Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ମାହାଙ୍ଗା ପଡିଲା ବସ ଦୁର୍ଘଟଣା କରି ଖସିଯିବା
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ମାହାଙ୍ଗା ପଡିଲା ବସ ଦୁର୍ଘଟଣା କରି ଖସିଯିବା

utkala khabar
Last updated: May 6, 2025 5:06 pm
utkala khabar
Published May 6, 2025
Share
SHARE

ରାଜନଗର ୦୬/୫ : ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଞ୍ଚାୟତର ବଡକୋଲ୍ଲା(ଚଡ଼ଦିଆ)ଗ୍ରାମର ଲୋକମାନେ ରାଜନଗର ତାଳଚୁଆ ରାସ୍ତାର ଚକ୍ରବର୍ତ୍ତୀ ଠାରେ ଏକ ଘରୋଇ ବସ କୁ ଅଟକାଇଥିଲେ ! ଖବର ପାଇ ରାଜନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ ! ଲୋକଙ୍କୁ ବୁଝାସୁଝା କରିବା ପରେ ଲୋକମାନେ ବସକୁ ଛାଡିଥିଲେ ! ଗତକାଲି ଅର୍ଥାତ ସୋମବାର ଦିନ ବଡ଼କୋଲ୍ଲା ଗ୍ରାମର ୨ ଜଣ ଅଙ୍ଗନବାଡି କର୍ମୀ ଟ୍ରେନିଂ ନେଇ ସ୍କୁଟରେ ଘରକୁ ଫେରୁଥିବା ବେଳେ ମଲିଆବୁଦା ଗାଁ ନିକଟରେ ଏକ ଅଟୋ କୁ ଓଭରଟେକ କରି ଦ୍ରୁତଗତିରେ ଯାଉଥିବା (ନାୟକ) ବସଟି ସ୍କୁଟିକୁ ଧକ୍କା ଦେଇଥିଲା ! ଯାହା ଫଳରେ ୨ ଅଙ୍ଗନବାଡି କର୍ମୀ ଗୁରୁତର ଆହତ ହୋଇ ତାଙ୍କର ହାତ ଭାଙ୍ଗିଯିବା ସହ ବିଭିନ୍ନ ସ୍ଥାନରେ ଖେତାକ୍ତ ହୋଇଥିଲେ ! ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଣିଥିଲେ ! ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା ! ଜଣଙ୍କ ହାତ ପ୍ଳାଷ୍ଟର କେନ୍ଦ୍ରାପଡ଼ାରେ ଥିବାବେଳେ ଆଉ ଜଣେ ଅଙ୍ଗନବାଡି କର୍ମୀଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ! ବସଟି ଦୁର୍ଘଟଣା ଘଟାଇ ଦ୍ରୁତଗତିରେ ଚାଲିଯାଇଥିଲା ! ସେଇ ପ୍ରତିବାଦରେ ମଙ୍ଗଳବାର ଅର୍ଥାତ ଆଜି ଗାଁ ଲୋକମାନେ ବସ କୁ ଅଟକାଇଥିଲେ ! ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବସ ମାଲିକ ସହିତ କଥା ହୋଇ ବସଟିକୁ ଛାଡିଦେଇଥିଲେ ! ଲୋକେମାନେ ଦାବି କରିଛନ୍ତି ଏହି ଘଟଣାର ବସ ମାଲିକ ତୁରନ୍ତ ସମାଧାନ ନ କଲେ ଆଗାମୀ ଦିନରେ ବସ ଚାଲିପାରିବ ନାହିଁ !

You Might Also Like

କାହିଁକି ବିଗବି କେବିସି ଛାଡ଼ିବେ ? କିଏ କରିବେ ହୋଷ୍ଟ ?

ପାକିସ୍ତାନକୁ IMF ପାଣ୍ଠିର ସହାୟତା ପ୍ରଦାନ କଲା

ମୁଖ୍ୟମନ୍ତ୍ରୀମାନଙ୍କୁ କାହିଁକି ଏମିତି ନିର୍ଦ୍ଦେଶ ଦେଲେ ଅମିତ ଶାହ?

ଖରା ଦିନେ ଘିମିରି ସମସ୍ୟାରୁ କିପରି ମୁକ୍ତି ପାଇବେ ଜାଣନ୍ତୁ

ରାଜଧାନୀରେ ବାଜିଲା ସାଇରନ, ଅପରାହ୍ନ ୪ଟାରୁ ୪ଟା ୩୦ ଯାଏ ମକଡ୍ରିଲ

TAGGED:#odisha#UTKALA KHABARBus accidentCaseRajnagar
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?