Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆତଙ୍କୀ ହମଲାରେ ବାଲେଶ୍ଵରର ପ୍ରଶାନ୍ତ ଶତପଥୀଙ୍କ ମୃତ୍ୟୁ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ଆତଙ୍କୀ ହମଲାରେ ବାଲେଶ୍ଵରର ପ୍ରଶାନ୍ତ ଶତପଥୀଙ୍କ ମୃତ୍ୟୁ

utkala khabar
Last updated: April 23, 2025 11:53 am
utkala khabar
Published April 23, 2025
Share
SHARE

ରାଜ୍ୟ ୨୩/୪ : ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି ପ୍ରଶାନ୍ତ ଶତପଥୀ । ରେମୁଣା ଇଷାଣୀ ଗାଁରେ ଏବେ ଶୋକର ଛାୟା ଖେଳିଯାଇଛି । ପ୍ରଶାନ୍ତଙ୍କ ମୃତ୍ୟୁ ଖବର ଜଣାପଡିବା ପରେ କାନ୍ଦବୋବାଳିରେ ଫାଟି ପଡୁଛି ପରିବାର । ପ୍ରଶାନ୍ତ ଭ୍ରମଣପ୍ରିୟ ଥିଲେ । ସେ ବାମପଦା ସ୍ଥିତ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ପ୍ଲାଷ୍ଟିକ ଇଂଜିନିୟରିମ ଆଣ୍ଡ ଟେକ୍ନୋଲୋଜିରେ ଆକାଉଣ୍ଟାଣ୍ଟ ଥିବା ବେଳେ ତାଙ୍କ ପତ୍ନୀ ପ୍ରିୟଦର୍ଶିନୀ ସିଡିପିଓ ଅଛନ୍ତି ।

ସୂଚନା ଅନୁସାରେ ଗତ ରବିବାର ଦିନ ପତ୍ନୀ ପ୍ରିୟଦର୍ଶିନୀ ଓ ପୁଅ ତନୁଜଙ୍କୁ ସାଙ୍ଗରେ ‌ନେଇ ଜମ୍ମୁ କଶ୍ମୀର ବୁଲିବାକୁ ଯାଇଥିଲେ । ଗତକାଲିର ଘଟଣା ନେଇ ତାଙ୍କ ବଡ଼ଭାଇ ସୁଶାନ୍ତ କୁମାର ଶତପଥୀଙ୍କୁ ଅପରାହ୍ଣ ପ୍ରାୟ ୨ଟା ୩୦ ବେଳେ ଫୋନ୍‌ ଆସିଥିଲା । ପ୍ରଶାନ୍ତଙ୍କ ଦେହାନ୍ତ ହୋଇଥିବା ବେଳେ ତାଙ୍କ ପତ୍ନୀ ଓ ପୁଅ ସୁରକ୍ଷିତ ଥିବା ସୂଚନା ମିଳିଥିଲା । ଶ୍ରୀନଗରର ପହଲଗାମ୍‌କୁ ଅନ୍ୟ ପର୍ଯ୍ୟଟକଙ୍କ ସହ ସେମାନେ ବୁଲିବାକୁ ଯାଇଥିବା ବେଳେ ଆତଙ୍କୀମା‌ନେ ସେମାନଙ୍କ ଧର୍ମ ପଚାରି ଗୁଳିବର୍ଷଣ କରିଥିବା ସୂଚନା ମିଳିଛି । ପ୍ରଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ତାଙ୍କ ଘରକୁ ଲୋକଙ୍କ ସୁଅ ଛୁଟିଛି। ସେପଟେ ପ୍ରଶାନ୍ତଙ୍କ ମରଶରୀର ସହ ତାଙ୍କ ପତ୍ନୀ ଓ ପୁଅକୁ ସୁରକ୍ଷିତ ଭାବେ ଫେରାଇ ଆଣିବା ଲାଗି ପରିବାରବର୍ଗ ସରକାରଙ୍କୁ ନିବେଦନ କରିଛନ୍ତି।

ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ:

ଆତଙ୍କୀ ଆକ୍ରମଣରେ ଓଡ଼ିଆ ପର୍ଯ୍ୟଟକଙ୍କ ବିୟୋଗରେ ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ”ପାହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ମୁଁ ଦୃଢ ନିନ୍ଦା କରୁଛି । ଆମ ସମାଜରେ ହିଂସାର ସ୍ଥାନ ନାହିଁ । ମୃତକଙ୍କ ପରିବାରକୁ ସମବେଦନା । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଏପରି କଠିନ ସମୟରେ ଓଡ଼ିଶା ପୀଡିତ ଓ ସେମାନଙ୍କ ପରିବାର ସହ ଛିଡା ହୋଇଛି ।”

ଏହି ଘଟଣାରେ ସଦର ତହସିଲଦାର ଅଶ୍ୱିନୀ କୁମାର ନାୟକ କହିଛନ୍ତି, ”ମୃତଦେହ କେମିତି ଫେରିବ ଓ ତାଙ୍କ ପରିବାର କେମିତି ଘରକୁ ଫେରିବେ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ସିଏମଓ ଅଫିସ ସହ ଯୋଗଯୋଗରେ ଅଛୁ । ”

You Might Also Like

ଓଡ଼ିଶାରେ ଖୁବଶୀଘ୍ର ବନ୍ଦ ହେବ ତୁର୍କୀ ସେଓ

ଆଜି ମିଳିବ ସୁଭଦ୍ରାର ଷଷ୍ଠ ପର୍ଯ୍ୟାୟ ଟଙ୍କା

ମେ ୧୨ରୁ କାର୍ଯ୍ୟକ୍ଷମ ହେବ ନୂଆ ଭୁବନେଶ୍ୱର ଷ୍ଟେସନ

ଭାରତର ବୀର ସୈନିକମାନେ ସଂକଳ୍ପର ସମ୍ମାନ ରକ୍ଷା କରିଛନ୍ତି, : ମୁଖ୍ୟମନ୍ତ୍ରୀ

ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା

TAGGED:#odishaBalasoreJammu and KashmirPahalgamPrasant Sathpathyterror attack
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?