Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଭାବୀ ଜ୍ୱାଇଁ ସହ ଫେରାର ଶାଶୁ, ଫେରି ଆସି କହିଲେ କିଛି ଏମିତି
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଅପରାଧ

ଭାବୀ ଜ୍ୱାଇଁ ସହ ଫେରାର ଶାଶୁ, ଫେରି ଆସି କହିଲେ କିଛି ଏମିତି

utkala khabar
Last updated: April 30, 2025 11:51 am
utkala khabar
Published April 30, 2025
Share
SHARE

ଉତ୍ତରପ୍ରଦେଶ ୩୦/୪ : ଉତ୍ତରପ୍ରଦେଶରୁ ଆସିଲା ଏକ ଅଦ୍ଭୁତ ପ୍ରେମ କାହାଣୀ । ପୂର୍ବରୁ ଝିଅ ପାଇଁ ଆସିଥିବା ପୁଅ ସହିତ ଫେରାର ହେଲା ୪୪ବର୍ଷୀୟ ମହିଳା । ତାଙ୍କ ନିଖୋଜ ହେବା ପରେ ପୋଲିସର ଦ୍ବାରସ୍ଥ ହୋଇଥିଲେ ପରିବାର ଲୋକ । ଏପ୍ରିଲ ୨୭ ତାରିଖରେ ନିଖୋଜ ମହିଳାଙ୍କୁ ଉଦ୍ଧାର କରି ସ୍ୱାମୀଙ୍କୁ  ହସ୍ତାନ୍ତର କରିଛି ପୋଲିସ ।ଉତ୍ତରପ୍ରଦେଶ  ଗୋଣ୍ଡା ଜିଲ୍ଲାରୁ ଏପରି ଘଟଣା ସାମ୍ନାକୁ ଆସିଛି । ବସ୍ତି ଜିଲ୍ଲାର ଦୁବୌଲିୟା ଥାନା ଅନ୍ତର୍ଗତ ଅଞ୍ଚଳରେ ଯୁବକଙ୍କ ସହିତ ୪୪ବର୍ଷୀୟ ମହିଳାଙ୍କ ଝିଅର ବିବାହ ପ୍ରସ୍ତାବ ଆସିଥିଲା । ପରେ କୌଣସି କାରଣରୁ ବିବାହ ପ୍ରସ୍ତାବ ଭାଙ୍ଗିଯାଇଥିଲା । ଯାହାଦ୍ବାରା ଦୁଇ ପରିବାର ମଧ୍ୟରେ ଯୋଗାଯୋଗ ମଧ୍ୟ କରାଯାଉନଥିଲା । କିନ୍ତୁ ସେହି ମହିଳା ଜଣକ ଝିଅ ସହିତ ପ୍ରସ୍ତାବ ପଡିଥିବା ପୁଅ ସହ ଘଣ୍ଟା ଘଣ୍ଟା ଧରି କଥାବର୍ତ୍ତା ହେଉଥିଲେ । ଯାହା ତାଙ୍କ ପରିବାର ଲୋକଙ୍କୁ ଝଣାନଥିଲା । ହଠାତ୍ ସେହି ଯୁବକଙ୍କ ସହିତ ୨୭ଏପ୍ରିଲରେ ଘର ଛାଡି ପଳାଇଥିଲେ ।

ଅନ୍ୟପଟେ ମହିଳାଙ୍କୁ ନପାଇବାରୁ ପରିବାର ଲୋକେ ଥାନାର ଆଶ୍ରୟ ନେଇଥିଲେ । ଗୋଣ୍ଡା ପୋଲିସ ତଦନ୍ତ କରିବା ପରେ ଜଣାପଡିଥିଲା ଯେ, ମହିଳା ଜଣକ ସେହି ପୁଅ ସହ ଫେରାର ହୋଇଥିଲେ ଯାହାଙ୍କ ସହିତ ତାଙ୍କ ଝିଅର ବାହାଘର ପ୍ରସ୍ତାବ ପଡିଥିଲା । ଆଉ ପରେ ଗଢିଉଠିଥିବା ସମ୍ପର୍କ ଭାଙ୍ଗିଯାଇଥିଲା । ପୋଲିସ ସେମାନଙ୍କୁ ଖୋଜୁଥିବା ଜାଣି ଦୁହେଁ ଭୟଭୀତ ହୋଇଯାଇଥିଲେ । ଯାହାଫଳରେ ମହିଳା ଜଣକ ଦୁବୌଲିୟା ଥାନାରେ ଆସି ପହଞ୍ଚି ନିଜର ପରିଚୟ ଦେଇଥିଲେ । ଦୁବୌଲିୟା ଥାନା ଗୋଣ୍ଡା  ଥାନାର ପୋଲିସଙ୍କୁ ଖବର ଦେଇଥିଲେ । ସେମାନେ ସେଠାରୁ ମହିଳାଙ୍କୁ ନେଇ ଗୋଣ୍ଡା ଫେରିଥିଲେ ।

ଅଧିକ ପଚରାଉଚରା ପରେ ମହିଳା ମାନସିକ ସ୍ଥିତି ଠିକ୍ ନଥିବା କାରଣରୁ ଏପରି କରିଛନ୍ତି ବୋଲି ସେ କହିଥିଲେ । ବର୍ତ୍ତମାନ କିନ୍ତୁ ସେ ତାଙ୍କ ସ୍ବାମୀଙ୍କ ପାଖକୁ ଫେରିଯିବାକୁ ଚାହୁଁଛନ୍ତି । ପୋଲିସ ଅଧିକାରୀ କହିଛନ୍ତି ଯେ, ମହିଳାଙ୍କ ତାଙ୍କ ସ୍ବାମୀଙ୍କୁ ହସ୍ତାନ୍ତର କରାଯାଇଛି ଏବଂ ଆଇନଗତ ଭାବରେ ସମ୍ପର୍ଣ୍ଣ ପ୍ରକ୍ରିୟାକୁ ଶେଷ କରାଯିବ ।

You Might Also Like

ମେ ୧ ତାରିଖରୁ ବଦଳିବ ଏହି ସବୁ ନିୟମ

ମୋଦିଙ୍କ ବାସଭବନରେ ବଡ ବୈଠକ

କଠଉରେ ଲୁଚି ରହିଛି ଉତ୍ତମ ସ୍ଵାସ୍ଥ୍ୟ ଜାଣନ୍ତୁ

ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ

କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ଉପରେ କାହିଁକି ଭୁକେ କୁକୁର?

TAGGED:#india#UTKALA KHABARUttarpradesh
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?