Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆସୁଛି ଦୁଇଟି ଲଘୁଚାପ ,ନେଇପାରେ ବାତ୍ୟାର ରୂପ !
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ଆସୁଛି ଦୁଇଟି ଲଘୁଚାପ ,ନେଇପାରେ ବାତ୍ୟାର ରୂପ !

utkala khabar
Last updated: May 20, 2025 10:42 am
utkala khabar
Published May 20, 2025
Share
SHARE

ଭୁବନେଶ୍ୱର ୨0/୫ : ଏକା ସାଙ୍ଗରେ ଆସୁଛି ଦୁଇଟି ଲଘୁଚାପ । ମେ ଶେଷ ସପ୍ତାହରେ ବଙ୍ଗୋପସାଗର ଏବଂ ଆରବସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା । ମେ ୨୧ ତାରିଖ ଅର୍ଥାତ ଆସନ୍ତାକାଲି ଆରବସାଗରର କର୍ଣ୍ଣାଟକ ଉପକୂଳରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ମେ ୨୨ ବେଳକୁ ଏହା ଲଘୁଚାପର ରୂପ ନେବ । ଏହି ଲଘୁଚାପ ଅଧିକ ଘନୀଭୂତ ହେଇ ଉତ୍ତରକୁ ଗତି କରିପାରେ । ଏହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି ।

ସେପଟେ ମେ ୨୭ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଏହାର ସଂଲଗ୍ନ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେଇପାରେ । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହେଇ ଲଘୁଚାପର ରୂପ ନେବ। ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ରାଜ୍ୟରେ ଗରମ ଗୁଳୁଗୁଳି ଜାରି ରହିଛି । ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକୁ ଗରମ ଗୁଳୁଗଳି ପାଇଁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଅନ୍ୟପଟେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଲାଗି ରହିବ ।

You Might Also Like

୬ ମ୍ୟାଚ୍‌ରୁ ୫ଟିରେ ପରାଜୟ, ଆଇପିଏଲ ପ୍ଲେଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିଲା ଚେନ୍ନାଇ

ପିଆଜ ଚୋପାର ଚମତ୍କାରୀ ଗୁଣ ବିଷୟରେ ଆପଣ ଜାଣିଛନ୍ତି କି ?

ପ୍ରତି ଛକରେ ହେବ ଲେନ୍‌ ଡ୍ରାଇଭ , ଜୟଦେବବିହାରରୁ ଆରମ୍ଭ

ଆତଙ୍କବାଦୀଙ୍କ ଆକ୍ରମଣ ପରେ ଶାହରୁଖଙ୍କ ବଡ ପ୍ରତିକ୍ରିୟା

୨୪ ଟଙ୍କା କମିଲା LPG ସିଲିଣ୍ଡର ଦାମ୍

TAGGED:#low pressure#odisha#UTKALA KHABARCycloneCyclone Alert
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?