Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଫ୍ରାନସ ଠାରୁ ୨୬ଟି ରାଫେଲ କିଣିବ ଭାରତ, ୬୩ ହଜାର କୋଟିର ଡିଲ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ଫ୍ରାନସ ଠାରୁ ୨୬ଟି ରାଫେଲ କିଣିବ ଭାରତ, ୬୩ ହଜାର କୋଟିର ଡିଲ

utkala khabar
Last updated: April 28, 2025 11:30 am
utkala khabar
Published April 28, 2025
Share
SHARE

ଭାରତ ୨୮/୪ : ଫ୍ରାନସ ଠାରୁ ୨୬ ରାଫେଲ କିଣିବ ଭାରତ ।  ୬୩ ହଜାର କୋଟିର ଡିଲରେ ଆଜି ବାଜିବ ମୋହର।  ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଭର୍ଚୁଆଲ ମିଟିଂରେ ଯୋଗଦେବେ ଫାନ୍ସ ପ୍ରତିରକ୍ଷା ମନ୍ତ୍ରୀ ସେବାଷ୍ଟିନ ଲେକର୍ନୁ । ଭାରତ ଫ୍ରାନସ ଠାରୁ ୨୬ଟି ରାଫେଲ ନେଭି ଜେଟ୍ ପାଇଁ ମେଗା ଡିଲ ଉପରେ ହେବ ଡିଲ । ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଡିଲ ନେଇ ସ୍ବାକ୍ଷର ହେବ। ୨୬ଟି ରାଫେଲ ମଧ୍ୟରେ ୨୨ଟି ସିଙ୍ଗଲ ସିଟର ଓ ୪ଟି ଟ୍ବିନ ସିଟର ରାଫେଲ ମରିନ ଜେଟ ମିଳିବ। ଡିଲରେ ମୋହର ବାଜିବା ପରେ ୨୦୨୮ରୁ ୨୦୨୯ ମଧ୍ୟରେ ବିମାନର ଡେଲିଭରୀ ଆରମ୍ଭ ହେବ ।  ୨୦୩୧ ସୁଦ୍ଧା ଭାରତୀୟ ନୌସେନାରେ ସମସ୍ତ ୨୬ଟି ରାଫେଲ ସାମିଲ ହେବ ବୋଲି ଆଶା ରହିଛି ।

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ କମିଟି ଅନ ସିକ୍ୟୁରିଟିଜ ଏହି ଡିଲକୁ ମଞ୍ଜୁରୀ ପ୍ରଦାନ କରିଛି। ପୂର୍ବରୁ ୧୬ ହଜାର କୋଟି ବିନିମୟରେ ଏୟାର ଫୋର୍ସ ପାଇଁ ଫ୍ରାନ୍ସ ଠାରୁ ୩୬ଟି ରାଫେଲ କିଣିଥିଲା ଭାରତ ।  ଏଥର ନୌସେନାର ଶକ୍ତି ବୃଦ୍ଧି କରିବ ରାଫେଲ ଫାଇଟର ।  ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନଏସ୍ ବିକ୍ରାନ୍ତ ଡେକ୍ ରେ ମୁତୟନ ହେବ ରାଫେଲ ।

ବହୁମୁଖୀ ଆକ୍ରମଣ କ୍ଷମତା ଥିବା ରାଫେଲ ଫାଇଟର ଆଣବିକ ଅସ୍ତ୍ର ବହନ କରିବାର କ୍ଷମତା ରଖିଛି ।  ପ୍ରାୟ ୧୮ଶହ ୫୦ କିଲୋମିଟର ଦୂରକୁ ଲକ୍ଷ୍ୟ ଭେଦ କରିପାରିବ ।  ଏବେ ଭାରତୀୟ ନୌସେନା ପାଖରେ ରହିଛି MiG-29-K। ରୁଷ ଠାରୁ ଏହି ନେଭି ଜେଟ୍ କିଣିଥିଲା ଭାରତ।  ଭାରତର ଦ୍ବିତୀୟ ପୁରୁଣା ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନଏସ ବିକ୍ରମାଦିତ୍ୟରୁ ମିଗ୍ ଅପରେସନ୍ ଜାରି ରହିବ ।  ଭାରତ ପାଖରେ ଏବେ ୪୦ଟି ମିଗ୍ ଫାଇଟର ରହିଛି ।

You Might Also Like

ଆଜି ମାଟ୍ରିକ ରେଜଲ୍ଟ, ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଫଳ

୬ ମ୍ୟାଚ୍‌ରୁ ୫ଟିରେ ପରାଜୟ, ଆଇପିଏଲ ପ୍ଲେଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଆର୍ଥିକ ସହାୟତା ଘୋଷଣା କଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ତୁର୍କୀ ସହ ସମସ୍ତ ସମ୍ପର୍କ କାଟିବା ପାଇଁ ସାମାଜିକ ଗଣମାଧ୍ୟମରେ ଅପିଲ୍

ମୋଦୀଙ୍କ ଫଟୋ ଥିବା ନେକଲେସ ପିନ୍ଧି ଚର୍ଚ୍ଚାରେ ମଡେଲ

TAGGED:#india#UTKALA KHABARAircraftFranceRafale
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?