Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଜାଣିଛନ୍ତି ଆଜି କାହିଁକି ପାଳନ ହୁଏ ଓଡ଼ିଆ ନବବର୍ଷ, କଣ ରହିଛି ଏହାର ମୁଖ୍ୟ ବିଶେଷତ୍ୱ ?
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ବିଶେଷ

ଜାଣିଛନ୍ତି ଆଜି କାହିଁକି ପାଳନ ହୁଏ ଓଡ଼ିଆ ନବବର୍ଷ, କଣ ରହିଛି ଏହାର ମୁଖ୍ୟ ବିଶେଷତ୍ୱ ?

utkala khabar
Last updated: April 14, 2025 1:33 pm
utkala khabar
Published April 14, 2025
Share
SHARE

ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି । ଆଜିର ଦିନକୁ ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ ମଧ୍ୟ କୁହାଯାଏ । ଓଡ଼ିଆ ପରମ୍ପରା ଅନୁସାରେ ପଣା ସଂକ୍ରାନ୍ତିଠାରୁ ଆରମ୍ଭ ହୋଇଛି ନୂଆବର୍ଷ । ଏହି ଦିନକୁ ସମସ୍ତେ ପାଳନ କରିବାକୁ ବେଶ୍ ଉତ୍ସାହିତ ଅଛନ୍ତି । କାରଣ ଏହି ଦିନରେ ପବନପୁର୍ତ ହନୁମାନଙ୍କ ଜୟନ୍ତୀ । ଏଥିପାଇଁ ରାଜଧାନୀର ବିଭିନ୍ନ ହନୁମାନ ମନ୍ଦିରକୁ ଆକର୍ଷଣୀୟ ଭାବେ ସଜାଯାଇଛି ।

ଜୟ ହନୁମାନ ଜ୍ଞାନ ଗୁନ ସାଗର ଶ୍କୋକରେ ଗୁଞ୍ଜରିତ ହେଉଛି ମନ୍ଦିର । ହନୁମାନ ଜୟନ୍ତୀ ପାଇଁ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । କେତେକ ସ୍ଥାନରେ ଭକ୍ତଙ୍କୁ ପଣା ଓ ଭୋଗ ବଣ୍ଟନ କରାଯିବାର ବ୍ୟବସ୍ଥା କରାଯାଇଛି । ସେହିପରି ଘରେ ଘରେ ମଧ୍ୟ ପଣା ସଂକ୍ରାନ୍ତି ପାଳନ କରାଯାଉଛି । ବୃନ୍ଦାବତୀଙ୍କ ଉପରେ କଳସ ବସାଇ ସେଥିରେ ପଣା ଭୋଗ ଲଗାଯାଏ ।

ଓଡିଆ ପରମ୍ପରା ଅନୁସାରେ ଏହି ଦିନର ଏକ ବିଶେଷତ୍ୱ ରହିଛି । ଭଗବାନ୍ ରାମଚନ୍ଦ୍ରଙ୍କ ପରମ ଭକ୍ତ ଭଗବାନ୍ ହନୁମାନଙ୍କ ଜନ୍ମଦିନ ବୋଲି ଓଡିଶାବାସୀ ବିଶ୍ୱାସ କରନ୍ତି । ତେଣୁ ହନୁମାନ ମନ୍ଦିରରେ ମହାସମାବେଶର ଆୟୋଜନ ହୁଏ । ଦିନସାରା ମନ୍ଦିରରେ ହୋମ-ଯଜ୍ଞ ଏବଂ ଭଜନ କୀର୍ତ୍ତନ ଆଦି ଚାଲିଥାଏ । ନୂତନ ବର୍ଷରେ ଅନେକ ଭକ୍ତ ହନୁମାନ ମନ୍ଦିର, ଶିବ ଏବଂ ସୂର୍ଯ୍ୟ ଦେବତା ମନ୍ଦିର ଯାଆନ୍ତି ।

