Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: କାହିଁକି ବୁଡ଼ିଥିଲା ଟାଇଟନିକ୍‌ ଜାହଜ , ଆସନ୍ତୁ ଜାଣିବା ଏହା ବିଷୟରେ…
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ବିଶେଷ

କାହିଁକି ବୁଡ଼ିଥିଲା ଟାଇଟନିକ୍‌ ଜାହଜ , ଆସନ୍ତୁ ଜାଣିବା ଏହା ବିଷୟରେ…

utkala khabar
Last updated: April 16, 2025 12:05 pm
utkala khabar
Published April 16, 2025
Share
SHARE

ଏପ୍ରିଲ୍‌ ୧୪…ସେଦିନ ଏମିତି ଏକ ଘଟଣା ଘଟିଥିଲା ଯାହା ଆଜି ବି ମନେ ପଡ଼ିଲେ ଲୋମ ଟାଙ୍କୁରି ଉଠେ । ଛାତି ଧଡ଼ଧଡ଼ ହୁଏ । ସେଦିନ ଅଧ ରାତିରେ ପ୍ରଶାନ୍ତ ମହାସାଗରର ମଚମଚ ପାଣିରେ ବୁଡ଼ିଯାଇଥିଲା ବିଶ୍ଵର ସବୁଠୁ ବଡ଼ ଜାହଜ ଟାଇଟନିକ୍‌ ।କେହି କେହି ପାଗକୁ ଦୋଷ ଦିଅନ୍ତି ତ ଆଉ କେହି କେହି କ୍ୟାପଟେନ୍‌ଙ୍କ ଭୁଲ୍‌କୁ ଦାୟୀ କରନ୍ତି ।

ମଝି ସମୁଦ୍ରରେ ଘଟିଥିଲା ଅଘଟଣ,ଅନ୍ଧାର ରାତିରେ ଚାଲିଯାଇଥିଲା ୧୫ ଶହ ଲୋକଙ୍କ ଜୀବନ

ସମୁଦ୍ର ମଝି…ଘନ ଅନ୍ଧାର । ରାତିରେ ଶୋଇଥିବା ବେଳେ ସବୁଦିନ ପାଇଁ ଶୋଇ ପଡ଼ିଥିଲେ ୧୫ ଶହରୁ ଅଧିକ ଲୋକ । ତେବେ ଜାଣନ୍ତୁ କେମିତି ଘଟିଥିଲା ଏହି ଭୟଙ୍କର ଦୁର୍ଘଟଣା ?

୧୦ ଏପ୍ରିଲ ୧୯୧୨ ମସିହା । ଇଂଲଣ୍ଡର ସାଉଥହାଂପଟନରୁ ନ୍ୟୁୟର୍କ ଅଭିମୁଖେ ଯାତ୍ରା ଆରମ୍ଭ କରେ ଟାଇଟନିକ୍‌ ।ଯେକୌଣସି ପ୍ରତିକୂଳ ପରିସ୍ଥିତିରେ ବି ଜାହାଜ ବୁଡିବ ନାହିଁ, ସେଇ ଢାଞ୍ଚାରେ ତିଆରି ହୋଇଥିଲା ଏହି ଲଗ୍‌ଜୁରୀ ଜାହଜ । ଜାହଜରେ ଥିଲେ ୨୨୨୪ ଜଣ ଯାତ୍ରୀ । ପ୍ରାୟତଃ ସମସ୍ତେ ଥିଲେ ଉଚ୍ଚ ଓ ସଂଭ୍ରାନ୍ତ ଶ୍ରେଣୀ ପରିବାରର । ବ୍ରିଟିଶ କମ୍ପାନି ହର୍ଲାଣ୍ଡ ଆଣ୍ଡ ଉଲ୍‌ଫ ଟାଇଟନିକର ନିର୍ମାଣ କରିବା ବେଳେ ହ୍ୱାଇଟ ଷ୍ଟାର ଲାଇନ କମ୍ପାନି ଏହାର ପରିଚାଳନା ଦାୟିତ୍ୱରେ ଥିଲା । ୩ ବର୍ଷ ଧରି ୩ ହଜାର ଶ୍ରମିକଙ୍କ ଅକ୍ଲାନ୍ତ ପରିଶ୍ରମରେ ତିଆରି ହୋଇଥିଲା ଟାଇଟନିକ । ଜାହଜର ନିର୍ମାଣରେ ୪୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ମହଜୁଦ ଥିଲା ।

