ଓଡ଼ିଶା ୧୬/୫ : ଭାରତ ଏବଂ ତୁର୍କୀ ମଧ୍ୟରେ ବଢୁଛି ତିକ୍ତତା । ତୁର୍କୀ ସେଓକୁ ବର୍ତମାନ ଶୁଣାଯାଉଛି ବହୁତ ଶୀଘ୍ର ବନ୍ଦ କରାଯିବ । କାରଣ ଭାରତ-ପାକିସ୍ତାନ ଯୁଦ୍ଧ ପରେ ଏବେ ହାସ୍ ଟ୍ୟାଗ୍ ବଏକଟ୍ ତୁର୍କୀ ଟ୍ରେଣ୍ଡ କରୁଥିବା ବେଳେ ଧିରେଧିରେ ବଡ ବଡ଼ ବ୍ୟବସାୟୀମାନେ ମଧ୍ୟ ଏହି ଟ୍ରେଣ୍ଡରେ ସାମିଲ ହୋଇ ତୁର୍କୀକୁ ପାନେ ଦେବାକୁ ଅଣ୍ଟା ଭିଡ଼ିଛନ୍ତି । ତୁର୍କୀ ଭାରତର ଉପରେ ଅନେକ ନିର୍ଭରଶୀଳ ଥିବା ବେଳେ ଏବେ ତୁର୍କୀକୁ ବ୍ୟବସାୟିକ ସ୍ତରରେ ଝଟକା ଦେବାକୁ ଆରମ୍ଭ ହୋଇଛି ଆକ୍ସନ ।
ତୁର୍କୀରୁ ଭାରତକୁ ସେଓ, ମାର୍ବଲ, ଲେମ୍ବୁ ଓ ସିମେଣ୍ଟ ଆସିଥାଏ । ଭାରତ ତୁର୍କୀଠୁ ମୁହଁ ଫେରାଇବା ପରେ ପ୍ରଥମ ଝଟକା ଲାଗିଛି ତୁର୍କୀ ସେଓ ଉପରେ । ତୁର୍କୀରୁ ଆସୁଥିବା ସେଓକୁ ବଏକଟ୍ କରିଛନ୍ତି ଲୋକ । ଆଉ ଆଗକୁ ତୁର୍କୀର ମାର୍ବଲ ମାର୍କେଟ ଉପରେ ମଧ୍ୟ ହେବ ବଡ଼ ପ୍ରହାର । କାରଣ ଭାରତକୁ ୭୦% ମାର୍ବଲ ତୁର୍କୀରୁ ଆସେ ।