Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଭୁବନେଶ୍ବରରେ ISRO ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ୍
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ଭୁବନେଶ୍ବରରେ ISRO ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ୍

utkala khabar
Last updated: May 21, 2025 5:23 pm
utkala khabar
Published May 21, 2025
Share
SHARE

ଭୁବନେଶ୍ବର ୨୧ / ୫: ଭୁବନେଶ୍ବରରେ ISRO ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ୍ । ଆଜି ସକାଳେ ସେଣ୍ଟ୍ରାଲ ଟୁଲରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର ବା CTTC ପରିଦର୍ଶନ କରିଛନ୍ତି ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ ବା ISRO ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ୍ । ଏ ଅବସରରେ ସେ ଅପରେସନ ସିନ୍ଦୂରରେ ନିର୍ଦ୍ଦିଷ୍ଟ ଭାବେ ଇସ୍ରୋର ଭୂମିକା ଥିଲା ତାହା ଜଣାଇ ନଥିଲେ ମଧ୍ୟ ଏବେ ଇସ୍ରୋର ୫୬ ସାଟେଲାଇଟ ଅପରେସନାଲ ଅଛି।

ଯାହା ମଧ୍ୟରୁ ଅନେକ ଦେଶର ସୁରକ୍ଷା ପାଇଁ ବ୍ୟବହାର ହେଉଛି ବୋଲି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ । ସେ କହିଛନ୍ତ, ଇସ୍ରୋ ଦେଶର ସୀମା ସୁରକ୍ଷା ସହ ଖାଦ୍ୟ ନିରାପତ୍ତା, ଜଳ ନିରାପତ୍ତା, ଟେଲି ଏଜୁକେଶନ, ପାଣିପାଗ ଦିଗରେ ମଧ୍ଯ କାମ କରୁଛି ।
ଏବେ ଇସ୍ରୋ ଚନ୍ଦ୍ରାୟନ ୪ ଓ ଚନ୍ଦ୍ରାୟନ-୫ ଉପରେ କାମ କରୁଛି । ଚନ୍ଦ୍ରାୟନ ୪ ଏକ ସାମ୍ପୁଲ କଲେକ୍ସନ ମିଶନ ଭାବେ ଯିବ । ପ୍ରଥମ ଥର ଲାଗି ଏହି ମିଶନ ଚନ୍ଦ୍ରରୁ ନମୂନା ସଂଗ୍ରହ କରି ଭାରତକୁ ଫେରିବ । ଏହାପରେ ଚନ୍ଦ୍ରାୟନ -୫ ଜାପାନର ଜ୍ୟାକ ସହ ମିଶି ଲଞ୍ଚ କରାଯିବ ।

ଚନ୍ଦ୍ରାୟନ-୩ lander ଓଜନ ଥିଲା ୧୬୦୦ କିଲୋଗ୍ରାମ ଓ ସେଥିରୁ ରୋଭାର ଓଜନ ଥିଲା ୨୫ କିଲୋଗ୍ରାମ । ଚନ୍ଦ୍ରାୟନ ୫ ର lander ଓଜନ ୬୪୦୦ କିଲୋ ଓ ରୋଭର୍ ଓଜନ ରହିବ ୩୫୦ କିଲୋ । ଚନ୍ଦ୍ରାୟନ ୩ ର ଜୀବନ କାଳ ଥିଲା ୧୪ ଦିନ, ଚନ୍ଦ୍ରାୟନ ୫ର ଜୀବନ କାଳ ରହିବ ୧୦୦ ଦିନ । ସେହିପରି ଗଗନୟାନ ଉପରେ ମଧ୍ଯ କାମ କରୁଛି ଇସ୍ରୋ । ପ୍ରଥମ କ୍ରିୟୁଡ ମିଶନ ଏହି ବର୍ଷ ହେବ । ଏହାପରେ ଆଉ ୨ ଟି କ୍ରିୟୁଡ ମିଶନ ପରେ ୨୦୨୭ ପ୍ରଥମ ତ୍ରୟମାସରେ ସ୍ପେସ ଯାତ୍ରୀଙ୍କୁ ନେଇ ଯିବ । ନାସା ସହଭାଗିତାରେ ଦୁଇଟି ମିଶନ ହେବ ।

ଇସ୍ରୋରେ ତୃତୀୟ ଲଞ୍ଚପ୍ୟାଡ ଓ ଦ୍ୱିତୀୟ ଲାଞ୍ଚ କମ୍ପ୍ଲେଲ୍ସ ବି ବିକାଶ ହେଉଛି । ମହାକାଶରେ ନିଜସ୍ଵ ସ୍ପେସ ଷ୍ଟେସନ୍ ବିକାଶ କରୁଛି ଇସ୍ରୋ । ସ୍ପେସ ଷ୍ଟେସନ୍ ର ଓଜନ୍ ୫୨ ଟନ୍ ରହିବ । ୫ ଥରରେ ପଠାଯିବ ସ୍ପେସ ଷ୍ଟେସନ୍ ର ମଡ୍ୟୁଲ୍ । ୨୦୨୮ରେ ପ୍ରତିଷ୍ଠା ହେବ ପ୍ରଥମ ଭାରତ ସ୍ପେସ ଷ୍ଟେସନ। CTTC ସମେତ ପ୍ରାୟ ୪୫୦ ଶିଳ୍ପ ସହ ସହଭାଗିତା କରିଛି ISRO । ଏହା ସହ ସେ ଓୟୁଟିଆର ପ୍ରରିଭମନ ସହ ନାଇଜର ରେ ପାଳନ ହେବାକୁ ଥିବା ନ୍ୟାସନାଲ

You Might Also Like

ଆଜିଠୁ ପୁଣି ବଢ଼ିଲା ତାତି

କେମିତି କଟିବ ଆଜିର ଦିନ ଦେଖନ୍ତୁ ରାଶିଫଳ

୪୫ ଟପିଲା ଝାରସୁଗୁଡ଼ା ପାରଦ: ଆଜି ୪ ଜିଲ୍ଲାକୁ ହିଟୱେଭ ସତର୍କତା

ପ୍ରଶାନ୍ତ ଶତପଥୀଙ୍କ ଇସାଣୀ ଗାଁ ଶ୍ମଶାନରେ ହେଲା ଶେଷକୃତ୍ୟ ସମ୍ପନ୍ନ

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ

TAGGED:#odisha#UTKALA KHABARDr NarayananISRO ChairmanState newsvisit bhubaneswar
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?