ଏହା ସହ କେତେକ ସ୍ଥାନରେ ବୁଡ ପକାଇବାର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି । ପବିତ୍ର ନଦୀ ଗୁଡିକରେ ବଡି ଭୋରରୁ ଶ୍ରଦ୍ଧାଳୁମାନେ ସ୍ନାନ କରି ମନୋସ୍କାମନା ପୂରଣ ନିମନ୍ତେ ପ୍ରାର୍ଥନା କରନ୍ତି । ପାରମ୍ପାରିକ ନୃତ୍ୟ , ଝାମୁ ଯାତ୍ରା ଓ ପାଟୁଆ ଯାତ୍ରାରେ ଗାଁ ଦାଣ୍ଡ ଦୁଲୁକି ଉଠେ । ଏହି ଦିନ ଘରେ ଓ ମନ୍ଦିରରେ ଦେବାଦେବୀଙ୍କ ନିକଟରେ ପଣା ଭୋଗ ଲାଗେ । ଏହା ସହ ମନ୍ଦିର ବାହାରେ ବିଭିନ୍ନ ସ୍ଥାନରେ ପଣା ବଣ୍ଟାଯାଏ ।

ତେବେ ଜାଣିଛନ୍ତି କାହିଁକି ଆଜି ପାଳନ ହୁଏ ଓଡ଼ିଆ ନବବର୍ଷ । କାହିଁକିନା ବୈଶାଖ ସଂକ୍ରାନ୍ତି (ସୂର୍ଯ୍ୟଙ୍କର ମେଷ ରାଶିକୁ ସଂକ୍ରମଣ ଦିନ) ବା ପଣା ସଂକ୍ରାନ୍ତିଠାରୁ ସୌରମାନ ବର୍ଷର ପ୍ରଥମ ଗଣନା ଆରମ୍ଭ ହୁଏ । ଏହା ସୌର ବୈଶାଖର ପ୍ରଥମ ଦିବସ । ଏହି ଦିନଠାରୁ ନୂତନ ଶକାବ୍ଦ ଗଣନାର ଆରମ୍ଭ ହୁଏ । ଓଡ଼ିଆ ନବବର୍ଷର ଆରମ୍ଭ ପ୍ରଣାଳୀ ବିଜ୍ଞାନ ସମ୍ମତ ଓ ଯୁକ୍ତିଯୁକ୍ତ ଏହାର ଗଣନା ନିରୟଣ ସୂର୍ଯ୍ୟ ମେଷରାଶିରେ ପ୍ରବେଶ କରିବାଠାରୁ ହୋଇଥାଏ ।

