Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଦୁବାଇ, ଇଣ୍ଡୋନେସିଆ ଏବଂ ଥାଇଲାଣ୍ଡ୍ ମାଗଣାରେ ବିଦେଶ ବୁଲୁଥିଲେ ୟୁଟ୍ୟୁବର୍ ଜ୍ୟୋତି
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ଦୁବାଇ, ଇଣ୍ଡୋନେସିଆ ଏବଂ ଥାଇଲାଣ୍ଡ୍ ମାଗଣାରେ ବିଦେଶ ବୁଲୁଥିଲେ ୟୁଟ୍ୟୁବର୍ ଜ୍ୟୋତି

utkala khabar
Last updated: May 19, 2025 11:54 am
utkala khabar
Published May 19, 2025
Share
SHARE

ଭାରତ ୧୯/ ୫ : ଭାରତର ଝିଅ ହୋଇ ଭାରତକୁ ଧୋକା ଦେଲେ ଜ୍ୟୋତି ମାଲହୋତ୍ରା। ‘Travel with JO’ ନାମକ ୟୁଟ୍ୟୁବ୍ ଚ୍ୟାନେଲ୍ ହ୍ୟାଣ୍ଡେଲ୍ କରୁଥିବା ଜ୍ୟୋତି ମାଲହୋତ୍ରା ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିଲେ । ଟ୍ରାଭେଲ୍ ବ୍ଲଗ୍ କରୁ କରୁ ଶତ୍ରୁଦେଶ ପାଇଁ କାମ କରିବା ଆରମ୍ଭ କରିଥିଲେ ଏହି ଯୁବତୀ । ଗିରଫ ହେବା ପରେ ପୁଲିସ ଆଗରେ ସବୁ ସତ ଉଗାରି ଥିଲେ ଜ୍ୟୋତି । ଏଥିପାଇଁ ତାଙ୍କୁ ମୋଟାଅଙ୍କର ଟଙ୍କା ତ ମିଳୁଥିଲା କିନ୍ତୁ ମାଗଣାରେ ବିଦେଶ ବୁଲିବାକୁ ମଧ୍ୟ ସୁବର୍ଣ୍ଣ ସୁଯୋଗ ମିଳୁଥିଲା । ସରଳ ଭାଷାରେ କହିବାକୁ ଗଲେ ବିଳାସପୂର୍ଣ୍ଣ ଜୀବନ ବଞ୍ଚୁଥିଲେ ଜ୍ୟୋତି ।

ଜ୍ୟୋତି ଛୁଟି କାଟିବା ପାଇଁ ବାରମ୍ବାର ବିଦେଶ ଗସ୍ତ କରୁଥିଲେ ସତ କିନ୍ତୁ ନିଜ ଟଙ୍କାରେ ନୁହେଁ । ବିଦେଶ ଗସ୍ତର ସମ୍ପୂର୍ଣ୍ଣ ଖର୍ଚ୍ଚ ଉଠାଉଥିଲେ ପାକିସ୍ତାନ ଅଧିକାରୀ । ସୂତ୍ରରୁ ଖବର ମିଳିଛି ଯେ କେବଳ ପାକିସ୍ତାନ ନୁହେଁ ଚୀନରେ ମଧ୍ୟ ଜ୍ୟୋତିଙ୍କୁ ଭିଆଇପି ଟ୍ରିଟମେଣ୍ଟ୍ ମିଳୁଥିଲା । ସେ ୩ ଥର ପାକିସ୍ତାନ ଯାଇଥିବା ବେଳେ ଥରେ ଚୀନ୍ ଗସ୍ତ କରି ସାରିଛନ୍ତି ଏବଂ ଅନେକ ଥର କାଶ୍ମୀର ଯାଇଛନ୍ତି । ଜ୍ୟୋତି ପାକିସ୍ତାନ ଆର୍ମି ଅଫିସରଙ୍କ ସହ ମିଶି ବିଦେଶ ଟ୍ରିପ୍ କରୁଥିଲେ । ଇଣ୍ଡୋନେସିଆରୁ ଆରମ୍ଭ କରି ଦୁବାଇ , ଭୁଟାନ , ବାଂଲାଦେଶ ଏବଂ ନେପାଳ ଟ୍ରିପ୍ ସେ ପାକ୍ ଅଫିସରଙ୍କ ସହ ମିଶି କରିଛନ୍ତି । ସେ ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ ପାଇଁ ଭିଡିଓ ସୁଟ୍ କରିବା କଥା କହି ବିଦେଶ ବୁଲୁଥିଲେ । ହରିୟାଣା ହିସାରର ଏହି ଝିଅ ୨୦୨୩ ରେ ପ୍ରଥମଥର ପାଇଁ ପାକିସ୍ତାନ ଯାଇଥିଲେ ଏବଂ ଏହା ପରଠାରୁ ହିଁ ସେ ଗୁଇନ୍ଦାଗିରି କାମ ଆରମ୍ଭ କରିଥିଲେ ।

