Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଭାରତୀୟ ଦଳ ୨୦୨୫ ଏସିଆ କପ୍‌ ଖେଳିନପାରେ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

ଭାରତୀୟ ଦଳ ୨୦୨୫ ଏସିଆ କପ୍‌ ଖେଳିନପାରେ

utkala khabar
Last updated: May 19, 2025 3:34 pm
utkala khabar
Published May 19, 2025
Share
SHARE

ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୀମାନ୍ତ ଅଞ୍ଚଳରେ ସାମ୍ପ୍ରତିକ ଶତ୍ରୁତା ଦୁଇ ଦେଶର କ୍ରିକେଟ୍‌ ଖେଳକୁ ମଧ୍ୟ ଖୁବ୍ ପ୍ରଭାବିତ କରିଛି। ଭାରତ ଏବଂ ପାକିସ୍ତାନ ପୂର୍ବରୁ ଦ୍ୱିପାକ୍ଷିକ କ୍ରିକେଟ ଖେଳିବା ବିରୋଧରେ ଥିବା ବେଳେ ଏବେ ପଡ଼ୋଶୀ ଦେଶକୁ ଆହୁରି ଅଲଗା କରିବା ପାଇଁ ଚଳିତବର୍ଷର ଏସିଆ କପରୁ ଓହରିଯିବାକୁ ଯୋଜନା କରୁଛି ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)। ୨୦୨୫ ଏସିଆ କପ୍‌ ଖେଳିନପାରେ ଭାରତ। କ୍ରିକେଟ୍ ଏସିଆ କପ୍ ଆୟୋଜନ ଓ ଏଥିରେ ଭାଗ ନେବାରୁ ଓହରିଯାଇପାରେ ଭାରତ । ଏନେଇ ବିସିସିଆଇ ପକ୍ଷରୁ ଏସୀୟ କ୍ରିକେଟ ପରିଷଦକୁ ଅବଗତ କରାଯାଇଥିବାର ସୂଚନା ମିଳିଛି ।

ଚଳିତବର୍ଷର ପୁରୁଷ ବର୍ଗର ଏସିଆ କପ୍ ଭାରତରେ ଆୟୋଜନ ହେବାର ଥିଲା । ହେଲେ ଏବେ ମିଳିଥିବା ସୂଚନା ଅନୁସାରେ , ବିସିସିଆଇ ଏହାର ଆୟୋଜନ କିମ୍ବା ଏଥିରେ ଭାଗ ନନେବାକୁ ନିଷ୍ପତ୍ତି ନେଇଛି। ସେହିପରି ମହିଳା ଏସିଆ କପ୍ ଆସନ୍ତା ମାସ ଶ୍ରୀଲଙ୍କାରେ ହେବାର ଅଛି । ଏଥିରେ ବି ଭାରତ ଭାଗନେଇ ନ ପାରେ ।

ପାକିସ୍ତାନ କ୍ରିକେଟ୍‌ ବୋର୍ଡର ଅଧ୍ୟକ୍ଷ ମହସିନ ନକ୍‌ବି ଏବେ ଏସୀୟ କ୍ରିକେଟ୍‌ ପରିଷଦର ମୁଖ୍ୟ ଅଛନ୍ତି । ସେପ୍ଟେମ୍ବରରେ ଏସୀୟ କ୍ରିକେଟ ପରିଷଦର ବୈଠକ ବସୁଛି । ଏଥିରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରେ । ଭାରତ-ପାକିସ୍ତାନ ମଧ୍ୟରେ ଏବେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ବିସିସିଆଇ ଏପରି ବଡ଼ ନିଷ୍ପତ୍ତି ନେଇଥିବା କୁହାଯାଉଛି ।

You Might Also Like

ଆଜି ଲଞ୍ଚ ହେବ ଆକ୍ସିଅମ୍-୪ ମିଶନ: ISSକୁ ଯାତ୍ରା କରିବେ ଶୁଭାଂଶୁ

ଆସନ୍ତା ୨୪ ତାରିଖ ଯାଏ ତାଣ୍ଡବ ରଚିବ କାଳବୈଶାଖୀ, ଆଜି ବି ବର୍ଷିବ

ଅକ୍ଷୟ ତୃତୀୟାରେ କମିଲା ସୁନା ଓ ରୂପା ଦର, ଜାଣନ୍ତୁ କେଉଁଠି କେତେ ଅଛି ଦର ?

ଖରାଦିନେ କାକୁଡ଼ି ଖାଇଲେ ଶରୀର ପାଇଁ କ’ଣ ଫାଇଦା ମିଳିଥାଏ ଜାଣନ୍ତୁ

ମୁଲାନ୍‌ପୁରରେ ପ୍ରଥମ ୨ଟି ପ୍ଲେଅଫ୍, ଅହମ୍ମଦାବାଦରେ ଫାଇନାଲ ମ୍ୟାଚ୍

TAGGED:#UTKALA KHABARAsia Cup 2025Asian cricket councilBCCICricket teamIndian cricket playerIndian TeamSports News
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?