Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଚଳିତ ରଥଯାତ୍ରା ପାଇଁ ଖର୍ଚ୍ଚ ହେବ ୧୪ ଲକ୍ଷ ଟଙ୍କା
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ଚଳିତ ରଥଯାତ୍ରା ପାଇଁ ଖର୍ଚ୍ଚ ହେବ ୧୪ ଲକ୍ଷ ଟଙ୍କା

utkala khabar
Last updated: May 2, 2025 3:47 pm
utkala khabar
Published May 2, 2025
Share
SHARE

ରାଜ୍ୟ ୦୨/୫ : ଚଳିତ ରଥଯାତ୍ରାକୁ ଆହୁରି ଶୃଙ୍ଖଳିତ ଓ ସୂଚାରରୂପେ ଶେଷ କରିବାକୁ ପ୍ରଥମ ଥର ପାଇଁ ମୁତୟନ ହେବେ ଘରୋଇ ସୁରକ୍ଷା କର୍ମୀ । ଏମାନେ ରଥଯାତ୍ରା ବେଳେ ବିଭିନ୍ନ ପାର୍କିଂସ୍ଥଳ ଜଗିବେ । ଯାନବାହନ ନିୟନ୍ତ୍ରଣରେ ସାହାଯ୍ୟ କରିବେ । ଏଥିପାଇଁ ଖର୍ଚ୍ଚ ହେବ ୧୪ ଲକ୍ଷ ୧୬ ହଜାର ଟଙ୍କା । ରଥଯାତ୍ରା ଇତିହାସରେ ଏଭଳି ପ୍ରଥମ ଘଟଣା ଘଟିବାକୁ ଯାଉଛି । ରଥଯାତ୍ରା ପ୍ରସ୍ତୁତି ବୈଠକରେ ଏଭଳି ନିଷ୍ପତ୍ତି ହେବା ପରେ ପୁରୀ ଏସ୍‌ପି ଅତିରିକ୍ତ ଡିଜିଙ୍କୁ ଚିଠି ଲେଖିଛନ୍ତି । ଅନ୍ୟପଟେ ବୈଠକର ଏହି ନିଷ୍ପତ୍ତିକୁ ସାଧାରଣରେ ଗ୍ରହଣ କରାଯାଇପାରୁନାହିଁ । ବିଭିନ୍ନ ମହଲରେ ଏହାକୁ ତୀବ୍ର ସମାଲୋଚନା କରାଯାଉଛି । ସବୁବେଳେ ପାର୍କିଂରେ ଗାଡ଼ି ରଖି ଭକ୍ତମାନେ ବଡ଼ଦାଣ୍ଡରେ ପହଞ୍ଚିଥାନ୍ତି । କିନ୍ତୁ ପାର୍କିଂ ସ୍ଥାନରେ ଏହି ଘରୋଇ ସୁରକ୍ଷାକର୍ମୀଙ୍କର କ’ଣ ଆବଶ୍ୟକତା ପଡ଼ିଲା ସେ ନେଇ ପ୍ରଶ୍ନ ଉଠିଛି ।

ଏହାର ଉତ୍ତରରେ ପୋଲିସ କହିଛି ଯେ, ଗାଡ଼ିଗୁଡ଼ିକର ସୁରକ୍ଷାର ଆବଶ୍ୟକତା ରହିଛି । ତେଣୁ ପାର୍କିଂ ସ୍ଥାନରେ ଅନେକ ସମୟରେ ଗାଡ଼ିଗୁଡ଼ିକ ନିରାପଦରେ ରହୁ ନଥିବାରୁ ଏଭଳି ବ୍ୟବସ୍ଥା କରାଯାଇଛି ।ଅନ୍ୟପଟେ ଏ ନେଇ ଆଇନଜୀବୀ ଦେବାଶିଷ ଦାସ କହିଛନ୍ତି, ଗୋଟିଏ ପାର୍କିଂ ଜାଗାରେ ଯଦି ଦୁଇ ଜଣ ସୁରକ୍ଷାକର୍ମୀ ରୁହନ୍ତି ତେବେ ୧୦ଟି ଜାଗାରେ ୨୦ ଜଣ ରହିବେ। ୨୦ ଜଣଙ୍କୁ ୯ ଦିନ ପାଇଁ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ? ଯଦି ଅଧିକ ସୁରକ୍ଷା କର୍ମୀ ନେବେ ତେବେ ସ୍ଥାନୀୟ ଯୁବକଙ୍କୁ ସୁଯୋଗ ଦିଅନ୍ତୁ ।  ସେମାନେ ରୋଜଗାରକ୍ଷମ ହେବେ।  ପାର୍କିଂ ଜାଗାରେ ସିସିଟିଭି ଲଗାଇଲେ ସୁରକ୍ଷା ବଢ଼ିବ ଓ କମ୍‌ ଖର୍ଚ୍ଚ ହେବ।

 

You Might Also Like

ଖରାଦିନେ ଭେଣ୍ଡି ଖାଇଲେ ଦେହ ପାଇଁ ଉପକାରୀ ଅଟେ

୪ ଦିନିଆ ରିମାଣ୍ଡରେ ଜ୍ୟୋତି ମାଲହୋତ୍ରା, ମାରାଥନ ଜେରା କରୁଛି ତଦନ୍ତକାରୀ ଟିମ

ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା, ଚଳିତ ମାସରେ ପୁନର୍ଗଠନ ହେବ ସ୍ଵୟଂ ସହାୟକ ଗୋଷ୍ଠୀ

ମହିଳାଙ୍କ ପାଦରୁ ମୁଦି ହଜିବା ଶୁଭ ନା ଅଶୁଭ? ଜାଣନ୍ତୁ

ହାଇ ଆଲର୍ଟରେ ସମ୍ବଲପୁର, ଆଇନଶୃଙ୍ଖଳା ଦାୟିତ୍ୱରେ ରହିବେ ୨୦୦ ପ୍ଲାଟୁନ ପୋଲିସ ଫୋର୍ସ

TAGGED:#odisha#puri#UTKALA KHABARRatha yatra
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?