Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ପାକିସ୍ତାନକୁ ଏପରି କଡ଼ା ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ ମୋଦି
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ପାକିସ୍ତାନକୁ ଏପରି କଡ଼ା ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ ମୋଦି

utkala khabar
Last updated: May 13, 2025 7:22 am
utkala khabar
Published May 13, 2025
Share
SHARE

ଭାରତ ୧୩/୫ : ପରେସନ ସିନ୍ଦୂର’ ପରେ ଆଜି ପ୍ରଥମ ଥର ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜର ସମ୍ବୋଧନରେ ଆତଙ୍କବାଦ ବିରୋଧରେ ପରକ୍ରମୀ ଭାରତୀୟ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିବା ସହ ଆତଙ୍କବାଦର ଚରାଭୂଇଁ ପାକିସ୍ତାନକୁ କଡ଼ା ଜବାବ ଦେଇ ମୋଦି କହିଛନ୍ତି ଯେ, ଆମେ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ବର୍ତ୍ତମାନ କେବଳ ସ୍ଥଗିତ ରଖିଛୁ । ଦେଖୁଛୁ, ତାର ପରବର୍ତ୍ତୀ ଆଚରଣ କ’ଣ ରହୁଛି । ଯଦି ସେପଟୁ ଆକ୍ରମଣ ହୁଏ, ତେବେ ଏହାର ଜୋରଦାର ଜବାବ ଦିଆଯିବ ।

ଏକାଠି ବହିବନି ରକ୍ତ ଓ ପାଣି

ପାକିସ୍ତାନ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆତଙ୍କବାଦ ଓ କଥାବାର୍ତ୍ତା ଏକାସଙ୍ଗେ ଚାଲି ପାରିବନି । ରକ୍ତ ଓ ପାଣି ଏକାଠି ବହି ପାରିବନି । ଆତଙ୍କବାଦ ଓ ବାଣିଜ୍ୟ ଏକାଠି ଚାଲି ପାରିବନି । ଯଦି ପାକିସ୍ତାନ ସହ କଥା ହେବୁ ତେବେ କେବଳ ‘ଆତଙ୍କବାଦ’ ଏବଂ ‘ପାକ୍‌ ଅଧିକୃତ କାଶ୍ମୀର’ (POK) ପ୍ରସଙ୍ଗରେ ହେବୁ । ଏଥିସହ ଭାରତ ପରମାଣୁ ବ୍ଲାକମେଲିଂ ଆଦୌ ସହ୍ୟ କରିବ ନାହିଁ ବୋଲି ଦୃଢ ସ୍ୱରରେ କହିଛନ୍ତି ମୋଦି ।

ପାକିସ୍ତାନ ଛାତିରେ ଆକ୍ରମଣ

ପ୍ରଧାନମନ୍ତ୍ରୀ ମୋଦି ‘ଅପରେସନ ସିନ୍ଦୂର’ ପାଇଁ ଭାରତୀୟ ସେନା, ଗୁଇନ୍ଦା ସଂସ୍ଥାକୁ ପ୍ରଶଂସା କରି କହିଛନ୍ତି ଯେ, ପହଲଗାମରେ ଆତଙ୍କବାଦୀ ବର୍ବରକାଣ୍ଡ ଘଟାଇଲେ । ଛୁଟି କାଟିବାକୁ ଯାଇଥିବା ନିର୍ଦ୍ଦୋଷଙ୍କୁ ତାଙ୍କ ପରିବାର ଆଗରେ ହତ୍ୟା କଲେ । ଏହା ସବୁଠୁ ବଡ଼ ବୀଭତ୍ସ ଓ କ୍ରୁର ଥିଲା । ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ସବୁ ସମାଜ, ସବୁ ଦଳର ସ୍ୱର ଉଠିଥିଲା । ମାଆ, ଭଉଣୀଙ୍କ ମୁଣ୍ଡରୁ ଯେଉଁ ସିନ୍ଦୂର ହଜିଥିଲା ତାର ପ୍ରତିଶୋଧ ନେବାକୁ ମେ’ ୭ ସକାଳେ କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ପ୍ରତିଜ୍ଞା ନେଇଥିଲୁ । ଆମେ ପାକିସ୍ତାନର ଛାତି ଉପରେ ଆକ୍ରମଣ କରିଲୁ । ଆତଙ୍କୀ ତାଲିମ୍ କେନ୍ଦ୍ରକୁ ସଠିକ୍ ଟାର୍ଗେଟ କଲୁ, ଯାହାକୁ ଆତଙ୍କବାଦୀମାନେ ସ୍ୱପ୍ନରେ ସୁଦ୍ଧା ଭାବି ନଥିବେ ।

