Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆପଣ ମ୍ୟାଙ୍ଗୋସେକ୍ ପିଉଛନ୍ତି କି? ତେବେ ହୋଇଯାଆନ୍ତୁ ସଚେତନ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ଆପଣ ମ୍ୟାଙ୍ଗୋସେକ୍ ପିଉଛନ୍ତି କି? ତେବେ ହୋଇଯାଆନ୍ତୁ ସଚେତନ

utkala khabar
Last updated: April 14, 2025 12:45 pm
utkala khabar
Published April 14, 2025
Share
SHARE

ଗ୍ରୀଷ୍ମଋତୁ ଆସିବା ମାତ୍ରେ ସବୁ ଫଳ ଅପେକ୍ଷା ବେଶୀ ମାତ୍ରାରେ ଆମ୍ବ ବିକ୍ରି ହେବା ଆରମ୍ଭ ହୋଇଯାଇଥାଏ । ଆମ୍ବକୁ ଫଳର ରାଜା ବୋଲି କୁହାଯାଇଥାଏ । ଖରାଦିନେ ଆମ୍ବ କିଣି ଖାଇବାର ମଜା ଲୁଟିଥାନ୍ତି ଲୋକେ । ଆମ୍ବକୁ ବର୍ତ୍ତମାନ ଶେକ୍ କରି ମାର୍କେଟରେ ବିକ୍ରି କରାଯାଉଛି । ଯାହା ଖରାଦିନେ ଶରୀରକୁ ଥଣ୍ଡା ରଖିବା ସହିତ ହାଇଡ୍ରେଟ ରଖିବାରେ ସାହାଯ୍ୟ କରିଥାଏ । ଏହାର ସ୍ଵାଦ  ଏତେ ଭଲ ଥାଏ ଯେ ଆମ୍ବସେକ୍ ପିଇବାକୁ ଜୁସ ଦୋକାନରେ ଧାଡି ଲାଗିଥାଏ । ସ୍ବାଦ ପାଇଁ ତ ଆମେ ଖାଇଦେଇଥାଉ କିନ୍ତୁ ଜାଣନ୍ତି କି କିଛି ଲୋକଙ୍କ ପାଇଁ କ୍ଷତିକାରକ ହୋଇଥାଏ । ଆସନ୍ତୁ ଜାଣିବା କେଉଁମାନଙ୍କ ପାଇଁ ଆମ୍ବସେକ୍ କ୍ଷତିକାରକ ହୋଇଥାଏ ।

ଡାଇବେଟିସ ରୋଗୀ : ମ୍ୟାଙ୍ଗୋରେ ପୂର୍ବରୁ ମିଠା ଅଂଶ ରହିଥାଏ । ପୁଣି ମ୍ୟାଙ୍ଗୋସେକରେ ବ୍ୟବହୃତ ହେଉଥିବା ଅତ୍ୟଧିକ ଚିନିର ମାତ୍ରା ଡାଇବେଟିସ ରୋଗୀଙ୍କ ପାଇଁ ହାନିକାରକ ହୋଇଥାଏ । ଡାଖବେଟିସ ରୋଗୀ ମ୍ୟାଙ୍ଗୋସେକ ପିଇବା ଉଚିତ୍ ନୁହେଁ । ଯାହା ଡାକ୍ତରମାନେ ନପିଇବାକୁ ପରାମର୍ଶ ଦେଇଥାନ୍ତି ।

ଆଲର୍ଜିରେ ପୀଡିତ : ମ୍ୟାଙ୍ଗୋସେକରେ କ୍ଷୀର ଏବଂ କ୍ରିମ୍ ଅଂଶ ଥିବାରୁ ଆଲର୍ଜିକୁ ବଢାଇଦେଇଥାଏ । ଦେହ ପୋଡା ହେବା, କୁଣ୍ଡାଇ ହେବା, ଫୁଲିବା ଏବଂ ନିଶ୍ବାସ ନେବା ଭଳି ସମସ୍ୟା ଦେଖାଦେଇଥାଏ ।

