Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ପହଲଗାମ ଆକ୍ରମଣ ପରେ ବନ୍ଦ ହେଲା ୪୮ ରିସୋର୍ଟ ଏବଂ ପର୍ଯ୍ୟଟକ ସ୍ଥଳ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ପହଲଗାମ ଆକ୍ରମଣ ପରେ ବନ୍ଦ ହେଲା ୪୮ ରିସୋର୍ଟ ଏବଂ ପର୍ଯ୍ୟଟକ ସ୍ଥଳ

utkala khabar
Last updated: April 29, 2025 1:22 pm
utkala khabar
Published April 29, 2025
Share
SHARE

ଜାମୁ-କାଶ୍ମୀର ୨୯/୪ :  ଜାମୁ-କଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ ଆଶଙ୍କା । ଗୁଇନ୍ଦା ସଂସ୍ଥାଗୁଡ଼ିକର ଚେତାବନୀ ପରେ ୪୮ଟି ରିସୋର୍ଟ ଓ ପର୍ଯ୍ୟଟନସ୍ଥଳୀ ବନ୍ଦ କରିଦିଆଯାଇଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ଜମ୍ମୁକଶ୍ମୀର ସରକାର ଏହି ପଦକ୍ଷେପ ନେଇଛନ୍ତି ।ପହଲଗାମ ଆକ୍ରମଣ ପରେ ଉପତ୍ୟକାରେ କିଛି ସ୍ଲିପର ସେଲ୍ ସକ୍ରିୟ ହୋଇଛି ଏବଂ ସେମାନଙ୍କୁ ଅପରେସନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୁରକ୍ଷା ବାହିନୀ ଗୁଲମାର୍ଗ, ସୋନମାର୍ଗ ଏବଂ ଡାଲ ଲେକ୍ ଅଞ୍ଚଳ ସମେତ ସମ୍ବେଦନଶୀଳ ପର୍ଯ୍ୟଟନ ସ୍ଥଳଗୁଡ଼ିକରେ ଜମ୍ମୁ ଓ କଶ୍ମୀର ପୋଲିସର ସ୍ୱତନ୍ତ୍ର ଅପରେସନ ଗ୍ରୁପ (ଏସଓଜି) ରୁ ଗଠିତ ଆଣ୍ଟି-ଫିଦାୟୀନ ଦଳ ମୁତୟନ କରିଛନ୍ତି।

କଶ୍ମୀର ମୋଟ ୮୭ଟି ଟୁରିଷ୍ଟ ହବକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି । ବଡ଼ଗାମ ଓ ଅନନ୍ତନାଗରେ ଏକାଧିକ ପର୍ଯ୍ୟଟନ ସ୍ଥଳୀକୁ ବନ୍ଦ କରିଦିଆଯାଇଛି । ଜମ୍ମୁକଶ୍ମୀରର ସ୍ଥାନୀୟ ବାସିନ୍ଦା ପର୍ଯ୍ୟଟନରୁ ରୋଜଗାର କରିଥାଆନ୍ତି । ତେବେ ଆତଙ୍କବାଦୀ ଆକ୍ରମଣ ପରେ ପର୍ଯ୍ୟଟନ ଶିଳ୍ପ ବିଶେଷ ଭାବେ ପ୍ରଭାବିତ ହୋଇଛି । ୨୨ ଏପ୍ରିଲରେ, ପାକିସ୍ତାନରୁ ଆସିଥିବା ଆତଙ୍କବାଦୀଙ୍କକ ଏକ ଗ୍ରୁପ କାଶ୍ମୀର ପହଲଗାମର ବୈସରଣ ଉପତ୍ୟକାରେ ବୁଲୁଥିବା ପର୍ଯ୍ୟଟକମାନଙ୍କୁ ଧର୍ମ ପଚାରି ହତ୍ୟା କରିଥି ଲେ। ଏଥିରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣ ପରେ ଜମ୍ମୁ-କଶ୍ମୀରରୁ ବହୁ ସଂଖ୍ୟକ ପର୍ଯ୍ୟଟକ ବୁକିଂ କ୍ୟାନସଲ କରି ଫେରି ଯାଇଥିଲେ । ତେବେ ଘଟଣାକୁ କିଛିଦିନ ବିତିବା ପରେ ପର୍ଯ୍ୟଟକମାନେ ଧୀରେ ଧୀରେ ପହଲଗାମ ସମେତ ଅନ୍ୟାନ୍ୟ ସ୍ଥାନକୁ ଫେରୁଥିଲେ । ପହଲଗାମରେ ମଧ୍ୟ ପୂର୍ବଭଳି ପର୍ଯ୍ୟଟକଙ୍କ ଗହଳିଚହଳି ନାହିଁ । ଏପରିସ୍ଥିତିରେ ସୁରକ୍ଷା ଦୃଷ୍ଟିରୁ ପର୍ଯ୍ୟଟନ ସ୍ଥଳ ଓ ରିସୋର୍ଟ ବନ୍ଦ ନେଇ ଜମ୍ମୁ କଶ୍ମୀର ସରକାରଙ୍କ ନିଷ୍ପତ୍ତି ଦ୍ବାରା ଏବେ ଅନିଶ୍ଚିତତା ସୃଷ୍ଟି ହୋଇଛି ।

 

You Might Also Like

ବାଲେଶ୍ଵର ପୋଲିସର ଚେକିଂ ଜୋରଦାର, ୧୦ଟି ସ୍ଥାନରେ ଜୋରଦାର ଚାଲିଛି ଯାଞ୍ଚ

ମେ’ ମାସ ଶେଷ ସପ୍ତାହରେ କେରଳ ଛୁଇଁଲା ମୌସୁମୀ ବାୟୁ

କେମିତି କଟିବ ଆଜିର ଦିନ

ମୁର୍ଶିଦାବାଦରେ ହିନ୍ଦୁମାନଙ୍କ ହିଂସା ଓ ବିସ୍ଥାପନ ଉପରେ ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ

ରଥଯାତ୍ରା ପାଇଁ ସହରର ବିଭିନ୍ନ ସ୍ଥାନରେ ପାର୍କିଂ ବ୍ୟବସ୍ଥା ନେଇ ଆଲୋଚନା

TAGGED:#UTKALA KHABAR48 tourist resortsJamu kashmirPahalgam Terrorist Attack
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?