Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଅମରୋଲିରେ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ ମୃତ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ଅମରୋଲିରେ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ ମୃତ

utkala khabar
Last updated: April 23, 2025 1:15 pm
utkala khabar
Published April 23, 2025
Share
SHARE

ଗୁଜରାଟ ୨୩/୪ : ଗୁଜରାଟ ଅମରୋଲିର ଗିରିୟା ରୋଡ ସ୍ଥିତ ଜନବସତି ଅଞ୍ଚଳରେ ଏକ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ । ଏହି ଦୁର୍ଘଟଣାରେ ବିମାନରେ ଥିବା ପାଇଲଟଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚିତ୍କାର ଶୁଣାଯାଇଥିଲା ।ଖବର ମୁତାବକ, ଅପରାହ୍ନ ୧୨.୫୨ ସମୟରେ ବିମାନ ଦୁର୍ଘଟଣା ଖବର ମିଳିଥିଲା । ଖବର ପାଇବା ପରେ ଅଗ୍ନିଶମ ଟିମ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ବିମାନରେ ଥିବା ପାଇଲଟକୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ବିମାନଟି ଜନବସତି ଉପରେ ପଡିଥିଲା । ଶାସ୍ତ୍ରୀ ନଗର ଅଞ୍ଚଳରେ ପ୍ଲେନର ଭଗ୍ନାବଶେଷ ପଡ଼ିଥିବା ପରେ ସଙ୍ଗେ ସଙ୍ଗେ ନିଆଁ ଲାଗିଯାଇଥିଲା । ସ୍ଥାନୀୟ ଅଞ୍ଚଳର ୪ଟି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ମୃତ ପାଇଲଟ ଜଣକ ଘରୋଇ ପାଇଲଟ ଟ୍ରେନିଂ ସଂସ୍ଥାର ହୋଇଥିବା ଜଣାପଡ଼ିଛି ।ଗତ କିଛିଦିନ ତଳେ ମେହସାଣାରେ ଏୟାରଫୋର୍ସର ଏକ ଜାଗୁଆର ଫାଇଟର ବିମାନ କ୍ରାସ ହୋଇଯାଇଥିଲା । ଏହି ବିମାନଟି ଜାମନଗର ଏୟାରଫୋର୍ସ ଷ୍ଟେସନରୁ ଉଡ଼ାଣ ଭରିଥିଲା । ଏହି ଘଟଣାରେ ଜଣେ ପାଇଲଟଙ୍କ ଜୀବନ ଚାଲିଯାଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ ।

 

You Might Also Like

ଭାରତରେ ୮ ହଜାର X ଆକାଉଣ୍ଟ ବ୍ଳକ୍ ହେଲା

ଆଇପିଏଲରେ ପ୍ରଥମ ଥର ରେକର୍ଡ ହାସଲ କଲେ ଶ୍ରେୟସ ଆୟର

କେମିତି କଟିବ ଆଜିର ଦିନଟି ଜାଣନ୍ତୁ

ତାତିରେ ସିଝୁଛି ଓଡ଼ିଶା, ପାରଦ ୪୦ ଡିଗ୍ରି ଯାଏ ବଢିପାରେ

ବିବାହ କରିବାକୁ ଯାଉଛନ୍ତି କି ? ତେବେ ନିଜକୁ ପଚାରନ୍ତୁ ଏହି ୭ଟି ପ୍ରଶ୍ନ

TAGGED:#UTKALA KHABARAmreliGujaratNational newsPilot diedShastri Nagar areatraining aircraft crash
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?