Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ମାଛ ଜାଲରେ ପଡିଲା ୮ ଫୁଟର ଅଜଗର ସାପ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ମାଛ ଜାଲରେ ପଡିଲା ୮ ଫୁଟର ଅଜଗର ସାପ

utkala khabar
Last updated: April 22, 2025 1:43 pm
utkala khabar
Published April 22, 2025
Share
SHARE

ପୁରୀ ୨୨/୪ : ମାଛ ଜାଲରେ ପଡିଲା ସାପ । ପୁରୀ ଜିଲ୍ଲା ପିପିଲି ସାତଶଙ୍ଖ ରତ୍ନ ଚିରା ନଦୀରୁ ୮ ଫୁଟର ଅଜଗର ଉଦ୍ଧାର । ମାଛ ଜାଲରେ ସାପକୁ ଦେଖି ଭୟଭୀତ ହୋଇପଡିଥିଲେ ସ୍ଥାନୀୟ ଲୋକ ।  ସ୍ନେକ ହେଲପ ଲାଇନ ସଦସ୍ୟ ପହଂଚି ସାପକୁ ଉଦ୍ଧାର କରିଥିଲେ । ଏପଟେ ଉଦ୍ଧାର ପରେ ଭୁବନେଶ୍ୱର OUT କୁ ନେଇ ଛଡ଼ାଯିବ ବୋଲି ସୂଚନା ।ପୁରୀ ଜିଲ୍ଲା ସାତଶଙ୍ଖ ବଜାର ନିକଟରେ ରତ୍ନ ଚୀରା ନଦୀରୁ ମାଛ ଜାଲରେ ଫସିଲା ଅଜଗର ସାପ । ସକାଳୁ ମାଛ ଜାଲରେ ଅଜଗର ପଡ଼ିଥିବା ଦେଖି ଲୋକେ ଜାଲକୁ ଭିଡ଼ି କୂଳକୁ ଆଣିଥିଲେ । ଏହାପରେ ସ୍ନେକ୍ ହେଲ୍ପଲାଇନକୁ ଖବର ଦେଇଥିଲେ ।

ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ ବେହେରା ଓ ହେମନ୍ତ ବେହେରା ଘଟଣାସ୍ଥଳରେ ପହଞ୍ଚି ଜାଲ କାଟି ଅଜଗର ସାପକୁ ଜାଲରୁ ବାହାର କରିଥିଲେ । ସାପଟି ଏକ ବର୍ମିଜ୍ ପାଇଥନ୍ ପ୍ରଜାତିର ବୋଲି ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ ଚିହ୍ନଟ କରିଛନ୍ତି । ସାପଦେହରେ କୌଣସି ସ୍ଥାନରେ ବିଶେଷ କ୍ଷତ ସୃଷ୍ଟି ହୋଇନାହିଁ । ଏହି ବର୍ମିଜ୍ ପାଇଥନ୍ ପ୍ରଜାତି ଦଳ ଗାଡ଼ିଆ ବା ପାଣି ଜୋର ମାନଙ୍କରେ ବାସକରନ୍ତି । ଲୋକ ଚଳପ୍ରଚଳ କରୁଥିବାରୁ ସନ୍ଧ୍ୟା ହେବାପରେ ସାପଟିକୁ ବନ ବିଭାଗ ଉପସ୍ଥିତିରେ ତାର ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯିବ ବୋଲି କହିଛନ୍ତି ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ।

You Might Also Like

ତାତିରୁ ମିଳିପାରେ ମୁକ୍ତି, ଆସନ୍ତା ସପ୍ତାହରେ ଦୁଇଟି ଲଘୁଚାପ

ପ୍ରଥମେ କାହା ପାଖରେ ଥିଲା କୋହିନୂର ହୀରା? ଜାଣନ୍ତୁ ଏହାର ପୂରା ଇତିହାସ

ବିରାଟ-ଅନୁଷ୍କାଙ୍କୁ କ’ଣ କହିଲେ ପ୍ରେମାନନ୍ଦ ମହାରାଜ ?

ପ୍ରଥମ କ୍ଵାଲିଫାୟରରେ ପଞ୍ଜାବକୁ ସହଜରେ ହରାଇଲା ବାଙ୍ଗାଲୁରୁ , ଚତୁର୍ଥ ଥର ଫାଇନାଲ୍‌ରେ ପ୍ରବେଶ

ମାଇଁକୁ ଗୁଳିମାଡ଼ କରି ଭଣଜା ଫେରାର

TAGGED:#odisha#pipili#snake#UTKALA KHABARFishing netPythonSnake Resque
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?