ଭାରତ ୧୫/୫ : ଦିଲ୍ଲୀ ଓ ଇସଲାମାବାଦ ମଧ୍ୟରେ ଉତେଜନା ଲାଗି ରହିଥିବା ବେଳେ ପାକିସ୍ତାନର ପ୍ରଚାର ଲାଗି ରହିଥିବା ବେଳେ ପାକିସ୍ତାନର ପ୍ରଚାର ଓ ଅସତ୍ୟ ସୂଚନା ପ୍ରସାରକୁ ନେଇ ଭାରତ ବୁଧବାର ସିନହୁଆ ନ୍ୟୁଜ୍ ଏଜେନ୍ସି ଓ ଗ୍ଲୋବାଲ୍ ଟାଇମ୍ସର ଅଫିସିଆଲ ହ୍ୟାଣ୍ଡେଲକୁ ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସରେ ନିଷିଦ୍ଧ କରିଛି। ସେହିଭଳି ତୁର୍କୀର ସରକାରୀ ଚ୍ୟାନେଲ୍ ଟିଆର୍ଟିର ଏକ୍ସ ଆକଉଣ୍ଟ୍କୁ ମଧ୍ୟ ଭାରତରେ ନିଷିଦ୍ଧ କରାଯାଇଛି। ଚୀନ୍ରେ ଥିବା ଭାରତୀୟ ଦୂତାବାସ ସ୍ଥାନୀୟ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ଅସତ୍ୟ ତଥ୍ୟ ପୋଷ୍ଟ କରିବା ଏବଂ ସୋସିଆଲ ମିଡିଆରେ ଭୁଲ ସୂଚନା ପ୍ରଚାର ନ କରିବାକୁ ଚେତାବନୀ ଦେବାର କିଛି ଦିନ ପରେ ଏହି ଘଟଣା ଘଟିଛି।
ଦିଲ୍ଲୀ ଓ ଇସଲାମାବାଦ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ପାକିସ୍ତାନର ପ୍ରଚାର ଓ ଅସତ୍ୟ ସୂଚନା ପ୍ରସାରକୁ ନେଇ ଭାରତ ସିନହୁଆ ନ୍ୟୁଜ୍ ଏଜେନ୍ସି ଓ ଗ୍ଲୋବାଲ୍ ଟାଇମ୍ସର ଅଫିସିଆଲ ହ୍ୟାଣ୍ଡେଲକୁ ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସରେ ନିଷିଦ୍ଧ କରିଛି।
ଅପରେସନ ସିନ୍ଦୂର ପରେ ଇସଲାମାବାଦ ତିନୋଟି ଲଢୁଆ ବିମାନକୁ ଖସାଇ ଦେଇଥିବା ଖବର ପ୍ରକାଶ ପାଇବା ପରେ ଭାରତ ଗ୍ଲୋବାଲ ଟାଇମ୍ସକୁ ତଥ୍ୟ ଯାଞ୍ଚ କରିବାକୁ ଅନୁରୋଧ କରିଥିଲା। ଉଭୟ ସିନହୁଆ ଓ ଗ୍ଲୋବାଲ୍ ଟାଇମ୍ସ ଚୀନ୍ କମ୍ୟୁନିଷ୍ଟ ପାର୍ଟିର ମୁଖପତ୍ର। ଅନ୍ୟପକ୍ଷରେ ତୁର୍କୀର ଟିଆର୍ଟି ଚ୍ୟାନେଲ ଲଗାତାର ଭାରତ ବିରୋଧୀ ଅପପ୍ରଚାର କରିଆସୁଥିଲା। ଦୂତାବାସ ପକ୍ଷରୁ ଏକ୍ସ୍ରେ କୁହାଯାଇଛି ଯେ, ଗଣମାଧ୍ୟମ ସଂସ୍ଥାମାନେ ସତ୍ୟ ଯାଞ୍ଚ ନ କରି ଏଭଳି ମିଥ୍ୟା ତଥ୍ୟ ପ୍ରକାଶ କରିବା ଦାୟିତ୍ୱଶୀଳ ସାମ୍ବାଦିକତାର ପରିପନ୍ଥୀ। ପାକିସ୍ତାନ ସମର୍ଥକମାନେ ଅପରେସନ ସିନ୍ଦୂର ପରିପ୍ରେକ୍ଷୀରେ ଭିତ୍ତିହୀନ ଦାବି ପ୍ରଚାର କରୁଛନ୍ତି, ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଦୂତାବାସ ପକ୍ଷରୁ ଅଭିଯୋଗ କରାଯାଇଛି। ବାହାଵଲପୁର ନିକଟରେ ଏକ ରାଫେଲ ବିମାନକୁ ଗୁଳିକରି ଖସାଇ ଦିଆଯାଇଛି ବୋଲି ପାକିସ୍ତାନୀ ଆକାଉଣ୍ଟରେ ପ୍ରସାରିତ ଅସତ୍ୟ ଦାବି ଭାଇରାଲ ହୋଇଥିଲା। ପିଆଇବି ଫ୍ୟାକ୍ଟ ଚେକ୍ ଟିମ୍ ଏହି ଫଟୋଗୁଡ଼ିକୁ ପୁରୁଣା ଓ ବିଭ୍ରାନ୍ତିକର ବୋଲି କହି କହିଛି।