ପାକିସ୍ତାନର ଆତଙ୍କୀ ଆଡ୍ଡା ଉପରେ ମିଜାଇଲ୍ ମାଡ଼ ହେଲା । ବାହାୱଲପୁର, ମୋରିଡିକ ଆତଙ୍କୀ ଆଡ୍ଡାକୁ ମାଟିରେ ମିଶାଇଲୁ । ଏଥିରେ ଶହେରୁ ଊର୍ଦ୍ଧ୍ବ କୁଖ୍ୟାତ ଆତଙ୍କବାଦୀ ନିପାତ ହୋଇଛନ୍ତି । ଏମାନେ ଖୋଲାଖୋଲି ପାକିସ୍ତାନରେ ବୁଲୁଥିଲେ ଏବଂ ଭାରତ ବିରୋଧରେ ଷଡଯନ୍ତ୍ର ରଚୁଥିଲେ । ଭାରତର ଏଭଳି କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନରେ ହତାଶା ଖେଳିଗଲା । ପାକିସ୍ତାନ ଆତଙ୍କବାଦ ବିରୋଧରେ ନ ଲଢ଼ି ଆମ ବିରୋଧରେ ଲଢ଼ିଲା । ସ୍କୁଲ, ଧର୍ମାନୁଷ୍ଠାନ, ସାଧାରଣ ଲୋକଙ୍କ ଘରକୁ ଟାର୍ଗେଟ କଲା । ମାତ୍ର ଏଥିରେ ପାକିସ୍ତାନ ସଫଳ ହେଲାନି ।  ପାଲଟା ଆକ୍ରମଣରେ ପାକିସ୍ତାନର ଏୟାରବେସ୍  ଧ୍ୱଂସ ପାଇଲା ।

ଆତଙ୍କବାଦ ବିରୋଧରେ ଜିରୋ ଟଲେରାନ୍ସ

ଏହାପରେ ପାକିସ୍ତାନ ବଞ୍ଚିବା ପାଇଁ ରାସ୍ତା ଖୋଜିଲା ଏବଂ ବିଶ୍ଵ ଦରବାରର ଦ୍ଵାରସ୍ଥ ହେଲା । ମେ’ ୧୦ରେ ପାକିସ୍ତାନ ଅସ୍ତ୍ରବିରତି ପାଇଁ ଆମ DGMOଙ୍କୁ ଫୋନ୍ କଲା । ବର୍ତ୍ତମାନେ ଆମେ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ କେବଳ ସ୍ଥଗିତ ରଖିଛୁ । ପାକିସ୍ତାନର ପରବର୍ତ୍ତୀ ଆଚରଣ କଣ ରହୁଛି ଦେଖୁଛୁ । ସର୍ଜିକାଲ ଷ୍ଟ୍ରାଇକ୍ ପରେ ଅପରେସନ ସିନ୍ଦୂର ଭାରତର ନୀତି । ଯଦି ଆତଙ୍କୀ ଆକ୍ରମଣ ହୁଏ ଜୋରଦାର ଜବାବ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଏହାସହିତ ଆତଙ୍କୀଙ୍କ ଶେଷକୃତ୍ୟରେ ପାକିସ୍ତାନ ସେନା ଯୋଗ ଦେବା ଏହି ରାଷ୍ଟ୍ର ଆତଙ୍କବାଦ ପ୍ରାୟୋଜିତ ବୋଲି ପ୍ରମାଣିତ କଲା ବୋଲି ସେ କହିଛନ୍ତି।

ଭାରତର ଶକ୍ତି ଦେଖାଇଲା ‘ଅପରେସନ ସିନ୍ଦୂର’

ଅପରେସନ ସିନ୍ଦୂରର ସଫଳତା ବଖାଣି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଅପରେସନ ନୂଆ ଦିଗ ଦେଖାଇଲା । ଭାରତ ଅପରେସନ ସିନ୍ଦୂର ମାଧ୍ୟମରେ ସ୍ଵଦେଶୀ  ଜ୍ଞାନ କୌଶଳର ଶକ୍ତି ଦେଖାଇଲା । ଆତଙ୍କବାଦ ବିରୋଧରେ ଆମର ଏକତା ସବୁଠୁ ବଡ଼ ଶକ୍ତି ଏବଂ ଆତଙ୍କବାଦ ବିରୋଧରେ ଜିରୋ ଟଲେରାନ୍ସ ଆମ ଗ୍ୟାରେଣ୍ଟି । ଯେଉଁ ଆତଙ୍କବାଦୀଙ୍କୁ ପାକିସ୍ତାନ ପୋଷୁଛି, ସେମାନେ ହିଁ ତାକୁ ଧ୍ବଂସ କରିବେ ବୋଲି କହିଛନ୍ତି ମୋଦି ।

You Might Also Like

କାଶ୍ମୀର ଆକ୍ରମଣ କାରଣରୁ ସାଉଦି ଆରବ ଗସ୍ତ ଅଧାରୁ ଫେରିଲେ ପ୍ରଧାନମନ୍ତ୍ରୀ ମୋଦି

ଅଯୋଧ୍ୟାର ହନୁମାନଗଢି ମନ୍ଦିରରେ ଦର୍ଶନ କଲେ ବିରାଟ ଓ ଅନୁଷ୍କା

ପ୍ରତି ମାସରେ ୩୦ ଦିନ ପାଇଁ କାହିଁକି ଆସେ ଦରମା? ଜାଣନ୍ତୁ

ଆଜିର ଦିନଟି ଆପଣଙ୍କ ପାଇଁ କେମିତି କଟିବ ରାଶିଫଳରୁ ଜାଣନ୍ତୁ

୨୪ରୁ ନୂଆ ରାସନ କାର୍ଡ ବାଣ୍ଟିବେ ସରକାର, ପୁରୀରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

TAGGED:#india#pakisthan#pm modi#UTKALA KHABARBlood and water flowInternational newsWar terrorist
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?