Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆସନ୍ତାକାଲି ବାଜିବ ସାଇରନ୍, ଜାଣନ୍ତୁ ଏହି ସମୟରେ ଭୟଭୀତ ନ ହୋଇ କରିବେ କଣ ?
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ଆସନ୍ତାକାଲି ବାଜିବ ସାଇରନ୍, ଜାଣନ୍ତୁ ଏହି ସମୟରେ ଭୟଭୀତ ନ ହୋଇ କରିବେ କଣ ?

utkala khabar
Last updated: May 6, 2025 6:01 pm
utkala khabar
Published May 6, 2025
Share
SHARE

ଭାରତ ୦୬/୫ : ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ପାଇଁ ଆସନ୍ତାକାଲି ଓଡ଼ିଶାର ୧୨ଟି ସ୍ଥାନରେ ହେବ ମକଡ୍ରିଲ୍‌ । ଆକାଶରୁ ହମଲା ହେଲେ କେମିତି ସାଇରନ୍ ବାଜିବ, କାଲି ତାର ପୂର୍ବାଭ୍ୟାସ କରାଯିବ । ଏହି ମକଡ୍ରିଲରେ ସାଧାରଣ ଲୋକ ଓ ଛାତ୍ରଛାତ୍ରୀ ସାମିଲ ହେବେ । ଅଚାନକ ଆକ୍ରମଣ ହେଲେ କିଭଳି ନିଜକୁ ରକ୍ଷା କରିବେ ତାର ଅଭ୍ୟାସ ଏହି ମକଡ୍ରିଲରେ କରାଯିବ । ଏପରି ସ୍ଥଳରେ ଯୁଦ୍ଧ ସାଇରନ୍ କ’ଣ, କିପରି ଶୁଭେ ଏବଂ ସାଇରନ ଶୁଭିଲେ କ’ଣ କରିବେ ଜାଣିରଖିବା ଜରୁରୀ ।

ସାଇରନ୍ ଶୁଭିଲେ କ’ଣ କରିବେ ?

୧ . ୫ ରୁ ୧୦ ମିନିଟ୍ ଭିତରେ ସୁରକ୍ଷିତ ସ୍ଥାନକୁ ଚାଲିଯିବେ

୨ .ଟିଭି, ରେଡିଓ ଓ ସରକାରୀ ଆଲର୍ଟ ପ୍ରତି ଧ୍ୟାନ ଦେବେ

୩ . ଗୁଜବକୁ ଧ୍ୟାନ ନଦେଇ କେବଳ ଅଧିକାରୀକ ସୂଚନା ଉପରେ ଭରସା ରଖିବେ

୪ .ପ୍ରାଶାସନିକ ନିର୍ଦ୍ଦେଶକୁ ପାଳନ କରିବେ

୫ .ଶାନ୍ତ ରହିବେ, ବିବ୍ରତ ହେବେନି

ଅନ୍ୟପଟେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ୧୨ଟି ସ୍ଥାନରେ ହେବା ପରେ ଆଗକୁ ଗାଁରେ ବି ହେବ ମକଡ୍ରିଲ୍‌ । କାଲିଠୁ ପର୍ଯ୍ୟାୟ କ୍ରମେ ସପ୍ତାହେ ଧରି କାର୍ଯ୍ୟକ୍ରମ ଚାଲିବ । ବୁଧବାର ଉପକୂଳବର୍ତ୍ତୀ ଜିଲ୍ଲା, ସହରାଞ୍ଚଳରେ ହେବ ମକ୍ ଡ୍ରିଲ୍ । ଯୁଦ୍ଧ ସମୟରେ କ’ଣ କରିବାକୁ ପଡେ, ତା ଉପରେ ଆଡଭାଇଜରୀ ମଧ୍ୟ ଆସିବ । ଓଡ୍ରାଫ, ଅଗ୍ନିଶମ, ଓଡ଼ିଶା ପୋଲିସ, ଅର୍ଦ୍ଧ ସାମରିକ ବାହିନୀଙ୍କର ମକଡ୍ରିଲ୍‌ରେ ଭୂମିକା ରହିବ ।

ଏହା ମଧ୍ୟ କହିଛନ୍ତି ଶତ୍ରୁପକ୍ଷ ବିମାନ ଆକ୍ରମଣ କଲେ କ’ଣ କରାଯିବ ଜଣାଇଦିଆଯିବ । ମକ ଡ୍ରିଲ ଆରମ୍ଭ ପୂର୍ବରୁ ପାଖାପାଖି ୫ ମିନିଟ୍ ଧରି ସାଇରନ୍ ବାଜିବ ।ଏହାପରେ ଯାଇ ମକ୍ ଡ୍ରିଲ୍ ଆରମ୍ଭ କରାଯିବ । ମକ ଡ୍ରିଲ୍ ସରିଲା ପରେ ଆଉ ଥରେ ସାଇରନ୍ ବାଜିବ ।

ତେବେ ଜନସାଧାରଣ ଭୟଭୀତ ହେବାର କୌଣସି କାରଣ ନାହିଁ । ଏଭଳି ପରିସ୍ଥିତିରେ ଆମକୁ ସଜାଗ ରହିବା ସହ ସାମ୍ନା କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ଆସନ୍ତାକାଲି ଅପରାହ୍ଣ ୪ଟାରେ ମକଡ୍ରିଲ ହେବ,ଏହା ୭ ଦିନ ଧରି ଚାଲିବ । ମକ୍‌ଡ୍ରିଲ ସମୟରେ ୫ ମିନିଟ୍ ଧରି ବାଜିବ ସାଇରନ୍ । ଏନେଇ ୧୨ ଜିଲ୍ଲାର ଜିଲ୍ଲାପାଳ ଓ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି ଗୃହ ସଚିବ ସତ୍ୟବ୍ରତ ସାହୁ ।

 

You Might Also Like

୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା

ଭୂକମ୍ପ ଝଟକାରେ ପୁରା ଥରି ଉଠିଲା ଆମେରିକା

ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ପଡିବାରୁ ୪ ଜଣଙ୍କ ମୃତ୍ୟୁ

ପହଲଗାମ ଆକ୍ରମଣ ପରେ ବନ୍ଦ ହେଲା ୪୮ ରିସୋର୍ଟ ଏବଂ ପର୍ଯ୍ୟଟକ ସ୍ଥଳ

ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ବୈଭବ ସୂର୍ଯ୍ୟବଂଶୀ

TAGGED:#india#pakisthanMock drillsNational newsSirenUkkala khabarwar
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?