Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଦମଦାର ଲୁକ ସହ ଲଞ୍ଚ ହେଲା Lamborghini କାର
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ବାଣିଜ୍ୟ

ଦମଦାର ଲୁକ ସହ ଲଞ୍ଚ ହେଲା Lamborghini କାର

utkala khabar
Last updated: May 20, 2025 12:16 pm
utkala khabar
Published May 20, 2025
Share
SHARE

ଯଦି ଆପଣ ଜଣେ ସୁପରକାର ଲଭର୍, ତେବେ ଆପଣଙ୍କ ପାଇଁ ଗୁଡ୍ ନ୍ୟୁଜ । ଭାରତରେ ଲଞ୍ଚ ହେଲା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ହାଇବ୍ରିଡ୍ ସୁପରକାର୍ Lamborghini Temerario । ଏହା ଏକ ହାଇ-ପରଫରମାନ୍ସ ହାଇବ୍ରିଡ୍ ସୁପରକାର୍, ଯାହା ଏହାର ପାୱାରଫୁଲ୍ ଇଞ୍ଜିନ ଏବଂ ଆଡଭାନ୍ସ ଫିଚର୍ସ ପାଇଁ ସାରା ବିଶ୍ୱରେ ଭାରି ଫେମସ୍ । ହାଇବ୍ରିଡ୍ ସୁପରକାର୍ Temerario ମାତ୍ର ୯ ମାସ ପୂର୍ବରୁ ଇଣ୍ଟରନ୍ୟାସନାଲ ମାର୍କେଟରେ ଲଞ୍ଚ ହୋଇଥିଲା ।

ଯାହା ଏବେ ଭାରତରେ ମଧ୍ୟ ଉପଲବ୍ଧ । ଏହାର ପ୍ରାରମ୍ଭିକ ମୂଲ୍ୟ ପ୍ରାୟ ୬ କୋଟି ଟଙ୍କା । Temerario ହେଉଛି ଲାମ୍ବୋର୍ଗିନିର ଫେମସ୍ ସିରିଜର ଏକ ଅପଗ୍ରେଡେଡ୍ ଭର୍ସନ ଏବଂ ପ୍ରଥମ ଥର ପାଇଁ ଏଥିରେ ହାଇବ୍ରିଡ୍ ଟେକ୍ନୋଲୋଜି ସହିତ ଡ୍ରିଫ୍ଟ ମୋଡ୍ ଭଳି ଫିଚର୍ସ ପ୍ରଦାନ କରାଯାଇଛି । ତେବେ ଆସନ୍ତୁ ଜାଣିବା ଏହାର ଇଞ୍ଜିନ, ଡିଜାଇନ୍, ଟେକ୍ନୋଲୋଜି ଏବଂ ଅନ୍ୟାନ୍ୟ ଫିଚର୍ସଗୁଡ଼ିକ ବିଷୟରେ । ପ୍ରଥମ ଥର ପାଇଁ, Temerarioରେ ଏକ ଡ୍ରିଫ୍ଟ ମୋଡ୍ ରହିଛି, ଯାହା ସାହାଯ୍ୟରେ ଡ୍ରାଇଭରମାନେ କଣ୍ଟ୍ରୋଲର ସହିତ ଷ୍ଟାଇଲିସ୍ ସ୍ଲାଇଡ୍ କରିପାରିବେ ।

ଏଥିରେ ଚାରୋଟି ଡ୍ରାଇଭ୍ ମୋଡ୍ ଅଛି – ପ୍ରଥମ Citta ଯାହା କେବଳ ଇଲେକ୍ଟ୍ରିକ୍ ମୋଡ୍, ଦ୍ୱିତୀୟ Strada ଯାହା ନିତିଦିନିଆ ଡ୍ରାଇଭ୍ ପାଇଁ, ତୃତୀୟ Sport ଯାହା ହାଇ ସ୍ପିଡ୍ ପାଇଁ, ଏବଂ ଚତୁର୍ଥ Corsa ଯାହା ରେସ୍ ଟ୍ରାକ୍ ପାଇଁ । ବ୍ରେକିଂ ସିଷ୍ଟମ ଫ୍ରଣ୍ଟରେ ୪୧୦mm ଡିସ୍କ ବ୍ରେକ୍ ଏବଂ ପଛ ଭାଗରେ ୩୯୦mm ଡିସ୍କ ବ୍ରେକ୍ ରହିଛି, ଯାହା କାରକୁ ମାତ୍ର ୩୨ ମିଟରରେ ୧୦୦ ରୁ ୦ କିଲୋମିଟର/ଘଣ୍ଟା ବେଗରେ ଅଟକାଇ ପାରିବ ।