ସି ଟ୍ରାଏଲ୍‌ ପରେ ମିଳିଥିଲା ଗ୍ରୀନ ସିଗ୍ନାଲ
ଜାହଜରେ ଥିଲା ୩ ଲଗ୍‌ଜୁରୀ କକ୍ଷ

୧୯୧୨ ମସିହାରେ ସି ଟ୍ରାଏଲ୍‌ ପରେ ଏପ୍ରିଲ ୨ ତାରିଖରେ  ସମୁଦ୍ରରେ ଯାତ୍ରା କରିବାକୁ ଟାଇଟନିକ୍‌କୁ ମିଳିଥିଲା ଗ୍ରୀନ ସିଗ୍ନାଲ । ବିଳାଶପୂର୍ଣ୍ଣ ଜାହଜରେ ଯାତ୍ରା କରିବାକୁ ବାହରିଥିଲେ ବିଶ୍ୱର ବହୁ ଧନୀ ଓ ପ୍ରତିଷ୍ଠିତ ବ୍ୟକ୍ତି । ଯାତ୍ରୀଙ୍କ ଲାଗି ଜାହଜରେ ଏ ,ବି ଓ ସି ଭଳି ବିଭିନ୍ନ ଶ୍ରେଣୀର କକ୍ଷ ଥିଲା । ଜାଣି ଆଶ୍ଚର୍ଯ୍ୟ ହେବେ କି ପ୍ରଥମ ଶ୍ରେଣୀରେ ଯାତ୍ରା କରିବାକୁ ସେହି ସମୟରେ ୨ ଲକ୍ଷ ୭୦ ହଜାର, ଦ୍ୱିତୀୟ ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଦେବକୁ ପଡିଥିଲା ପ୍ରାୟ ଲକ୍ଷେ ଟଙ୍କା ।

ସେଦିନ ଥିଲା ଏପ୍ରିଲ ୧୪ ଶାନ୍ତ ଥିଲା ସମୁଦ୍ର 

ଯେମିତି କିଛି ଘଟଣା ଘଟିବା ପୂର୍ବରୁ ପ୍ରକୃତି ଯେମିତି ଶାନ୍ତ ହୁଏ… ତେଣୁ ଫୁଲ ସ୍ପିଡରେ ଲକ୍ଷ୍ୟସ୍ଥଳରୁ ବଢୁଥିଲା ଟାଇଟନିକ୍‌ । ହେଲେ ଆଟଲାଣ୍ଟିକ ମହାସାଗରରେ ବିରାଟକାୟ ବରଫ ପାହାଡ ବା ଆଇସବର୍ଗର ଉପସ୍ଥିତି ନେଇ ଟାଇଟନିକର କର୍ମଚାରୀଙ୍କୁ ଅବଗତ କରାଯାଇଥିଲା । ହେଲେ କ୍ୟାପଟେନ୍‌ ସ୍ମିଥ୍‌ ଏହାକୁ ଅଣଦେଖା କରିଦେଇଥିଲେ । ପୂରା ଦମ୍‌ରେ ଆଗକୁ ବଢୁଥିଲା ଜାହଜ । ରାତି ଠିକ୍‌ ୧୧.୪୦ ମିନିଟ୍‌ରେ ଜାହଜ ସାମ୍ନାରେ ବିରାଟ ବରଫ ଖଣ୍ଡ ଦେଖିବାକୁ ମିଳିଥିଲା । ସଙ୍ଗେ ସଙ୍ଗେ ଜାହଜର ଗତିପଥ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଥିଲା କିନ୍ତୁ ସବୁ ସରିଯାଇଥିଲା ସେତେବେଳକୁ ।