ସେ ହରିୟାଣା ୟୁଟ୍ୟୁବର ଭାବେ ପରିଚିତ ଥିଲେ ଏବଂ ଇନଷ୍ଟା ଏବଂ ୟୁଟ୍ୟୁବରେ ଲୋକପ୍ରିୟ ହୋଇଥିବା ଜ୍ୟୋତିଙ୍କ ଗୋଟିଏ ଗୋଟିଏ ଭିଡିଓ ମିଲିୟନ୍ ଭ୍ୟୁ କ୍ରସ୍ କରିଛି । ଯୁବତୀଙ୍କୁ ଇନଷ୍ଟାରେ ୧୩୮ ହଜାର ଲୋକ ଫଲୋ କରୁଥିବା ବେଳେ ୟୁଟ୍ୟୁବରେ ୩୮୧ ହଜାର ସବସ୍କ୍ରାଇବର ଅଛନ୍ତି । ପୁଲିସକୁ ପ୍ରଥମେ ସେ ବ୍ଲଗର୍ ବୋଲି ହିଁ କହୁଥିଲେ କିନ୍ତୁ ସତ ସାମ୍ନାକୁ ଆସିବା ପରେ ଜ୍ୟୋତିଙ୍କ ମୁଖା ଖୋଲିଲା । ପାକିସ୍ତାନ ଇଣ୍ଟେଲିଜେନ୍ସ ଅପରେଟିଭ୍ ସହ ସଂପର୍କରେ ଥିବା କଥା ସେ ପୁଲିସ ଆଗରେ କହିଥିଲେ । ତାଙ୍କ ଉପରେ ଅଭିଯୋଗ ଲାଗିଛି କି ଅପରେସନ ସିନ୍ଦୂର ଏବଂ ସେନା ସମ୍ବନ୍ଧୀୟ ଗୋପନୀୟ ତଥ୍ୟ ଆତଙ୍କୀସ୍ତାନକୁ ଯୋଗାଉଥିଲେ ଭାରତରେ ରହୁଥିବା ଏହି ଦେଶଦ୍ରୋହୀ ।

You Might Also Like

ଏପ୍ରିଲ ୨୧ ତାରିଖ ସୋମବାର, କେମିତି କଟିବ ଆଜିର ଦିନ

ସ୍ପେନ ରାଜକୁମାରୀଙ୍କ ଭାଙ୍ଗିଲା ମନ, ପ୍ରେମରେ ହେଲେ ବିଫଳ

ଆଜିର ରାଶିଫଳ ଜାଣନ୍ତୁ

ଚଣ୍ଡିଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଝରକା କବାଟ ବନ୍ଦ କରି ଲୋକଙ୍କୁ ଘରେ ରହିବାକୁ ପରାମର୍ଶ

ଆଜି ଏହି ରାଶିର ଲୋକଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ

TAGGED:#indonesia#thailand#UTKALA KHABARDubaiHariyana youtuberJoti MalhotraNatioanal NewsTravel with JO
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?