Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆଗକୁ ଅକ୍ଷୟ ତୃତୀୟା ଆସୁଛି କେଉଁ ସମୟରେ କରିବେ ପୂଜା ଜାଣନ୍ତୁ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ବିଶେଷ

ଆଗକୁ ଅକ୍ଷୟ ତୃତୀୟା ଆସୁଛି କେଉଁ ସମୟରେ କରିବେ ପୂଜା ଜାଣନ୍ତୁ

utkala khabar
Last updated: April 18, 2025 4:43 pm
utkala khabar
Published April 18, 2025
Share
SHARE

ଅକ୍ଷୟ ତୃତୀୟା ହିନ୍ଦୁମାନଙ୍କ ପାଇଁ ସବୁଠାରୁ ବଡ ପର୍ବ ବୋଲି ମାନାଯାଇଥାଏ । ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିରେ ଅକ୍ଷୟ ତୃତୀୟା ପାଳନ କରାଯାଏ । ପ୍ରଥା ରହିଛି ଯେ ଅକ୍ଷୟ ତୃତୀୟା ପରଠାରୁ ଧାନ ଚାଷ ହେବା ଆରମ୍ଭ କରାଯାଏ । ଧନଧାନ୍ୟର ଦେବୀ ଲକ୍ଷ୍ମୀ ହୋଇଥାନ୍ତି । ତେଣୁ ଅକ୍ଷୟ ତୃତୀୟାରେ ମା ଲକ୍ଷ୍ମୀ ଏବଂ ବିଷ୍ଣୁଙ୍କୁ ଆରାଧନା କରାଯାଇଥାଏ । ଏହି ଦିନ ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ଅନେକ ଶୁଭ ଫଳ ପ୍ରାପ୍ତି ହୋଇଥାଏ । ଏହି ବର୍ଷ ଅକ୍ଷୟ ତୃତୀୟାରେ ଅତ୍ୟନ୍ତ ଶୁଭ ସଂଯୋଗ ରହିଛି ।  ଅକ୍ଷୟ ତୃତୀୟା ପାଇଁ ତାରିଖ ଏବଂ ଶୁଭ ସମୟ ସମ୍ପର୍କରେ ଆସନ୍ତୁ ଜାଣିବା ।

୩୦ଏପ୍ରିଲକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯିବ । ଅକ୍ଷୟ ତୃତୀୟା ତିଥି ୨୯ତାରିଖ ସନ୍ଧ୍ୟା ୫.୩୧ରୁ ଆରମ୍ଭ ହୋଇ ୩୦ତାରିଖ ରାତି ୨.୧୨ରେ ଶେଷ ହେବ । ପୂଜା ପାଇଁ ଶୁଭବେଳା ସକାଳ ୬.୧୧ରୁ ଅପରାହ୍ନ ୧୨.୩୬ ପର୍ଯ୍ୟନ୍ତ ରହିବ । ଏହି ଶୁଭ ମୁହୁର୍ତ୍ତରେ ପୂଜା କରିବା ଦ୍ୱାରା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ ।

ଚଳିତ ବର୍ଷ ଅକ୍ଷୟ ତୃତୀୟାରେ ଅତ୍ୟନ୍ତ ଶୁଭ ସଂଯୋଗ ରହିଛି । ଏହି ଦିନରେ ସୱାର୍ଥ ସିଦ୍ଧି ଯୋଗ ସହିତ ଶୋଭନ ଯାତ୍ରା ଏବଂ ରବି ଯୋଗ ମଧ୍ୟ ରହିଛି । ଏଭଳି ଦିନରେ ମା ଲକ୍ଷ୍ମୀଙ୍କ ଆରାଧନା କଲେ ସମସ୍ତ ସିଦ୍ଧିପ୍ରାପ୍ତ ହୋଇଥାଏ । ଏହା ବ୍ୟତୀତ ସୌଭାଗ୍ୟ ଓ ସମୃଦ୍ଧି ହୋଇଥାଏ । ୩୦ ଏପ୍ରିଲ୍ ଅପରାହ୍ନ ୧୨.୦୨ ମିନିଟ୍ ସମୟ ପର୍ଯ୍ୟନ୍ତ ଶୋଭନ ଯୋଗ ରହିଛି । ଠିକ୍ ସେହିପରି ସନ୍ଧ୍ୟା ୪.୧୮ମିନିଟ୍ ସମୟରୁ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ଗୋଟିଏ ରାତି ପର୍ଯ୍ୟନ୍ତ ରବି ଯୋଗ ରହିବ ।

You Might Also Like

ଆଜି ଶନିବାର ଦିନଟି କେମିତି କଟିବ ଜାଣନ୍ତୁ

ଦୁନିଆର ସବୁଠାରୁ ଭୟାନକ ସ୍ଥାନ, ଯେଉଁଠି ଚାଲେ ସାପଙ୍କ ରାଜ୍‌

ମେ ୮ ତାରିଖରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା

ବେଙ୍ଗାଲୁରୁର ବିଜୟ ଉତ୍ସବ ବେଳେ ଦଳାଚକଟାରେ ୧୧ଜଣ ମୃତ

୪ ଦିନିଆ ରିମାଣ୍ଡରେ ଜ୍ୟୋତି ମାଲହୋତ୍ରା, ମାରାଥନ ଜେରା କରୁଛି ତଦନ୍ତକାରୀ ଟିମ

TAGGED:#UTKALA KHABARAkshaya Ttritiya pujaPuja timeSubha muhurat
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?