Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆମେରିକାରେ ବଢୁଛି ମହାମାରୀ H5N1 ଭାଇରସ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ଆମେରିକାରେ ବଢୁଛି ମହାମାରୀ H5N1 ଭାଇରସ

utkala khabar
Last updated: May 1, 2025 3:53 pm
utkala khabar
Published May 1, 2025
Share
SHARE

ଆମେରିକା ୦୧/୪ : ଆମେରିକାରେ ବ୍ୟାପୁଛି ଏବିୟନ ଇନଫ୍ଲୁଏଞ୍ଜା ଭାଇରସ୍ । H5N1 ଭଳି ଏକ ପ୍ରକାର ପକ୍ଷୀଠାରୁ ବ୍ୟାପୁଥିବା ଜଣାପଡିଛି । ତେଣୁ ଏହି ଭାଇରସକୁ ବାର୍ଡ ଫ୍ଲୁ ମଧ୍ୟ କୁହାଯାଉଛି । ବର୍ତ୍ତମାନ ଭାଇରସ ବ୍ୟାପିବାକୁ ନେଇ ଆମେରିକାର ଚିନ୍ତାକୁ ବଢାଇଦେଇଛି । ସୂଚନାନୁଯାୟୀ ଏହି ଭାଇରସ ବିଶେଷ କରି ଗାଈ ଏବଂ ମଣିଷଙ୍କୁ ସଂକ୍ରମିତ କରୁଛି । ସଂକ୍ରମିତ ପକ୍ଷୀର ମଳ,ଲାଳ ବା ପର ସଂସ୍ପର୍ଶରେ ଆସିବା ଦ୍ବାରା H5N1 ଭାଇରସ ଦ୍ରୁତ ଗତିରେ ବଢିଥାଏ । ସଂକ୍ରିମିତ ପକ୍ଷୀର ମାଂସ ଖାଇବା ଫଳରେ ଏହି ଭାଇରସ ବ୍ୟାପିବାର ସମ୍ଭାବନା ଥାଏ ।

୪୦ରୁ ଅଧିକ ଦେଶର ଗ୍ଲୋବାଲ୍ ଭାଇରସ ନେଟୱାର୍କ ଏହି ମହାମାରୀ ସଂକ୍ରମଣର ବିରୋଧରେ ଏକ ପଦକ୍ଷେପ ନେବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି । ୯୯୫ରୁ ଉର୍ଦ୍ଧ୍ବ ଗାଈ ଏବଂ ୭୦ ଜଣ ଲୋକ ଏହି ଭାଇରସର ପ୍ରଭାବରେ ପ୍ରଭାବିତ ହୋଇଛନ୍ତି । ଯାହାଦ୍ବାରା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ୧୯୯୬ ମସିହାରେ ଚୀନ ପ୍ରଥମେ ହଂସଠାରେ ପରେ କୁକୁଡାଠାରେ ଏହି ଭାଇରସକୁ ଚିହ୍ନଟ କରିଥିଲା । ପରବର୍ତ୍ତୀ ସମୟରେ କୁକୁଡାଙ୍କ ପରେ ମଣିଷଙ୍କୁ ବ୍ୟାପିବା ଆରମ୍ଭ କରିଥିଲା ।

ଯଦିଓ ଏହି ଭାଇରସ ମଣିଷଙ୍କୁ ଶୀଘ୍ର ବ୍ୟାପିନଥାଏ ତଥାପି ମଣିଷଙ୍କ ମୃତ୍ୟୁ ସଂଖ୍ୟା ହାରରେ ବୃଦ୍ଧି ଆଣିଛି । ଅନ୍ୟପଟେ ଆମେରିକାରେ ଏହି ଭାଇରସ ଉପରେ କଡ଼ା ନଜର ରଖାଯାଇଛି । ଏହି ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କୁ ପ୍ରବଳ ଜ୍ବର, କାଶ, ଗଳାରେ ଯନ୍ତ୍ରଣା, ନିଶ୍ବାସ ନେବାରେ କଷ୍ଟ ହେବା ଏବଂ ଶରୀର ବ୍ୟଥା ହେବା ଭଳି ଲକ୍ଷଣ ଦେଖାଦେଇଥାଏ । ଏହି ଭାଇରସର ଲକ୍ଷଣ ପ୍ରାୟତଃ ନିମୋନିଆ ଭଳି ଜଣାପଡିଥାଏ । ଏହି ରୋଗରୁ ରକ୍ଷା ପାଇବାକୁ ହେଲେ ସଂକ୍ରମିତ ପଶୁଙ୍କଠାରୁ ଦୂରେଇ ରହିବା ଆବଶ୍ୟକ ।

କୁକୁଡା ଚାଷ କରୁଥିବା ବ୍ୟକ୍ତି ସତର୍କତା ଅବଲମ୍ବନ କରି ମାସ୍କ ପିନ୍ଧି ଫାର୍ମରେ କାମ କରିବା ଉଚିତ୍ । ଯଦି କୌଣସି ସାମାନ୍ୟ ଲକ୍ଷଣ ଦେଖାଦେଉଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ୍ । ଏହା ବ୍ୟତୀତ ସରକାର ଏବଂ ସ୍ବାସ୍ଥ୍ୟ ଏଜେନ୍ସି  ଜାରି କରିଥିବା ନିର୍ଦ୍ଦେଶାବଳୀକୁ ଅନୁକରଣ କରି ପାଳନ କରିବା ଜରୁରୀ ।

You Might Also Like

କ୍ୟାବିନେଟ୍ ଖବର ପଢ଼ି ଶୁଣେଇବ AI ଆଙ୍କରକୁ ଲଞ୍ଚ କଲେ ଆସାମ ସରକାର

ଭୟଙ୍କର କରୋନାର ନୂଆ ଭାରିଆଣ୍ଟ, ଜାଣନ୍ତୁ ଲକ୍ଷଣ

ଟିମ୍ କୁକଙ୍କୁ ମନାକଲେ ଟ୍ରମ୍ପ, ଭାରତରେ ତିଆରି ହେବ ନାହିଁ ଆଇଫୋନ୍

ମୁଖ୍ୟମନ୍ତ୍ରୀମାନଙ୍କୁ କାହିଁକି ଏମିତି ନିର୍ଦ୍ଦେଶ ଦେଲେ ଅମିତ ଶାହ?

ପହଲଗାମ ଆକ୍ରମଣ ପରେ ବନ୍ଦ ହେଲା ୪୮ ରିସୋର୍ଟ ଏବଂ ପର୍ଯ୍ୟଟକ ସ୍ଥଳ

TAGGED:#utkal khabaramericaH5N1International newsVirus
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?