ତେବେ ପୃଥିବୀର ପାଞ୍ଚପ୍ରକାର ଗତି ଅଛି ସେଥି ମଧ୍ୟରୁ ୩ଟି ପ୍ରତ୍ୟକ୍ଷ ଓ ୨ଟି ପରୋକ୍ଷ । ୩ଟି ପ୍ରତ୍ୟକ୍ଷ ଗତି ମଧ୍ୟରୁ ଦୋଳନ ଗତି ଅନ୍ୟତମ । ଏହି ଦୋଳନଗତି ଥରେ ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୨୬ହଜାର ବର୍ଷ ଲାଗିଥାଏ । ଏହି ଗତି ବର୍ତ୍ତମାନ ପଶ୍ଚାତକ୍ରମରେ ମୀନ ଆଡ଼କୁ ୨୪ଡିଗ୍ରୀ ଘୁଞ୍ଚି ଆସିଲାଣି । ଏହି କ୍ରମରେ ଏହା ୩୬୦ଡିଗ୍ରୀ ପର୍ଯ୍ୟନ୍ତ ଗତି କରିବ । ମାତ୍ର ଓଡ଼ିଶାର ମହାନ ବିତତ୍ତ୍ୱବିତ୍ ପଠାଣି ସାମନ୍ତଙ୍କ ମତ ଅନୁଯାୟୀ ଏହି ଗତି ଆଗକୁ ୨୭ଡିଗ୍ରୀ ଓ ପଛକୁ ୨୭ଡିଗ୍ରୀ ଗତି କରିବ । ଏହିପରି ଏହା କେବଳ ୫୪ଡିଗ୍ରୀ ଭିତରେ ହିଁ ଗତି କରିପାରିବ । ଏହି ଗତି ଫଳରେ ଗ୍ରହ ନକ୍ଷତ୍ରଙ୍କ ଦ୍ରାଘିମାରେ ପରିବର୍ତ୍ତନ ଆସେ । ଏହାକୁ ନିରୟଣ ପଦ୍ଧତି କୁହାଯାଏ । ଭାରତୀୟ ଜ୍ୟୋତିର୍ବିଦମାନେ ନିରୟଣ ମତବାଦର ସପକ୍ଷରେ । ଏହି ମତ ଅନୁଯାୟୀ ସ୍ପଷ୍ଟ ସୂର୍ଯ୍ୟ ମେଷ ବିନ୍ଦୁରେ ପ୍ରତ୍ୟେକ ବର୍ଷ ପ୍ରାୟ ଅପ୍ରେଲ ୧୪/୧୫ ତାରିଖରେ ପ୍ରବେଶ କରନ୍ତି । ଏହିଠାରୁ ହିଁ ଓଡ଼ିଆ ନବବର୍ଷର ଆରମ୍ଭ ହୋଇଥାଏ । ଓଡ଼ିଆ ପଞ୍ଜିକାରେ ଏହି ଦିବସକୁ ମହାବିଷୁବ ସଂକ୍ରାନ୍ତି ଭାବେ ଉଲ୍ଲେଖ କରାଯାଇଥାଏ । ଆଜିଠୁ ପ୍ରଚଳନ ହୋଇଥାଏ ନୂଆ ପାଞ୍ଜି ।

ଓଡ଼ିଆ ପାଞ୍ଜିର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତିକୁ ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗଣନା କରାଯାଏ । ଏହି ଦିନଟିକୁ ଓଡ଼ିଆ ନୂଆବର୍ଷ ଭାବେ ପାଳନ କରାଯାଏ। ଏହି ଦିନରେ ବର୍ଷର ଆରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବାଦେବୀଙ୍କ ଠାରେ ସ୍ୱତନ୍ତ୍ର ଭାବରେ ପୂଜା ଅର୍ଚ୍ଚନା, ଭୋଗ, ହୋମ ଆଦି କରାଯାଏ । ଏହି ଦିନ ଠାରୁ ବସନ୍ତ ଋତୁର ଶେଷ ହୋଇ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଥାଏ । ପାର୍ବଣ ଥିବାରୁ ଏହି ଦିନଟି ସମସ୍ତଙ୍କ ପାଇଁ ବହୁତ ସ୍ୱତନ୍ତ୍ର ହୋଇଥାଏ ।

You Might Also Like

କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ଉପରେ କାହିଁକି ଭୁକେ କୁକୁର?

ହର୍ଷିତା ଗୋୟଲଙ୍କ ସଂଘର୍ଷର କାହାଣୀ କିପରି ପ୍ରସ୍ତୁତି କରୁଥିଲେ ସିଭିଲ୍ ସର୍ଭିସେସ୍ ପରୀକ୍ଷା

ବିବାହ ପରେ ବି ଲୋକେ କାହିଁକି ରଖନ୍ତି ଅତିରିକ୍ତ ବୈବାହିକ ସମ୍ପର୍କ

ଅକ୍ଷୟ ତୃତୀୟାରେ କାହିଁକି ବୃଦ୍ଧି ପାଏ ସୁନାର ମୂଲ୍ୟ ? ଜାଣନ୍ତୁ

ଉମରକୋଟ “ଛାତ୍ରଛାତ୍ରୀ ଅନ୍ୱେଷା ହଷ୍ଟେଲର” ପ୍ରଥମ ବାର୍ଷିକ ଉତ୍ସବରେ ଯୋଗଦେଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

TAGGED:#special news#special storyMahabisuba SankrantiOdia new yearUtkalakhabar
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?