Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଓଜନ କମାଇବ କଞ୍ଚା କଦଳୀ, ଏହି ଉପାୟରେ ଖାଆନ୍ତୁ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ଓଜନ କମାଇବ କଞ୍ଚା କଦଳୀ, ଏହି ଉପାୟରେ ଖାଆନ୍ତୁ

utkala khabar
Last updated: April 16, 2025 3:34 pm
utkala khabar
Published April 16, 2025
Share
SHARE

କଞ୍ଚା କଦଳୀ ସ୍ୱାସ୍ଥ୍ୟକୁ ଅନେକ ରୋଗରୁ ରକ୍ଷା କରିଥାଏ । କଞ୍ଚା କଦଳୀ ସ୍ୱାସ୍ଥ୍ୟ ପାଇଁ ବହୁତ ଗୁଣକାରୀ ହୋଇଥାଏ । ସାଧାରଣତଃ ପାଚିଲା କଦଳୀ ତ ସମସ୍ତଙ୍କ ଘରେ ମିଳିଯାଇଥାଏ କିନ୍ତୁ କଞ୍ଚା କଦଳୀ ଖାଉଥିବା ଲୋକେ ବହୁତ କମ୍‌ ଥାଆନ୍ତି । କଞ୍ଚା କଦଳୀର ଫାଇଦା ବିଷୟରେ ଥରେ ଯଦି ଆପଣ ଜାଣିବେ ତାହେଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ତାହାଲେ ଆସନ୍ତୁ ଜାଣିବା କଞ୍ଚା କଦଳୀର ଫାଇଦା । ତେବେ କଞ୍ଚା କଦଳୀରେ ବହୁତ ମାତ୍ରାରେ ଫାଇବର ଏବଂ ପ୍ରୋଟୀନ୍‌ ଭରପୂର ରହିଥାଏ । ଏହି କାରଣରୁ ଏହା ଆପଣଙ୍କୁ ଅନେକ ପ୍ରକାର ସମସ୍ୟାରୁ ମୁକ୍ତି ଦେଇଥାଏ ।

କଞ୍ଚା କଦଳୀରେ ପ୍ରଚୁର ପରିମାଣର ପୋଟାସିୟମ ଥାଏ ଯାହା ଶରୀରରେ ରୋଗ ପ୍ରତିରୋଧକାରୀ କ୍ଷମତାକୁ ବଢାଇବାରେ ସାହାଯ୍ୟ କରେ । ଓଜନ ହ୍ରାସ କରିବା ପାଇଁ ଚେଷ୍ଟା କରୁଥିବା ଲୋକମାନଙ୍କୁ ପ୍ରତିଦିନ ଗୋଟିଏ କଦଳୀ ଖାଇବା ପାଇଁ ଉପଦେଶ ଦିଆଯାଏ । କଞ୍ଚା କଦଳୀରେ ଭରପୁର ମାତ୍ରାରେ ଫାଇବର ଥାଏ, ଯାହା ଅନାବଶ୍ୟକ ମେଦକୁ ଦୂର କରିବାରେ ସାହାଯ୍ୟ କରିଥାଏ ।

ଆପଣଙ୍କ ଶରୀରରେ ଜମା ହୋଇଥିବା ଚର୍ବିକୁ ଏହା କମ୍‌ କରିଥାଏ । ଏହାଦ୍ୱାରା ଆପଣଙ୍କ ଓଜନ କମ୍‌ ହେବାରେ ସାହାଯ୍ୟ ମିଳିଥାଏ । ମୋଟାପଣ ପାଇଁ ଚିନ୍ତାରେ ଥିବା ଲୋକ ପ୍ରତିଦିନ କଞ୍ଚା କଦଳୀକୁ ନିଜ ଡାଏଟରେ ସାମିଲ କରିବା ଉଚିତ । ପ୍ରାୟ ସମୟରେ ମେଦବହୁଳତା ଯୋଗୁଁ ଭୋକ ହୋଇଥାଏ । ଆପଣଙ୍କୁ ବାରମ୍ବାର ଖାଇବାକୁ ଇଚ୍ଛା ହୋଇଥାଏ । ଆଉ ଆପଣ ବି ଭୋକ ସମ୍ଭାଳି ପାରିନଥାନ୍ତି ଆଉ ଖାଦ୍ୟ ଖାଇ ଦିଅନ୍ତି । ଏପରି କରିବା ଦ୍ୱାରା ଆପଣଙ୍କ ଓଜନ ବଢ଼ିଯାଇଥାଏ । କଞ୍ଚା କଦଳୀରେ ଥିବା ପୋଷକ ତତ୍ତ୍ୱ ଆପଣଙ୍କ ଓଜନକୁ କମ୍‌ କରିବାରେ ବେଶ୍‌ ସହାୟକ ହୋଇଥାଏ ।

ଡାଇବେଟିସ୍‌ ଆଜିର ସମୟରେ ଏକ ସାଧାରଣ ରୋଗ ହୋଇଗଲାଣି । କୌଣସି ବି ବୟସର ଲୋକ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେଣୁ ଯଦି ଆପଣଙ୍କୁ ସୁଗାର ସମସ୍ୟା ରହିଛି ତାହାପୁଣି ପ୍ରାରମ୍ଭିକ ପର୍ଯ୍ୟାୟରେ, ତେବେ ଆପଣ କଞ୍ଚା କଦଳୀ ଦ୍ୱାରା ଏହାକୁ କଣ୍ଟ୍ରୋଲରେ କରିପାରିବେ ।

ଯଦି ଆପଣ କୋଷ୍ଠକାଠିନ୍ୟ ରୋଗରେ ପୀଡିତ ଅଛନ୍ତି ତେବେ କଞ୍ଚା କଦଳୀ ଖାଇଲେ ଆପଣ ଏହି ସମସ୍ୟାରୁ ରକ୍ଷା ପାଇପାରିବେ । ନିୟମିତ ଭାବେ କଞ୍ଚା କଦଳୀ ସେବନ କଲେ ପାଚନ କ୍ରିୟା ମଧ୍ୟ ଭଲ ରହେ । ଏହା ବ୍ୟତୀତ କଞ୍ଚା କଦଳୀ ଅନେକ ପ୍ରକାର ରୋଗରୁ ମଧ୍ୟ ରକ୍ଷା କରିଥାଏ । କଞ୍ଚା କଦଳୀରେ ମହଜୁଦ କ୍ୟାଲସିୟମ ହାଡକୁ ଶକ୍ତ କରିବାରେ ମଧ୍ୟ ସହାୟକ ହୋଇଥାଏ ।

You Might Also Like

ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ; ଅପରେସନ ଦେଖୁଥିଲେ ମୋଦି

ମେ’ ପହିଲାରୁ ୩ ମାସ ବନ୍ଦ ରହିବ ଭିତରକନିକା

୪୫ ଟପିଲା ଝାରସୁଗୁଡ଼ା ପାରଦ: ଆଜି ୪ ଜିଲ୍ଲାକୁ ହିଟୱେଭ ସତର୍କତା

ଥଣ୍ଡା ପବନ ଦେଉନାହିଁ କି ଆପଣଙ୍କ ଏସି? କଣ କରିବେ ଜାଣନ୍ତୁ

ମେ ମାସରେ ଆସୁଛି ବାତ୍ୟା “ଶକ୍ତି”

TAGGED:#benifits#UTKALA KHABARBananasLifestyle news
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?