ହଠାତ୍‌ ବରଫ ଖଣ୍ଡ ସହ ଧକ୍କା ହୋଇଥିଲା ଜାହଜ ରାତି ବଢୁଥିଲା, ଚିତ୍କାର ଶୁଭୁଥିଲା

ବରଫ ସହ ଧକ୍କା ଖାଇବା ପରେ ଜାହଜ କ୍ଷତିଗ୍ରସ୍ତ ହୋଇଥିଲା । ଖାଲି କ୍ଷତିଗ୍ରସ୍ତ ହୋଇଥିଲା ତାହା ନୁହେଁ ବରଂ ଏପ୍ରିଲ ୧୪ରେ କଳା ଇତିହାସ ଲେଖିବାକୁ ସତେ ଯେମିତି ଅପେକ୍ଷା କରିଥିଲା । ଜାହଜର ଗୋଟିଏ ପରେ ଗୋଟିଏ ଭାଗରେ ପାଣି ପଶୁଥିଲା । ଯାତ୍ରୀଙ୍କ ମଧ୍ୟରେ ଧାଁ ଦଉଡ଼ ବି ଲାଗିଥିଲା । ଅନ୍ଧାର ରାତିରେ ପୁଣି ମଝି ସମୁଦ୍ରରେ କିଏ ବା କୁଆଡ଼େ ଯିବ । ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଜାହଜ ବୁଡ଼ିବ ନାହିଁ ବିଶ୍ବାସ ଥିବାରୁ ସେତେ ପରିମାଣରେ ବୋଟ୍‌ କି ଲାଇଫ୍‌ ଜ୍ୟାକେଟ୍‌ ବି ନଥିଲା । ତେଣୁ ଯାତ୍ରୀମାନେ ଅଧିକ ସଂଖ୍ୟାରେ ପ୍ରାଣ ହରାଇଥିଲେ ।

ଜାହଜ ସାହାଯ୍ୟ ପାଇଁ ପହଞ୍ଚିଥିଲେ । କିନ୍ତୁ ସେତେବେଳକୁ ସବୁ ସରିଯାଇଥିଲା । ସେଦିନ ରାତିରେ ପ୍ରକୃତରେ କଣ ଘଟିଲା, କେମିତି ହେଲା ଅନେକ କଥା ସାମ୍ନାକୁ ଆସେ । ଜାହଜ ଦୁର୍ଘଟଣାକୁ ନେଇ ଫିଲ୍ମ ବି ତିଆରି ହେଲା । ହେଲେ ସେ ଦିନ ପ୍ରକୃତ ଘଟଣା କଣ ଘଟିଥିଲା ସେନେଇ ଆଜି ବି ଚର୍ଚ୍ଚା ଚାଲେ । କିନ୍ତୁ ଜାହଜ ବୁଡ଼ିବା ଘଟଣାକୁ ଆଜି ବି କେହି ଭୁଲିନାହାନ୍ତି କି କାଲି ବି କେହି ଭୁଲିବେ ନାହିଁ ।

You Might Also Like

କେନ୍ଦ୍ର ସରକାରଙ୍କ କ୍ୟାବିନେଟରେ ବଡ଼ ନିଷ୍ପତ୍ତି, ଜାତିଭିତ୍ତିକ ଜନଗଣନାକୁ ଅନୁମତି

ଚୀନ ଓ ତୁର୍କୀ ‘ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସ’ କୁ ବ୍ଲକ କରାଗଲା

ଆଜିଠୁ ଖୋଲିବାକୁ ଯାଉଛି କେଦାରନାଥ ମନ୍ଦିର

ଅତ୍ୟଧିକ ଲିଚୁ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ବରରେ ISRO ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ୍

TAGGED:#special news#special story#UTKALA KHABARTitanic
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?