୍ତି।

ତେବେ ଶୁକ୍ରବାର ବିଳମ୍ବିତ ରାତିରେ ଟ୍ରମ୍ପ ସରକାର ଶୁଳ୍କ ମୁକ୍ତ କରିବା ଘୋଷଣା ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ଲୁଟନିକ। ସେ କହିଛନ୍ତି ଯେ ଏପ୍ରିଲ୍ ୨ ତାରିଖରେ ଘୋଷଣା କରାଯାଇଥିବା ବିଭିନ୍ନ ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକୁ ଶୁଳ୍କରୁ ମୁକ୍ତ କରିବା ପାଇଁ ପ୍ରଶାସନର ନିଷ୍ପତ୍ତି କେବଳ ଏକ ଅସ୍ଥାୟୀ ଆଶ୍ୱସ୍ତି ଥିଲା। ତେବେ ଛାଡ଼ ହୋଇଥିବା ସାମଗ୍ରୀଗୁଡ଼ିକ “ସେମିକଣ୍ଡକ୍ଟର ଶୁଳ୍କ” ଅଧୀନରେ ରହିବେ,ଆଉ ଏହି ସେମିକଣ୍ଡକ୍ଟର ଟ୍ୟାକ୍ସ ସମ୍ଭବତଃ ଗୋଟିଏ କିମ୍ବା ଦୁଇ ମାସ ମଧ୍ୟରେ ଆସିପାରେ ବୋଲି ଲୁଟନିକ କହିଛନ୍ତି।

ଲୁଟନିକ କହିଛନ୍ତି ଯେ ଆମକୁ ଚିପ୍ସ ଏବଂ ଫ୍ଲାଟ ପ୍ୟାନେଲ ଦରକାର। ଆମକୁ ଏହି ଜିନିଷଗୁଡ଼ିକ ଆମେରିକାରେ ତିଆରି କରିବାକୁ ପଡିବ। ଆମ ପାଇଁ କାମ କରୁଥିବା ସମସ୍ତ ଜିନିଷ ପାଇଁ ଆମେ ଦକ୍ଷିଣପୂର୍ବ ଏସିଆ, ବିଶେଷକରି ଚୀନ ଉପରେ ନିର୍ଭର କରିପାରିବୁ ନାହିଁ। କେବଳ ସେତିକି ନୁହେଁ, ଫାର୍ମସୁଟିକଲ ଉପରେ ମଧ୍ୟ ଶୁଳ୍କ ଲାଗୁ ହେବ ବୋଲି ଲୁଟନିକ କହିଛନ୍ତି।

 

You Might Also Like

ଭାରତ-ପାକିସ୍ତାନ ବିବାଦ ପରେ ୯୦୦ ପଏଣ୍ଟ୍‌ ଖସିଲା ସେନ୍‌ସେକ୍ସ

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଜାଣନ୍ତୁ କେତେ ରହିଛି ?

ଦମଦାର ଲୁକ ସହ ଲଞ୍ଚ ହେଲା Lamborghini କାର

ଏପ୍ରିଲରେ ୨.୩୭ ଲକ୍ଷ କୋଟିର ଜିଏସଟି ସଂଗ୍ରହ

ଆପଣ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ବ୍ୟବହାର କରୁଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ଖବର…

TAGGED:#donald TrumpAmerica presidentBusiness newsTarrifsTrade war
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?