ଷ୍ଟାଇଲିସ୍ ଏବଂ ହାଲକା ଡିଜାଇନ୍:

Temerarioର ଡିଜାଇନ୍ ବହୁତ ଷ୍ଟାଇଲିସ୍ ଏବଂ ହାଲକା । ଏଥିରେ ସମ୍ପୂର୍ଣ୍ଣ ଆଲୁମିନିୟମ୍ ଫ୍ରେମ୍ ଅଛି ଯାହା ଯୋଗୁଁ ଏହାର ଓଜନ ମାତ୍ର ୧,୭୧୫ କିଲୋଗ୍ରାମ । Alleggerita ପ୍ୟାକେଜ୍ ସହିତ ଏହାର ଓଜନ ୧,୬୯୦ କିଲୋଗ୍ରାମକୁ ହ୍ରାସ ପାଇଥାଏ । ଏଥିରେ ଏକ କାର୍ବନ ଫାଇବର ରିୟର ୱିଙ୍ଗ, ସ୍ପେଶାଲ ଆଲୟ ହ୍ୱିଲ୍ ଏବଂ ଏକ ନୂଆ ବମ୍ପର ସାମିଲ ରହିଛି । ଏହାର ଡିଜାଇନ୍ Huracan ଏବଂ Gallardo ଦ୍ୱାରା ଅନୁପ୍ରାଣିତ ।

ଟେକ୍ନୋଲୋଜି ଏବଂ ଫିଚର୍ସ:

ଏହାର ଇଣ୍ଟେରିୟର ଏକ ଫାଇଟର୍ ଜେଟ୍ ପରି ଦେଖାଯାଉଛି । ଏଥିରେ ୧୨.୩ ଇଞ୍ଚ ଡିଜିଟାଲ୍ କ୍ଲଷ୍ଟର, ୮.୪ ଇଞ୍ଚ ଫ୍ଲୋଟିଂ ଟଚସ୍କ୍ରିନ୍ ଏବଂ ୯.୧ ଇଞ୍ଚ ପ୍ୟାସେଞ୍ଜର ଡିସପ୍ଲେ ଅଛି । ଏହା ସହିତ, ଏଥିରେ ୧୮-ୱେ ପାୱାର ଆଡଜଷ୍ଟେବଲ୍ ସିଟ୍ ଅଛି, ଯାହା ହିଟିଂ ଏବଂ ଭେଣ୍ଟିଲେସନ୍ ସହିତ ଆସିଥାଏ । ଅନ୍ୟାନ୍ୟ ଫିଚର୍ସ ଗୁଡ଼ିକ ମଧ୍ୟରେ ଅଗମେଣ୍ଟେଡ୍ ରିଆଲିଟି ନାଭିଗେସନ୍, ଅନବୋର୍ଡ ଟେଲିମେଟ୍ରି ଏବଂ ଏକ ଡ୍ୟାସକ୍ୟାମ୍ ଆଦି ସାମିଲ ରହିଛି ।

୬ ଫୁଟ ୫ ଇଞ୍ଚ ଉଚ୍ଚତା ବିଶିଷ୍ଟ ଡ୍ରାଇଭର ମଧ୍ୟ ଏଥିରେ ଆରାମରେ ବସିପାରିବେ । ଭାରତରେ ଏହି ସୁପରକାର୍ Ferrari 296 GTB ଏବଂ McLaren Artura ସହିତ ପ୍ରତିଯୋଗିତା କରିପାରିବ । ଯଦିଓ Temerarioର ମୂଲ୍ୟ ଅଧିକ, ଏହା ଅଧିକ ପାୱାର, ଆଡଭାନ୍ସ ଟେକ୍ନୋଲୋଜି ଏବଂ ସାନଦାର ଷ୍ଟାଇଲ୍ ଦେଇଥାଏ ଯାହା ଏହାକୁ ସ୍ୱତନ୍ତ୍ର କରିଥାଏ ।

You Might Also Like

ମାଛ ଜାଲରେ ପଡିଲା ୮ ଫୁଟର ଅଜଗର ସାପ

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ତୁର୍କୀ, ତୀବ୍ରତା ୬.୦

ଶପଥ ନେଲେ ପ୍ରଧାନ ବିଚାରପତି ଜଷ୍ଟିସ୍‍ ବି.ଆର. ଗବାଇ

ଜାଣନ୍ତୁ କେମିତି କଟିବ ଆଜିର ଦିନ

ବାଥରୁମରେ କାହିଁକି ବିନ୍ଦୀ ବାହାର କରିବା ଉଚିତ ନୁହେଁ ଜାଣନ୍ତୁ

TAGGED:#car#launched#UTKALA KHABARBusiness newsFerrari 296 GTBHybrid SupercarLamborghini CarMcLaren Artura
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?