ମୋଟା ଲୋକ : ଚିନି, କ୍ରିମ୍ ଏବଂ ଆଇସକ୍ରିମ୍ କ୍ୟାଲୋରୀର ମାତ୍ରା ଅଧିକ ଥାଏ । ତେଣୁ ମୋଟାପଣକୁ ଦ୍ବିଗୁଣିତ କରିଥାଏ । ମୋଟା ଥିବା ଲୋକମାନେ ଏହି ଭଳି ଖାଦ୍ୟ ଉପରେ  ନିୟନ୍ତ୍ରଣ ରଖିବା ଉଚିତ୍ ।

ପାଚନରେ ସମସ୍ୟା : ମ୍ୟାଙ୍ଗୋସେକରେ ଫାଇବରର ମାତ୍ରା ଥିବାରୁ ପାଚନ କ୍ରିୟାରେ ସମସ୍ୟା ସୃଷ୍ଟି କରିଥାଏ । ପେଟ ସମସ୍ୟାକୁ ବଢାଇଦେଇଥାଏ । ଯାହାଦ୍ବାରା ଓଜନ ବଢାଇବା ସହ ଝାଡା, ବାନ୍ତି ହୋଇଥାଏ ।

କିଡନୀ ରୋଗୀ : ମ୍ୟାଙ୍ଗୋସେକରେ ପୋଟାସିୟମର ମାତ୍ରା ଥିବାରୁ କିଡନୀ ରୋଗୀଙ୍କ ପାଇଁ ବିପଦଜନକ ହୋଇଥାଏ ।  କିଡନୀ ରୋଗୀଙ୍କ ମାଂସପେଶୀକୁ ଦୁର୍ବଳ କରିବା ସହିତ ହାର୍ଟ ପମ୍ପିଙ୍ଗରେ ବାଧା ଦେବା ଭଳି ଲକ୍ଷଣ ଦେଖାଦେଇଥାଏ ।

ଦାନ୍ତରେ ସମସ୍ୟା : ଆମ୍ବରେ ଅତ୍ୟଧିକ ଚିନିର ମାତ୍ରା ଥିବାରୁ ବ୍ୟାକ୍ଟେରିଆ ଚିନିକୁ ଖାଇଥାନ୍ତି । ଯାହାଫଳରେ ଦାନ୍ତକୁ ଦୁର୍ବଳ କରିଦେଇଥାଏ । ଦାନ୍ତରେ ଅନେକ ସମସ୍ୟା ଦେଖାଦେଇଥାଏ ।

କାଶ ଜନିତ ସମସ୍ୟା :  ମ୍ୟାଙ୍ଗୋସେକରେ ବରଫ, ଥଣ୍ଡା ପାଣିର ବ୍ୟବହାର ଯୋଗୁଁ କାଶ, ଥଣ୍ଡା ଏବଂ ଗଳା ଯନ୍ତ୍ରଣାକୁ ବଢାଇଥାଏ ।

ଯଦି ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେଇଥାଏ ମ୍ୟାଙ୍ଗୋସେକ ପିଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।

You Might Also Like

ଆଉ ନାହାନ୍ତି ପୋପ୍ ଫ୍ରାନ୍ସିସ, ୮୮ ବର୍ଷ ବୟସରେ ପରଲୋକ

ୟୁଟ୍ୟୁବର ପ୍ରିୟଙ୍କାଙ୍କ ସହ ଜ୍ୟୋତିଙ୍କ ଲିଙ୍କ୍ ନେଇ ତନାଘନା କରୁଛି ପୁରୀ ପୁଲିସ

ମାନସିକ ରୋଗର ଜାଣନ୍ତୁ ସଠିକ୍ ଲକ୍ଷଣ କ’ଣ ?

ଆହୁରି ୩ ଦିନ ଗୁଳୁଗୁଳି, ତାପମାତ୍ରା ୪୦ ଡିଗ୍ରୀ ଉପରେ

ମହିଳାଙ୍କ ପାଦରୁ ମୁଦି ହଜିବା ଶୁଭ ନା ଅଶୁଭ? ଜାଣନ୍ତୁ

TAGGED:#UTKALA KHABARAvoid drinkDaily lifestyle newsLife styleMangoshake
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?